Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

୬୩ଟି କେନ୍ଦ୍ରରେ ହେବ ଭୋଟଗଣତି: ସିଇଓ

ଭୁବନେଶ୍ୱର(ଓଡ଼ିଶା ୱେୟାର): ଆସନ୍ତା ମେ’୨୩ତାରିଖରେ ରାଜ୍ୟର ସମସ୍ତ ୩୦ ଜିଲ୍ଲାର ୬୩ଟି କେନ୍ଦ୍ରରେ ଭୋଟଗଣତି ହେବ। ଏଥିରୁ ୬ଟି ଜିଲ୍ଲାରେ ମାତ୍ର ୨ଟି ଲେଖାଏ ବିଧାନସଭା ଆସନ ପାଇଁ ଗଣନା କେନ୍ଦ୍ର ଥିବାବେଳେ ଦେବଗଡ଼ ଜିଲ୍ଲାରେ ମାତ୍ର ଗୋଟିଏ କେନ୍ଦ୍ର ରହିଛି। ତେବେ ଭୋଟଗଣନା ନିମନ୍ତେ ଅତିରିକ୍ତ ଟେବୁଲର ବ୍ୟବସ୍ଥା ପାଇଁ ସ୍ଥାନ ଅଭାବ ଥିବା ୮ଟି ଜିଲ୍ଲାର ଭୋଟ ଫଳାଫଳ ଆସିବାରେ ଅପେକ୍ଷାକୃତ ବିଳମ୍ବ ହେବ।
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ୧୪୬ ବିଧାନସଭା ଓ ୨୧ଟି ଲୋକସଭା ଆସନ ପାଇଁ ହୋଇଥିବା ନିର୍ବାଚନ ଗଣତି କାର୍ଯ୍ୟ ରାଜ୍ୟର ସମସ୍ତ ୩୦ ଜିଲ୍ଲାର ୬୩ଟି କେନ୍ଦ୍ରରେ ହେବ। ତେବେ ଚଳିତଥର ଇଭିଏମ୍ ଓ ଭିଭିପ୍ୟାଟ୍ ଉପଯୋଗ ହୋଇଥିବାରୁ ନିର୍ବାଚନ ଫଳାଫଳ ଆସିବାରେ ଅପେକ୍ଷାକୃତ ବିଳମ୍ବ ହେବାର ସମ୍ଭାବନା ରହିଛି। ଭୋଟ ଗଣନାକୁ ଶୀଘ୍ର ସାରିବା ପାଇଁ ୨୨ଟି ଜିଲ୍ଲାରେ ଥିବା ଗଣନା କେନ୍ଦ୍ରରେ ଅତିରିକ୍ତ ଟେବୁଲ ବ୍ୟବସ୍ଥା ନିମନ୍ତେ ନିର୍ବାଚନ କମିଶନ ଅନୁମତି ଦେଇଥିବାବେଳେ ଅନ୍ୟ ୮ଟି ଜିଲ୍ଲା ଯଥା ବରଗଡ଼, ସୋନପୁର, ବାଲେଶ୍ୱର, କେନ୍ଦ୍ରାପଡ଼ା, ଯାଜପୁର, ପୁରୀ, ନୟାଗଡ଼ ଓ ନବରଙ୍ଗପୁରରେ ଥିବା ଭୋଟଗଣନା କେନ୍ଦ୍ରରେ ସ୍ଥାନ ଅଭାବରୁ ଅତିରିକ୍ତ ଟେବୁଲ ବ୍ୟବସ୍ଥା ହୋଇପାରିନି। ଏହି ୮ଟି ଜିଲ୍ଲାରେ ୧୧ଟି ଭୋଟଗଣନା କେନ୍ଦ୍ର ଥିବାବେଳେ ଏହା ଅଧୀନରେ ୪୧ଟି ବିଧାନସଭା ଆସନ ପାଇଁ ଭୋଟ ଗଣତିର କାର୍ଯ୍ୟକ୍ରମ ରହିଛି। ଏହି ୮ଟି ଜିଲ୍ଲାରେ ଭୋଟ ଗଣତି ଫଳାଫଳ ଆସିବାରେ ଅପେକ୍ଷାକୃତ ବିଳମ୍ବ ହେବାର ସମ୍ଭାବନା ରହିଛି। ପୂର୍ବରୁ ନିର୍ବାଚନ କମିଶନ ପ୍ରତ୍ୟେକ ଗଣନା କେନ୍ଦ୍ରରେ ୧୪ଟି ଟେବୁଲ ( ୭ଟି ବିଧାନସଭା ଓ ୭ଟି ଲୋକସଭା) ପାଇଁ ବ୍ୟବସ୍ଥା କରିବାକୁ ଅନୁମତି ଦେଇଥିଲେ। କିନ୍ତୁ ଏହି ୮ଟି ଜିଲ୍ଲାକୁ ଛାଡ଼ି ବାକି ୨୨ଟି ଜିଲ୍ଲାରେ ୬୩ଟି ବିଧାନସଭା ଆସନ ପାଇଁ ଶୀଘ୍ର ଗଣନା ନିମନ୍ତେ ଅଧିକ ସଂଖ୍ୟକ ଟେବୁଲ ବ୍ୟବସ୍ଥା କରିବାକୁ କମିଶନ ଅନୁମତି ଦେଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top