ଭୁବନେଶ୍ୱର : ମହାନଦୀ ସୁରକ୍ଷା ଅଭିଯାନର ଜନଜାଗରଣ ଯାତ୍ରାର ଉଦଯାପନ ସମାରୋହ ଚଳିତମାସ ୨୫ତାରିଖରେ ପାରାଦୀପରେ ଅନୁଷ୍ଠିତ ହେବ । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଝାରସୁଗୁଡ଼ାର ସୁଖାଶୋଡ଼ା ଓ ବରଗଡ଼ର ଚିଖିଲିରୁ ବୁଧବାରଠୁ ଆରମ୍ଭ ହୋଇଥିବା ‘ମହାନଦୀ ସୁରକ୍ଷା ଅଭିଯାନ’ର ଜନଜାଗରଣ ଯାତ୍ରା ମହାନଦୀର ଉଭୟ ପାଶ୍ୱର୍ରେ ଆଜି ରାତିରେ ସମ୍ବଲପୁରରେ ପହଞ୍ôଚଛି । ଦଳର ଏହି ଯାତ୍ରା ମହାନଦୀର ଗୋଟିଏ ପାଶ୍ୱର୍ରେ ବିଜେଡି ଉପସଭାପତି ତଥା ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତୃତ୍ୱରେ ବରଗଡ଼, ସମ୍ବଲପୁର, ସୋନପୁର, ବୌଦ୍ଧ, ନୟାଗଡ଼, କଟକ, ଖୋର୍ଦ୍ଧା, ପୁରୀ ଜିଲ୍ଲା ଦେଇ ଜଗତସିଂହପୁରର ପାରାଦୀପରେ ପହଞ୍ôଚବାକୁ ଥିବାବେଳେ ଉପସଭାପତି ତଥା ବିଧାୟକ ଦେବୀପ୍ରସାଦ ମିଶ୍ରଙ୍କ ନେତୃତ୍ୱରେ ଆଉ ଏକ ଯାତ୍ରା ଝାରସୁଗୁଡ଼ା, ସମ୍ବଲପୁର, ସୁବର୍ଣ୍ଣପୁର, ଅନୁଗୁଳ, ଢେଙ୍କାନାଳ, କଟକ, ଯାଜପୁର, କେନ୍ଦ୍ରାପଡ଼ା ଜିଲ୍ଲା ଦେଇ ଜଗତସିଂହପୁରର ପାରାଦୀପରେ ପହଞ୍ôଚବ । ୨୫ତାରିଖ ପୂର୍ବାହ୍ନ ୧୦ଟାରେ ପାରାଦୀପରେ ଏକ ବଡ଼ଧରଣର ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ଯାତ୍ରାର ସମାପନ ଉତ୍ସବ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି ।
ଦଳ ପକ୍ଷରୁ ଜାରି ରୁଟ୍ ଚାର୍ଟ ଅନୁସାରେ ସାଂସଦ ଶ୍ରୀ ଆଚାର୍ଯ୍ୟଙ୍କ ନେତୃତ୍ୱରେ ମହାନଦୀର ପାଶ୍ୱର୍ରେ ପାରାଦୀପ ଅଭିମୁଖେ ବାହାରିଥିବା ଜନଜାଗରଣ ଯାତ୍ରା ୧୮ତାରିଖରେ ସୁବର୍ଣ୍ଣପୁର ଜିଲ୍ଲା ଅତିକ୍ରମ କରି ବୌଦ୍ଧ ଜିଲ୍ଲାରେ ରାତି ବିତାଇବ । ୧୯ତାରିଖରେ ବୌଦ୍ଧରୁ ନୟାଗଡ଼ ଜିଲ୍ଲା, ୨୦ତାରିଖରେ କଟକ ଜିଲ୍ଲା ଓ ୨୧ ତାରିଖରେ ଖୋର୍ଦ୍ଧା ଜିଲ୍ଲା, ୨୨ ଓ ୨୩ ତାରିଖରେ ପୁରୀ ଜିଲ୍ଲା ଏବଂ ୨୪ ତାରିଖରେ ଜଗତସିଂହପୁର ଜିଲ୍ଲାରେ ପ୍ରବେଶ କରିବ । ଜଗତସିଂହପୁରର ବାଲିକୁଦା ବ୍ଲକ୍, ଜଗତସିଂହପୁର ପୌରାଞ୍ଚଳ, ରଘୁନାଥପୁର ବ୍ଲକ୍, ତିର୍ତ୍ତୋଲ ବ୍ଲକ୍ ଦେଇ ଏହି ଯାତ୍ରା ପାରାଦୀପରେ ୨୫ତାରିଖ ସକାଳ ୯ଟାରେ ପହଞ୍ôଚବ । ସେହିପରି ବିଧାୟକ ଶ୍ରୀ ମିଶ୍ରଙ୍କ ନେତୃତ୍ୱରେ ମହାନଦୀର ପାଶ୍ୱର୍ରେ ପାରାଦୀପ ଅଭିମୁଖେ ବାହାରିଥିବା ଜନଜାଗରଣ ଯାତ୍ରା ୧୮ ତାରିଖରେ ସମ୍ବଲପୁରରୁ ବାହାରି ସୁବର୍ଣ୍ଣପୁର,ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲା ଦେଇ ୧୯ତାରିଖ ସନ୍ଧ୍ୟାରେ କଟକର ନରସିଂହପୁରରେ ପହଞ୍ôଚବ । ୨୦ ତାରିଖରେ ବଡ଼ମ୍ବା ନିର୍ବାଚନମଣ୍ଡଳୀ ମଧ୍ୟରେ ରହିବ । ୨୧ ତାରିଖରେ ଆଠଗଡ଼ରୁ ଚୌଦ୍ୱାର ଦେଇ ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ଓ ଜାରକାରେ ପହଞ୍ôଚବ । ୨୨ ତାରିଖରେ ପାଣିକୋଇଲି ଦେଇ ସାଲେପୁରରେ ପହଞ୍ôଚବ । ୨୩ତାରିଖରେ କେନ୍ଦ୍ରାପଡ଼ାରେ ପହଞ୍ôଚବ । ୨୪ତାରିଖରେ କେନ୍ଦ୍ରାପଡ଼ା ସହରରୁ ମହାକାଳପଡ଼ା ଦେଇ ମାର୍ଶାଘାଇ ଯିବ । ଏହି ଯାତ୍ରା ୨୫ତାରିଖ ସକାଳ ୯ଟାରେ ମାର୍ଶାଘାଇରୁ ପାରାଦୀପ ପହଞ୍ôଚ ୧୦ଟାବେଳେ ସାଧାରଣ ସଭାରେ ସାମିଲ ହେବ ବୋଲି ଜଣାପଡ଼ିଛି । ଏହି ଯାତ୍ରା ଯେଉଁ ସବୁ ଜିଲ୍ଲା ଓ ନିର୍ବାଚନମଣ୍ଡଳୀ ଦେଇ ଅତିକ୍ରମ କରିବ ସେଠାରେ ସମ୍ପୃକ୍ତ ଦଳୀୟ ବିଧାୟକ ଓ ସାଂସଦମାନଙ୍କୁ ଉପସ୍ଥିତ ରହି ବିଶାଳ ବାଇକ୍ ର୍ୟାଲି କରିବା ପାଇଁ ଦଳ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି ।


