Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

୫୦୦କୋଟି ଟଙ୍କା ଦୁର୍ନୀତିର କାର୍ପେଟଦାର ଧର୍ମେନ୍ଦ୍ର : ଛାତ୍ର କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ୱେୟାର): ଓଡ଼ିଶାରେ ଏକ ଅନାମଧେୟ ଚାରିଟେବୁଲ ଟ୍ରଷ୍ଟ ଓ ଏକ ସଂସ୍ଥା ଖୋଲି ଦେଶର ୭ଟି ପେଟ୍ରୋ କମ୍ପାନୀଠୁ ବିଜ୍ଞାପନ ଆକାରରେ ୫ଶହ କୋଟି ଟଙ୍କାରୁ ଅଧିକ ଅର୍ଥ ଲୁଟ୍ କରାଯାଇଛି। କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଦୁର୍ନୀତିର କାର୍ପେଟଦାର ଓ ତାଙ୍କ ସହଯୋଗୀ ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ହରେକୃଷ୍ଣ ଖୁଣ୍ଟିଆ ଏହାର କିଙ୍ଗପିନ୍ ସାଜିଛନ୍ତି ବୋଲି ଛାତ୍ର କଂଗ୍ରେସ ଅଭିଯୋଗ କରିଛି।
ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଇତିଶ୍ ପ୍ରଧାନ କହିଛନ୍ତି ଯେ, ବହି ବିଜ୍ଞାପନ ନାଁ ରେ ଓଡ଼ିଶାର ବିଜେପି ନେତାମାନେ ୭ଟି ରାଷ୍ଟ୍ରାୟତ୍ତ ପେଟ୍ରୋ କମ୍ପାନୀର ଶହ ଶହ କୋଟି ଟଙ୍କା ଲୁଟ କରିବା ଘଟଣା ଏବେ ଆମ ନଜରକୁ ଆସିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ରାଜ୍ୟ ବିଜେପି ନେତାମାନଙ୍କ ଦ୍ୱାରା କରାଯାଇଥିବା ଅନାମଧେୟ ଏବଂ ଅଣପଂଜିକୃତ ଟ୍ରଷ୍ଟକୁ ବହି ଛାପିବା ବାବଦରେ ଆଇଓସିଏଲ, ବିପିସିଏଲ, ଏଚପିସିଏଲ, ଗେଲ, ଓଏନଜିସି, ଓଆଇଏଲ ଏବଂ ଇଆଇଏଲ ପ୍ରଭୃତି ପେଟ୍ରୋକମ୍ପାନୀ ଶହେ କୋଟିରୁ ଉଦ୍ଧ୍ୱର୍ ଟଙ୍କାର ବିଜ୍ଞାପନ ଦେଇଛନ୍ତି। ବିଜେପି ନେତାମାନଙ୍କର ଏହି ଅନାମଧେୟ ଟ୍ରଷ୍ଟ ଗଢ଼ାଯିବାର ମାସେ ଦୁଇମାସ ମଧ୍ୟରେ ପେଟ୍ରୋ କମ୍ପାନୀମାନେ କେଉଁ ମାପକାଠିର ବହି ଛାପିବାକୁ କୋଟି କୋଟି ଟଙ୍କା ଦେଇଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତ। ସେ କହିଛନ୍ତି ଯେ, ଇଣ୍ଟରନେଟ ଫଟୋ ସମ୍ମିଳିତ ରଙ୍ଗୀନ ଫଟୋକପି ବାହାର କରାଯାଇ ବନେ୍ଧଇ ହୋଇଥିବା ମାତ୍ର ୫୦ ଖଣ୍ଡ ବହି ବାବଦକୁ ଏତେ ପରିମାଣର ଅର୍ଥ ଦିଆଯାଇଛି। ଏପରିକି କୌଣସି ବହିରେ ପ୍ରକାଶକ ଏବଂ ମୁଦ୍ରକଙ୍କର ସଂମ୍ପୂର୍ଣ୍ଣ ତଥ୍ୟ ଦିଆଯାଇ ନାହିଁ। ଏ ବାବଦରେ କୋଟି କୋଟି ଟଙ୍କାର ଆୟକର, ଜିଏସଟି ଏବଂ ଅନ୍ୟାନ୍ୟ ଟିକସ ମଧ୍ୟ ହଡ଼ପ କରାଯାଇଛି । ବିଜ୍ଞାପନ ନାଁରେ ପେଟ୍ରୋ କମ୍ପାନୀଗୁଡ଼ିକର ଟଙ୍କା ବା ଜନସାଧାରଣଙ୍କ ଅର୍ଥକୁ ନିଜର ପୈତୃକ ସମ୍ପତ୍ତି ଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଜେପି ନେତାମାନଙ୍କ ବ୍ୟକ୍ତିଗତ ପାଣ୍ଠି ବଢ଼ାଇବା ପାଇଁ ବ୍ୟବହାର ହୋଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକଦା ଓଡ଼ିଶା ଟ୍ରାଇବାଲ ଆଣ୍ଡ ରୁରାଲ ଟୁରିଜିମ୍ କୋପରେଟିଭ୍ ସୋସାଇଟି ନାମକ ଏକ ସଂସ୍ଥାର ମୁଖ୍ୟ ଥିଲେ। ସେ ଏଥିରୁ ଓହରିଯିବା ପରେ ତାଙ୍କର ଖାସ ଅନୁଗତ ହରେକୃଷ୍ଣ ଖୁଂଟିଆଙ୍କୁ ଏହାର ସଭାପତି ଅଛନ୍ତି। ସେହିପରି ଫ୍ରେଣ୍ଡସ୍ ଆସୋସିଏସନ୍ ଚାରିଟେବୁଲ ଟ୍ରଷ୍ଟ ନାଁରେ ଏକ ସଂସ୍ଥା ମଧ୍ୟ ଶ୍ରୀ ଖୁଣ୍ଟିଆ ଖୋଲିଛନ୍ତି। ପେଟ୍ରୋ କମ୍ପାନୀଗୁଡ଼ିକ କେବଳ ଏହି ଦୁଇ ସଂସ୍ଥାକୁ ବହି ଛାପିବା ପାଇଁ ବିଜ୍ଞାପନ ଆକାରରେ କୋଟି କୋଟି ଟଙ୍କା ଦେଇଥିବା ପ୍ରମାଣ ରହିଛି। ଏହି ହଡ଼ପ ଅର୍ଥର ପରିମାଣ ୫ଶହ କୋଟି ଟଙ୍କାରୁ ଉଦ୍ଧ୍ୱର୍ ହେବ। ସେହିପରି ‘ଉଜ୍ଜ୍ୱଳା ଦିଦି’ ପାଇଁ ଟେଣ୍ଡର ଜାଲିଆତି କରାଯାଇ ୩୦ କୋଟି ଟଙ୍କା ଆତ୍ମସାତ୍ କରାଯାଇଛି। ଉଜ୍ଜଳା ଦିଦି ଯୋଜନା ନାଁରେ ୩୦ କୋଟି ଟଙ୍କା ଚଳୁ କରିବାକୁ ଏହା ବିଧିବଦ୍ଧ ଷଡ଼ଯନ୍ତ୍ର ନୁହେଁ ତ ବୋଲି କଂଗ୍ରେସ ପ୍ରଶ୍ନ କରିବା ସହ ଏହି କେଳେଙ୍କାରୀ ପଛରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ପ୍ରତ୍ୟକ୍ଷ ହାତ ରହିଥିବା ଅଭିଯୋଗ କରିଛି। ଏହି ସମସ୍ତ ଆର୍ଥିକ ଅନିୟମିତତାର ତଦନ୍ତ ସିବିଆଇ ଓ ଇଡି ଦ୍ୱାରା କରିବା ପାଇଁ ଛାତ୍ର କଂଗ୍ରେସ ଦାବି କରିବା ସହ ୨୪ଘଣ୍ଟା ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଓ ପେଟ୍ରୋ କମ୍ପାନୀଗୁଡ଼ିକ ସ୍ପଷ୍ଟୀକରଣ ଦେବାକୁ ଦାବି କରିଛି। ନଚେତ୍ ୩ଦିନ ମଧ୍ୟରେ ରାଜ୍ୟର ସମସ୍ତ ପେଟ୍ରୋ କମ୍ପାନୀ କାର‌୍ୟ୍ୟାଳୟ ଘେରାଉ କରାଯିବ ଏବଂ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ରାଜ୍ୟର ସବୁଠୁ କଳାପତାକା ପ୍ରଦର୍ଶନ କରିବା ସହିତ ଅଣ୍ଡାମାଡ଼ କରାଯିବ ବୋଲି ଚେତାବନୀ ଦେଇଛି।
ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଆଦିତ୍ୟ ପ୍ରିତମ୍ ଦାସ, ସୌମ୍ୟ ପ୍ରକାଶ ମିଶ୍ର, ଏମଡି ଉମେର ଆଲାମ୍, ଅକ୍ଷୟ କୁମାର ମଲ୍ଲ, ବିପ୍ଳବ ପରିଡ଼ା ଓ ଅଖିଳେଶ ଯାଦବ ପ୍ରମୁଖ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top