Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

୨୦୧୮ ଖରିଫରେ ୭୨୦୦ କୋଟିର ଋଣ ଧାର୍ଯ୍ୟ

ଭୁବନେଶ୍ୱର : ୨୦୧୮ ଖରିଫ ଋତୁରେ ୭୨୦୦କୋଟି ଟଙ୍କାର ଫସଲ ଋଣ ବଣ୍ଟନ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଜୁଲାଇ ୩୧ତାରିଖ ସୁଦ୍ଧା ଏହି ଋଣ ବଣ୍ଟନ ପ୍ରକ୍ରିୟା ଶେଷ କରିବା, ସମସ୍ତ ଋଣୀ ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବାଧ୍ୟତାମୂଳକ ଅନ୍ତର୍ଭୁକ୍ତ, କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଋଣ ପ୍ରଦାନରେ ଅଗ୍ରାଧିକାର ଦେବା ପାଇଁ ଆଜି ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରାଥମିକ କୃଷି ସମବାୟ ସମିତି(ପ୍ୟାକ୍ସ୍) କିମ୍ବା ସମବାୟ ବ୍ୟାଙ୍କର ତ୍ରୁଟି ତ୍ରୁଟି ଯୋଗୁ କୌଣସି ଚାଷୀ ଯେଭଳି ସରକାରୀ ଯୋଜନାରୁ ବଞ୍ôଚତ ନହେବେ ସେଥିପ୍ରତି ସ୍ୱତନ୍ତ୍ର ଭାବେ ଦୃଷ୍ଟି ଦେବାକୁ ତାଗିଦ୍ କରାଯାଇଛି ।
ରାଜ୍ୟ ସମବାୟ ସଚିବ ରଞ୍ଜନା ଚୋପ୍ରା ଆଜି ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି କହିଛନ୍ତି ଯେ, ଖରିଫ ଋତୁ-୨୦୧୮ ଏପ୍ରିଲ ୧ରୁ ଆରମ୍ଭ ହୋଇଛି । ରାଜ୍ୟରେ ପ୍ରାୟ ୮୩ ପ୍ରତିଶତ ଚାଷୀ ପରିବାର ହେଉଛନ୍ତି କ୍ଷୁଦ୍ର ଓ ନାମମାତ୍ର ଚାଷୀ । ଧାନ ଚାଷ ପାଇଁ ସେମାନଙ୍କୁ ନିର୍ଦ୍ଧାରିତ ସମୟରେ ଫସଲ ଋଣ ଯୋଗାଣ କରିବା ଦିଗରେ ସରକାର ଗୁରୁତ୍ୱ ଦେଉଛନ୍ତି । ଏବେ ଫସଲ ଋଣ ପ୍ରଦାନ କରିବା ପାଇଁ ବ୍ୟାଙ୍କ ଗୁଡ଼ିକ ପ୍ରସ୍ତୁତ ଥିବା ଶ୍ରୀମତୀ ଚୋପ୍ରା କହିଛନ୍ତି । ୨୦୧୮ ଖରିଫ ପାଇଁ ୭୨୦୦କୋଟି ଟଙ୍କାର ସମବାୟ ଫସଲ ଋଣ ବଣ୍ଟନ ନିମନ୍ତେ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି । ଯାହାକି ୨୦୧୭ ଖରିଫ ପାଇଁ ଟାର୍ଗେଟ୍ ହୋଇଥିବା ଋଣ ପରିମାଣ ତୁଳନାରେ ମାତ୍ର ୨ଶହ କୋଟି ଟଙ୍କା ଅଧିକ । ଏଥିରେ ଖୋର୍ଦ୍ଧା ଜିଲ୍ଲା ପାଇଁ ୩୮୦କୋଟି, କେନ୍ଦ୍ରାପଡ଼ା ପାଇଁ ୪୩୭କୋଟି, ଯାଜପୁର ପାଇଁ ୪୨୬କୋଟି, ବରଗଡ଼ ଜିଲ୍ଲା ପାଇଁ ୬୯୩କୋଟି, ସମ୍ବଲପୁର