ଭୁବନେଶ୍ୱର(ଓଡ଼ିଶା ୱେୟାର): ପ୍ରଦେଶ ଯୁବ କଂଗ୍ରେସ ସଭାପତି ସ୍ମୃତିରଞ୍ଜନ ଲେଙ୍କା ନିଜର ୬୬ଜଣିଆ ପଦାଧିକାରୀ ଟିମ୍ ଗଠନ କରିଛନ୍ତି । ଟିମରେ ୮ଜଣ ଉପସଭାପତି, ୧୫ଜଣ ସାଧାରଣ ସମ୍ପାଦକ, ୨୭ଜଣ ସମ୍ପାଦକ ଓ ୧୬ଜଣ ଯୁଗ୍ମ ସମ୍ପାଦକ ଅଛନ୍ତି । ଅଖିଳ ଭାରତୀୟ ଯୁବ କଂଗ୍ରେସର ଅନୁମୋଦନରେ ଆଜି ଏହି ଟିମ୍ ଘୋଷଣା ହୋଇଛି ।
ଘୋଷଣା ଅନୁସାରେ, ପ୍ରଦେଶ ଯୁବ କଂଗ୍ରେସର ଉପସଭାପତି ଭାବେ ଅଭିଳାଷ ମାଣିଆ, ମହମ୍ମଦ ଅଲିମ୍, ବିମଳ ବେହେରା, କିରଣ ସାହୁ, ବିରେନ୍ଦ୍ର ବାଗ, ଅଙ୍କିତ ସଂଘାଇ, ରାଜୀବ ପଟ୍ଟନାୟକ ଓ ସୁନୀତା ବାଗ୍ଙ୍କୁ ନିଯୁକ୍ତି କରାଯାଇଛି । ରାଜ୍ୟ ଯୁବ କଂଗ୍ରେସର ପଦାଧିକାରୀଙ୍କ ସମେତ ସମ୍ବଲପୁର ଜିଲ୍ଲା ଯୁବ କଂଗ୍ରେସ ସଭାପତି ଭାବେ ପ୍ଲାବନ ବହିଦାର, ଗଜପତି – ସୂର୍ଯ୍ୟନାରାୟଣ ପାତ୍ର, ସୁନ୍ଦରଗଡ – ଆଲବର୍ଟ କିଣ୍ଡୋ, ଗଞ୍ଜାମ (ଆସ୍କା ଲୋକସଭା) – ଚିନ୍ମୟ ହୋତା, ଗଞ୍ଜାମ (ବ୍ରହ୍ମପୁର ଜୋନ୍) – ବିଜୟରାଜ ପାଣିଗ୍ରାହୀ,ନବରଙ୍ଗପୁର – ଅଖିଳ ଭତ୍ରାଙ୍କୁ ନିଯୁକ୍ତି ଦିଆଯାଇଥିବାବେଳେ ନୟାଗଡ ଜିଲ୍ଲା ଯୁବ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଭାବେ ମିର୍ ଅବଦୁର ସିଦ୍ଦିକି ଓ ପ୍ରତୀକ ମହାପାତ୍ରଙ୍କୁ ଦାୟିତ୍ୱ ଦିଆଯାଇଛି । ଏହି ନବନିଯୁକ୍ତ ଯୁବନେତାମାନେ ଆଗାମୀ ଦିନରେ ସଂଗଠନକୁ ସୁଦୃଢ଼ କରିବା ସହିତ ଯୁବକଯୁବତୀମାନଙ୍କ ସ୍ୱାର୍ଥ ଉଦ୍ଦେଶ୍ୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଲଢ଼େଇ ଜାରି ରଖିବେ ବୋଲି ପିସିସି ଯୁବ କଂଗ୍ରେସ ସଭାପତି ସ୍ମୃତିରଞ୍ଜନ ଲେଙ୍କା ସୂଚନା ଦେଇଛନ୍ତି ।


