ଭୁବନେଶ୍ୱର : ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ୪ଟି ବ୍ଲକର ୮୫ଟି ପଂଚାୟତ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୯.୯୨ କୋଟି ଟଙ୍କାର ମୋଟ ୭୬୧ଟି ପ୍ରକଳ୍ପକୁ ମଞ୍ଜୁର ପ୍ରଦାନ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଆଜି କୋରାପୁଟ ଜିଲ୍ଲାର ବୈପାରୀଗୁଡ଼ା, ଗଞ୍ଜାମର ଦିଗପହଣ୍ଡି, ନୂଆପଡ଼ା ସିନାପାଲି ଓ ନବରଙ୍ଗପୁର ଜିଲ୍ଲାର ନବରଙ୍ଗପୁର ବ୍ଲକ୍ର ଲୋକଙ୍କ ସହ ଆଲୋଚନା କରି ସେମାନଙ୍କର ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକୁ ମଞ୍ଜୁର ପ୍ରଦାନ କରିଛନ୍ତି । ବୈପାରୀଗୁଡ଼ା ବ୍ଲକର ୨୦ଟି ପଂଚାୟତ ପାଇ ୩.୬୬ କୋଟି ଟଙ୍କାର ୨୦୯ଟି ପ୍ରକଳ୍ପ, ଦିଗପହଣ୍ଡି ବ୍ଲକର ୨୫ଟି ପଂଚାୟତ ପାଇଁ ୬.୨୫କୋଟିରେ ୧୫୪ଟି ପ୍ରକଳ୍ପ, ସିନାପାଲି ବ୍ଲକର ୨୭ଟି ପଂଚାୟତ ପାଇଁ ୬.୭୫ କୋଟି ଟଙ୍କାରେ ୨୭୪ଟି ପ୍ରକଳ୍ପ ଓ ନବରଙ୍ଗପୁର ବ୍ଲକର ୧୩ଟି ପଂଚାୟତ ପାଇଁ ୩.୨୫ କୋଟି ଟଙ୍କାରେ ୧୨୪ଟି ପ୍ରକଳ୍ପ ଏଥିରେ ସାମିଲ ଅଛି ।