ପାଇଁ ୩୦୦କୋଟି, ସୁନ୍ଦରଗଡ଼ରେ ୩୭୫ କୋଟି, ଭଦ୍ରକରେ ୪୪୩ କୋଟି, ମାଲକାନଗିରିରେ ୫୧କୋଟି, କନ୍ଧମାଳରେ ୫୪କୋଟି ଓ ପୁରୀରେ ୧୭୫ କୋଟି ଟଙ୍କା ଋଣ ବଣ୍ଟନ ନିମନ୍ତେ ନିଷ୍ପତ୍ତି ନିଆଯାଇଛି । ଚାଷୀଙ୍କ ଆକାଉଣ୍ଟ୍କୁ ଋଣ ଅର୍ଥ ଯିବାର ଶେଷ ତାରିଖ ଜୁଲାଇ ୩୧ତାରିଖ ଧାର୍ଯ୍ୟ କରାଯାଇଛି । ଋଣ ନେଉଥିବା ସମସ୍ତ ଚାଷୀଙ୍କୁ ବାଧ୍ୟତାମୂଳକ ଭାବେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ସାମିଲ କରାଯିବ । ଏପରିକି ଫସଲ ବୀମାରୁ କୌଣସି ଚାଷୀ(ଋଣୀ ଓ ଅଣଋଣୀ)ଙ୍କୁ ବଞ୍ôଚତ କରାଯାଇ ପାରିବ ନାହିଁ । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଭାଗ ଚାଷୀ, ମୌଖିକ ଲିଜ୍ ନେଇଥିବା ଚାଷୀଙ୍କୁ ମଧ୍ୟ ଫସଲ ଋଣ ପ୍ରଦାନ କରିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି । ପ୍ରତ୍ୟେକ ପ୍ୟାକ୍ସ ଅତିକମ୍ରେ ୧୦ଟି ଜଏଣ୍ଟ ଲାଇବିଲିଟି ଗ୍ରୁପ୍କୁ ଋଣ ଦେବା ସହ ଋଣ ମେଳାର ଆୟୋଜନ କରିବେ । ଏହା ବ୍ୟତୀତ ଋଣୀ ଚାଷୀଙ୍କୁ ପ୍ୟାକ୍ସ ମାଧ୍ୟମରେ ଉଚ୍ଚମାନର ବିହନ ଯୋଗାଇ ଦିଆଯିବ । କୃଷି ବିଭାଗ ଏହି ବିହନ ସବ୍ସିଡିକୁ ସିଧାସଳଖ ଚାଷୀଙ୍କୁ ସେମାନଙ୍କ ଆକାଉଣ୍ଟ୍ ମାଧ୍ୟମରେ ପ୍ରଦାନ କରିବ । ସେହିପରି ଋଣୀ ଚାଷୀଙ୍କୁ ପ୍ୟାକ୍ସ୍ ମାଧ୍ୟମରେ ସାର ଯୋଗାଇ ଦିଆଯିବ । ଅଣ ଋଣୀ ଚାଷୀଙ୍କ ପାଇଁ ମଧ୍ୟ ପ୍ୟାକ୍ସ୍ରେ ଟଙ୍କା ଦେଇ ସାର କିଣିବାର ବ୍ୟବସ୍ଥା ଉପଲବ୍ଧ କରିବାକୁ ଶ୍ରୀମତୀ ଚୋପ୍ରା ଜିଲ୍ଲାପାଳମାନଙ୍କୁ କହିଛନ୍ତି । ସୂଚନାଯୋଗ୍ୟ, ୨୦୧୭ ଖରିଫ ଋତୁରେ ୭ହଜାର କୋଟିର ଫସଲ ଋଣ ବଣ୍ଟନ ପାଇଁ ସମବାୟ ବିଭାଗ ନିଷ୍ପତ୍ତି ନେଇଥିଲେ ମଧ୍ୟ ୧୫ଲକ୍ଷ ୮୭ହଜାର ୧୩୭ଜଣ ଚାଷୀଙ୍କୁ ମାତ୍ର ୫୬୪୨.୬୧ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଥିଲା । ସେହିପରି ଅନ୍ୟ ବ୍ୟାଙ୍କଗୁଡ଼ିକ ମାଧ୍ୟମରେ ୬ଲକ୍ଷ ୩୦ହଜାର ୫୫୬ଜଣ ଚାଷୀଙ୍କୁ ୩୬୨୬.୩୭କୋଟି ଟଙ୍କା ଋଣ ଦିଆଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top