Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

୨୧ ଆଇପିଏସ୍ ବଦଳିଲେ, ୧୩ ଜିଲ୍ଲାରେ ନୂଆ ଏସପି

ଭୁବନେଶ୍ୱର(ଓଡ଼ିଶା ୱେୟାର): ରାଜ୍ୟ ସରକାର ଆଜି ଆଇପିଏସସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି । ବିବାଦୀୟ ନୟାଗଡ଼ ଏସପି ପ୍ରତ୍ୟୁଷ ଦିବାକରଙ୍କୁ ବଦଳି କରିବା ସହ ମୋଟ ୧୩ଟି ଜିଲ୍ଲାରେ ନୂଆ ଏସପିଙ୍କୁ ଅବସ୍ଥାପିତ କରିଛନ୍ତି ।
ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ମୋଟ ୨୧ଜଣ ଆଇପିଏସ୍ ଓ ଜଣେ ବରିଷ୍ଠ ଓପିଏସଙ୍କୁ ନୂଆ ଦାୟିତ୍ୱ ନ୍ୟସ୍ତ ହୋଇଛି । ୨୦୦୨ ବ୍ୟାଚ୍ ଆଇପିଏସ ନରସିଂହ ଭୋଇଙ୍କୁ ସମ୍ବଲପୁର ରେଞ୍ଜ ଆଇଜି ଭାବେ ବଦଳି କରାଯାଇଥିବାବେଳେ ଭଦ୍ରକ ଏସପି ପଣ୍ଡିତ ରାଜେଶ ଉତ୍ତମରାଓଙ୍କୁ କୋରାପୁଟ ରେଞ୍ଜ ଡିଆଇଜି(ଇନଚାର୍ଜ) , ସଫିନ୍ ଅହମ୍ମଦଙ୍କୁ ଡିଆଇଜି-ଟେକନିକାଲ,ସାର୍ଥକ ଷଡ଼ଙ୍ଗୀଙ୍କୁ ଅନୁଗୁଳ ରେଞ୍ଜ ଡିଆଇଜି(ଇନଚାର୍ଜ), ଅଶ୍ୱିନୀ କୁମାରଙ୍କୁ ସ୍ପେଶାଲ ଆର୍ମଡ ଫୋର୍ସ ଡିଆଇଜି(ଇନଚାର୍ଜ), କେନ୍ଦ୍ରାପଡ଼ା ଏସପି ନୀତି ଶେଖରଙ୍କୁ ଅତିରିକ୍ତ ପରିବହନ କମିଶନର ଭାବେ ବଦଳି କରାଯାଇଛି ।
ସେହିପରି ବି. ଗଙ୍ଗାଧରଙ୍କୁ ସମ୍ବଲପୁର ଏସପି, ଚରଣ ସିଂ ମୀନାଙ୍କୁ ଭଦ୍ରକ ଏସପି, କେ.ଶିବା ସୁବ୍ରମଣୀଙ୍କୁ ଢେଙ୍କାନାଳ ଏସପି, ରାହୁଲ ପିଆରଙ୍କୁ ଯାଜପୁର ଏସପି, ମାଦକର ସନ୍ଦିପ ସମ୍ପଦଙ୍କୁ କେନ୍ଦ୍ରାପଡ଼ା ଏସପି, ମୁକେଶ କୁମାର ଭାମୋଙ୍କୁ ରାଉରକେଲା ଏସପି, ଶ୍ରବଣା ବିବେକ ଏମଙ୍କୁ କଳାହାଣ୍ଡି ଏସପି, କୁସାଲକର ନୀତିନ ଦାଗୁଡ଼ୁଙ୍କୁ ବଲାଙ୍ଗିର ଏସପି,ବିକେକାନନ୍ଦ ଶର୍ମାଙ୍କୁ ରାୟଗଡ଼ା ଏସପି ଭାବେ ବଦଳି କରାଯାଇଛି । ସେହିପରି ୨୦୧୬ ବ୍ୟାଚର ବରୁଣ ଗୁଣ୍ଟାପଲ୍ଲିଙ୍କୁ ପଦୋନ୍ନତି ପରେ କୋରାପୁଟ ଏସପି ଓ ସିଦ୍ଧାର୍ଥ କାଟାରିଆଙ୍କୁ ପଦୋନ୍ନତି ପରେ ନୟାଗଡ଼ ଏସପି ଓ ପ୍ରହଲ୍ଲାଦ ସହାଇ ମୀନାଙ୍କୁ ପଦୋନ୍ନତି ପରେ ନବରଙ୍ଗପୁର ଏସପି ଭାବେ ବଦଳି କରାଯାଇଛି । ସେହିପରି କେନ୍ଦ୍ରୀୟ ଡେପୁଟେସନରୁ ଫେରି ୪ମାସ ଅପେକ୍ଷା କରିଥିବା ସତ୍ୟଜିତ୍ ନାୟକଙ୍କୁ ଏସପି(କମ୍ପ୍ୟୁଟର), ପ୍ରତ୍ୟୁଷ ଦିବାକରଙ୍କୁ ଏଆଇଜି ହେଡକ୍ୱାର୍ଟର, ପୁରୀ ହାଜତମୃତ୍ୟୁରେ ବିବାଦୀୟ ଅଖିଳେଶ୍ୱର ସିଂଙ୍କୁ ଏସଓଜି କମାଣ୍ଡାଣ୍ଟ ଭାବେ ଅବସ୍ଥାପିତ କରାଯାଇଛି । ପ୍ରତ୍ୟୁଷ ଦିବାକରଙ୍କୁ ଏଆଇଜି ହେଡକ୍ୱାର୍ଟର
ସେହିପରି ବରିଷ୍ଠ ଓପିଏସ୍ ବିକାଶ ଚନ୍ଦ୍ର ଦାସଙ୍କୁ ଝାରସୁଗୁଡ଼ା ଇନଚାର୍ଜ ଏସପି ଭାବେ ବଦଳି କରାଯାଇଥିବା ଜଣାପଡ଼ିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top