Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

୫ହଜାର ନିଖୋଜ ଶିଶୁଙ୍କୁ ନ୍ୟାୟ ଦେବାକୁ ଗାଁ ଗାଁରେ ଆନ୍ଦୋଳନ କରିବ ବିଜେପି

ଭୁବନେଶ୍ୱର(ଓଡ଼ିଶା ୱେୟାର): ନୟାଗଡ଼ର ପରୀକୁ ନ୍ୟାୟ ଓ ୫ହଜାର ନିଖୋଜ ଶିଶୁଙ୍କୁ ଖୋଜିବା ଦାବିରେ ବିଜେପି ଆଗାମୀ ଦିନରେ ଗାଁ ଗାଁରେ ଆନ୍ଦୋଳନ କରିବ ବୋଲି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଘୋଷଣା କରିଛନ୍ତି । ରାଜ୍ୟ ସରକାର ନିଖୋଜ ଶିଶୁଙ୍କ ପରିବାରକୁ ନ୍ୟାୟ ନଦେବା ପର୍ଯ୍ୟନ୍ତ ବିଜେପି ଚୁପ୍ ହୋଇ ବସିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।
ପରୀକୁ ନ୍ୟାୟ ପାଇଁ ପଦଯାତ୍ରାର ଶେଷ ଦିନରେ ସାମିଲ ହୋଇ ବିଜେପି ରାଜ୍ୟ ସଭାପତି ଶ୍ରୀ ମହାନ୍ତି କହିଛନ୍ତି ଯେ,ଏବେ ଓଡ଼ିଶାରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଦେଶର ଭବିଷ୍ୟତମାନେ ନିଖୋଜ ହେଇଯାଉଛନ୍ତି, ମା’ କୋଳ ଶୂନ୍ୟ ହୋଇଯାଉଛି, ହେଲେ ରାଜ୍ୟ ସରକାର ସ୍ଥାଣୁ ପାଲଟିଛନ୍ତି । ନୟାଗଡ ଯଦୁପୁର ଗାଁର ନିରୀହ ଶିଶୁ ପରୀକୁ ଅପହରଣ କରାଗଲା । ପରିବାର ଲୋକେ ଅଙ୍ଗ ତସ୍କରୀ ଅଭିଯୋଗ ଆଣିଛନ୍ତି । ସେପଟେ ନିଖୋଜ ଶିଶୁର ସଂପୂର୍ଣ୍ଣ ଶରୀର ଏଯାଏଁ ମିଳିଲା ନାହିଁ । ଆଉ ଏପରି ପରିସ୍ଥିତିରେ ରାଜ୍ୟ ସରକାର ସେ ପରିବାରକୁ ନ୍ୟାୟ ଦେବା ବଦଳରେ ତାଙ୍କ ଦଳର ନେତା ବାବୁଲି ନାୟକ ଓ ତାଙ୍କ ମନ୍ତ୍ରୀ ଅରୁଣ ସାହୁଙ୍କୁ ସୁରକ୍ଷା ଦେବାରେ ଲାଗିଛନ୍ତି । ସେପଟେ ଘଟଣାର ତଦନ୍ତ ଦାୟିତ୍ୱ ଦେଇଥିବା ଆଇପିଏସ ଅରୁଣ ବ୍ରୋଥା ଏବେ ସରକାରଙ୍କୁ ସୁରକ୍ଷା ଦେବାକୁ ଯାଇ ଲିପାପୋତା କାମରେ ଲାଗିଛନ୍ତି । ସରକାରଙ୍କ ପକ୍ଷରୁ ଗଠିତ ହୋଇଥିବା ଏସଆଇଟିକୁ ନିଜେ ସରକାର ମନିଟର କରୁଛନ୍ତି । ହେଲେ ରାଜ୍ୟବାସୀଙ୍କୁ ଏହା କୋର୍ଟ ପରିଚାଳିତ ବୋଲି କହି ଭକୁଆ ବନେଇବାରେ ଲାଗିଛନ୍ତି । ପୀଡ଼ିତାର ମା ଯେଉଁମାନଙ୍କ ନାଁରେ ଅଭିଯୋଗ କରିଛନ୍ତି ସେମାନଙ୍କୁ ତଦନ୍ତ ପରିସରଭୃକ୍ତ ନକରିବା ଆଜି ତଦନ୍ତ ପକ୍ରିୟାରେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏସଆଇଟି ମୁଖ୍ୟ ଅରୁଣ ବ୍ରୋଥା ଟୁଇଟର କିଙ୍ଗ ବୋଲି ଆମେ ଜାଣିଥିଲୁ ଏବେ ସେ ଜଣେ ଭଲ ସ୍କ୍ରିପ୍ଟ ରାଇଟର ଓ ଷ୍ଟୋରି ଟେଲର ବୋଲି ଜଣାପଡିଛି ।ଏବେ ରାଜ୍ୟରେ ଶିଶୁ ହଜିବା ନିତିଦିନିଆ ଘଟଣା ପାଲଟିଛି । ରାଜ୍ୟ ସରକାର ଏହାକୁ ଗୁରୁତ୍ୱ ନେଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ତେଣୁ ଏପରି ସ୍ଥିତିରେ ଏ ଅପାରଗ ସରକାର ବିରୁଦ୍ଧରେ ଜନଜାଗରଣ କରିବା ପାଇଁ ଦାୟିତ୍ୱସମ୍ପନ୍ନ ବିରୋଧୀ ଦଳ ଭାବେ ବିଜେପି ଗାଁ ଗାଁରେ ବୁଲି ପ୍ରତିବାଦ କରିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ୧୪୭ ବିଧାନସଭାରେ ପରୀକୁ ନ୍ୟାୟ ପଦଯାତ୍ରାରେ ସାମିଲ ହୋଇଥିବା ଲକ୍ଷ ଲକ୍ଷ ପଦଯାତ୍ରୀଙ୍କ ପରିଶ୍ରମ ବୃଥା ଯିବନି । ଏହି ପଦଯାତ୍ରାରେ ହଜାର ହଜାର ସଂଖ୍ୟାରେ ବିଜେପି କାର୍ଯ୍ୟକର୍ତ୍ତାମାନେ ସାମିଲ ହେବା ସହ ପରୀ ହତ୍ୟାକାଣ୍ଡର ତଦନ୍ତ ଭାର ସିବିଆଇକୁ ଦେବା ପାଇଁ ଦାବି କରିଛନ୍ତି । ପରୀକୁ ନ୍ୟାୟ ଦେବା ଦାବିରେ ଭୁବନେଶ୍ୱରରେ ଯାଇଥିବା ପଦଯାତ୍ରା ଆଜି ନୟାଗଡ଼ରେ ଶେଷ ହୋଇଛି । ଏଥିପାଇଁ ଆଜି ଏକ ବିଶାଳ ଜନ ସମାବେଶ ଆୟୋଜିତ ହୋଇଥିଲା । ସମାବେଶ ପରେ ବିଜେପିର ବରିଷ୍ଠ ନେତୃବୃନ୍ଦ ଯଦୁପୁର ଗାଁକୁ ଯାଇ ପରୀର ବାପା, ମା’ ଓ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିଥିଲେ ।
ଏହି ସମାବେଶରେ ଦଳର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ, ବିଧାୟକ ନାଉରୀ ନାୟକ, ମୁକେଶ ମହାଲିଙ୍ଗ, ପ୍ରକାଶ ସୋରେନ ଓ କୁସୁମ ଟେଟେ, କେ.ଭି ସିଂହଦେଓ ଓ ସୁରମା ପାଢୀ, ଅନୀତା ପ୍ରିୟଦର୍ଶିନୀ, ରବି ନାଏକ, ଲେଖାଶ୍ରୀ ସାମନ୍ତସିଂହାରଙ୍କ ସମେତ ବହୁ ବରିଷ୍ଠ ବିଜେପି ନେତା ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top