ଏଣିକି ଗ୍ୟାସ୍ ଅର୍ଡରର ୪୮ ଘଣ୍ଟା ମଧ୍ୟରେ ଖାଉଟିଙ୍କ ପାଖରେ ପହଞ୍ଚିବ ରନ୍ଧନ ଗ୍ୟାସ ସିଲିଣ୍ଡର। ଆଜି ପେଟ୍ରୋଲ୍, ଡିଜେଲ୍ ଓ ଏଲ୍ପିଜି ଡିଲର୍ ସଂଘ ସହ ଯୋଗାଣ ମନ୍ତ୍ରୀଙ୍କ ବୈଠକ ପରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ପ୍ରତିକ୍ରିୟା । ସେ କହିଛନ୍ତି ଖାଉଟିଙ୍କୁ ଉତ୍ତମ ସେବା ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଇଛି । ଅର୍ଡରର ୪୮ ଘଣ୍ଟା ମଧ୍ୟରେ ଖାଉଟିଙ୍କ ପାଖରେ ପହଞ୍ଚିବ ରନ୍ଧନ ଗ୍ୟାସ ସିଲିଣ୍ଡର ।
ଧାର୍ଯ୍ୟ ସମୟ ସୀମାରେ ଖାଉଟିଙ୍କ ପାଖରେ ଗ୍ୟାସ ନପହଞ୍ଚିଲେ ବିତରଣକାରୀ ସଂସ୍ଥା ବା ଡିଲରଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ।ସେହିପରି ପେଟ୍ରୋଲ, ଡିଜେଲ୍ ମାନରେ କୌଣସି ସାଲିସ୍ କରାଯିବନି । ଅପମିଶ୍ରଣ ଯାଞ୍ଚ କରାଯିବ ଯଦି କୌଣସି ଅପମିଶ୍ରଣ ହେଉଥିଲେ ତୁରନ୍ତ ହେବ କାର୍ଯ୍ୟାନୁଷ୍ଠାନ ।