Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

୨୦୧୯ ଜୁନ୍ ସୁଦ୍ଧା କେନ୍ଦ୍ରାପଡ଼ାକୁ ଟ୍ରେନ୍ ସଂଯୋଗ

ଭୁବନେଶ୍ୱର: ଆସନ୍ତାବର୍ଷ ଜୁନ୍ ସୁଦ୍ଧା କେନ୍ଦ୍ରାପଡ଼ା ଜିଲ୍ଲାକୁ ରେଳ ସଂଯୋଗ ଯୋଗାଇ ଦିଆଯିବ । ଏହା ସହିତ ଅନ୍ୟ ୫ଟି ଜିଲ୍ଲାରେ ରେଳ ସଂଯୋଗ ପାଇଁ ମଧ୍ୟ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି । ମହାନଦୀ ଓ ସୁବର୍ଣ୍ଣରେଖାରେ ନଦୀଭିତ୍ତକ ମହାନଦୀ ବନ୍ଦର ଓ ସୁବର୍ଣ୍ଣରେଖା ବନ୍ଦରର କାର୍ଯ୍ୟ ତ୍ୱରାନ୍ୱିତ କରାଯାଉଛି ବୋଲି ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଡଃ ନୃସିଂହ ସାହୁ କହିଛନ୍ତି ।
ବିଭାଗର କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିବା ପରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଡଃ ସାହୁ କହିଛନ୍ତି ଯେ, ପିପିପି ମୋଡ୍ରେ ରାଜ୍ୟରେ ବନ୍ଦର ଗୁଡ଼ିକର ସମ୍ପ୍ରସାରଣ ହାତକୁ ନିଆଯାଉଛି । ଚଳିତବର୍ଷ ୫ଟି ଜିଲ୍ଲାରେ ବସ୍ଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ବାକି ଥିବା ଅନ୍ୟ ୫ଟି ଜିଲ୍ଲାରେ ଖୁବଶୀଘ୍ର ସରକାରୀ ବସ୍ଷ୍ଟାଣ୍ଡ ନିର୍ମାଣ ହେବ ବୋଲି ମନ୍ତ୍ରୀ କହିଛନ୍ତି । ରାସ୍ତା ସୁରକ୍ଷା ଯୋଜନାରେ ଗତ ୩ବର୍ଷ ମଧ୍ୟରେ ୭୯କୋଟି ଟଙ୍କା ‘ଓଡ଼ିଶା ରାସ୍ତା ସୁରକ୍ଷା ପାଣ୍ଠି’କୁ ଯୋଗାଇ ଦିଆଯାଇଛି । ପ୍ରତିବନ୍ଧକବିହୀନ ଯାନ ଚଳାଚଳ ପାଇଁ, ରାଜ୍ୟରେ ଥିବା ସମସ୍ତ ଆନ୍ତଃରାଜ୍ୟ ତନଖି ଫାଟକଗୁଡ଼ିକୁ ବନ୍ଦ କରାଯାଇଛି । ପରିବହନ ବ୍ୟବସ୍ଥାରେ ଉନ୍ନତି ଆଣିବା ସହ ଦକ୍ଷ ଭାରିଯାନଚାଳକ ସୃଷ୍ଟି ଲକ୍ଷ୍ୟରେ ଯାଜପୁର ଜିଲ୍ଲା ଛତିଆରେ ଏକ ଭାରିଯାନ ଚାଳକ ପ୍ରଣିକ୍ଷଣ ଅନୁଷ୍ଠାନ ପ୍ରତିଷ୍ଠା କରାଯାଇଛି । କେନ୍ଦୁଝର ଓ ବ୍ରହ୍ମପୁରଠାରେ ଆଉ ୨ଟି ପ୍ରଶିକ୍ଷଣ କେନ୍ଦ୍ର କରାଯାଇଛି । ୨୦୧୭-୧୮ରେ ମୋଟର ଯାନ ଟିକସ ଆଦାୟ ୧୩୫୦କୋଟି ଟଙ୍କା ଲକ୍ଷ୍ୟଧାର୍ଯ୍ୟ ହୋଇଥିବାବେଳେ୧ ୫୪୪.୫୯କୋଟି ଟଙ୍କା ଆଦାୟ ହୋଇଛି । ଡ୍ରାଇଭିଂ ଲାଇସେନ୍ସ ଓ ଫିଟ୍ନେସ୍ ସାର୍ଟିଫିକେଟ ଦିଆଯିବା କ୍ଷେତ୍ରରେ ଓ ବୈଷୟିକ ଉନ୍ନତ ସେବା ଯୋଗାଇ ଦେବାକୁ ସ୍ୱୟଂଚାଳିତ ଡ୍ରାଇଭିଂ ପରୀକ୍ଷଣ ଓ ଗାଡ଼ି ପରୀକ୍ଷା କେନ୍ଦ୍ରମାନ ସବୁ ଜିଲ୍ଲାରେ ସ୍ଥାପନ ହୋଇଛି । ବିଜୁ ଗାଁ ଗାଡ଼ି ଯୋଜନାରେ ରାଜ୍ୟର ୬୬୮୯ଟି ପଞ୍ଚାୟତକୁ ଗମନାଗମନ ସୁବିଧା ଉପଲବ୍ଧ କରାଯାଇଛି । ନକ୍ସଲ ଅଧ୍ୟୁଷ୍ୟିତ ୧୦ଟି ଜିଲ୍ଲାରେ ପରିବହନ ସେବା ଯୋଗାଇ ଦେବାକୁ ଓଏସ୍ଆରଟିସି ୭୩ଟି ରୁଟ୍ରେ ୯୫ଟି ବସ ଚଳାଚଳ କରୁଛି । ଆଉ ୧୦୦ଟି ବସ୍ ଓଏସ୍ଆରଟିସି ଦ୍ୱାରା କିଣାଯାଇ ପରିବହନରେ ସୁଧାର ଅଣାଯାଇଛି ବୋଲି ମନ୍ତ୍ରୀ ଡଃ ସାହୁ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top