Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

୯୩ ଥର ହାରିବା ପରେ ଏବେ ପୁଣି ପ୍ରାର୍ଥୀ ହେଉଛନ୍ତି ହସନୁରାମ

ଲକ୍ଷ୍ନୌ: ଆଜି ଠାରୁ ରାଜ୍ୟରେ ବିଧାୟକ ପ୍ରାର୍ଥୀମାନଙ୍କ ପାଇଁ ନାମାଙ୍କନ ବି ଆରମ୍ଭ ହୋଇଯାଇଛି । ଉତ୍ତର ପ୍ରଦେଶରେ ଏବେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହି କ୍ରମରେ ଆଗ୍ରାର ହସନୁରାମ ବି ପୁଣି ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଛନ୍ତି । ହସନୁରାମ ଆମ୍ବେଦକର ଉତ୍ତର ପ୍ରଦେଶର ଏକ ଚର୍ଚ୍ଚିତ ନାମ । ୭୫ ବର୍ଷିୟ ହସନୁରାମ ତାଙ୍କ ଜୀବନକାଳରେ ୯୩ ଥର ନିର୍ବାଚନ ଲଢିସାରିଛନ୍ତି । ହେଲେ କୌଣସି ଥର ସେ ବିଜୟର ସ୍ୱାଦ ଚାଖିପାରି ନାହାଁନ୍ତି । ହେଲେ ଏନେଇ ତାଙ୍କ ମନରେ କୌଣସି ଅନୁତାପ ନାହିଁ । ଖେରାଗଡ ତହସିଲର ନଗଲା ଦୁହ୍ଲାଠାରେ ରହୁଥିବା ହସନୁରାମଙ୍କ ନିର୍ବାଚନ ଲଢିବା ପଛରେ କିଛି ରୋଚକ କାହାଣୀ ରହିଛି ।
୩୬ ବର୍ଷ ପୂର୍ବେ ହସନୁରାମଙ୍କୁ ଏକ ବଡ ରାଜନୈତିକ ଦଳ ପକ୍ଷରୁ ନିର୍ବାଚନରେ ଟିକେଟ ଦେବାକୁ ପ୍ରତିଶ୍ରୁତି ଦିଆଯାଇଥିଲା । ହେଲେ କୌଣସି କାରଣରୁ ତାଙ୍କୁ ଟିକେଟ ମିଳିଲା ନାହିଁ । ଏହି ରାଗରୁ ସେ ପ୍ରତିଥର ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଗଲେ । ଏବେ ସେ ନିର୍ବାଚନ ହାରିବାରେ ରେକର୍ଡ କରିବାକୁ ପ୍ରସ୍ତୁତ ହୋଇଛନ୍ତି ।

ହସନୁରାମଙ୍କ ଜନ୍ମ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ହୋଇଥିଲା । ଅର୍ଥାତ ଦେଶ ସ୍ୱାଧୀନ ହେବା ଦିନ ହସନୁରାମ ଜନ୍ମଗ୍ରହଣ କରିଥିଲେ । ହସନୁରାମ କହିଛନ୍ତି କି ସେ ରାଜସ୍ୱ ବିଭାଗର ଅମିନ ଭାବେ କାମ କରୁଥିଲେ । ସେହିସମୟରେ ସେ ବମପନ୍ଥୀ ଦଳର ସଦସ୍ୟ ଥିଲେ । ୧୯୮୫ ମସିହାରେ ଏକ ଆଞ୍ଚଳିକ ଦଳ ତାଙ୍କୁ ବିଧାନସଭା ପାଇଁ ପ୍ରାର୍ଥୀ କରିବାକୁ ପ୍ରତିଶ୍ରୁତି ଦେଇଥିଲା । ଏହାପରେ ସେ ଚାକିରୀ ଛାଡି ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ । ହେଲେ ନିର୍ବାଚନ ସମୟରେ ତାଙ୍କ କଥା ଦେଇଥିବା ଦଳ ଟିକେଟ ଦେଇ ନଥିଲା ।

ଏହାପରେ ସେ କ୍ରମାଗତ ଭାବେ ବିଭିନ୍ନ ନିର୍ବାଚନ ଲଢି ଚାଲିଛନ୍ତି । ବିଧାନସଭା, ଲୋକସଭା ଓ ପଞ୍ଚାୟତ ନିର୍ବାଚନରେ ସେ ୯୩ ଥର ପ୍ରାର୍ଥୀ ହୋଇ ପରାଜିତ ହୋଇଛନ୍ତି । ଏବେ ସେ ୯୪ ଥର ପାଇଁ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ହେବେ ବୋଲି ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି କି ୧୦୦ ଥର ନିର୍ବାଚନ ହାରି ସେ ଏକ ରେକର୍ଡ କରିବାକୁ ଚିନ୍ତା କରୁଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top