ODISHAWIRE – is a leading 24*7 Odia news Web portal of Odisha.ODISHAWIRE committed to maintaining the highest standards of journalism and would scrupulously avoid editorializing while reporting the news. It would endeavor to cover the entire gamut of issues from across the world, but the focus would be on the state of Odisha. Also focused on various govt activities & policy of the state too.
We had a group of young journalists to making the ODISHAWIRE a pro-people based news web portal.
www.Odishawire.in & www.Odishawire.com is an Odia news web portal.
EDITOR: SAGARIKA PATNAIK
ଆମ ସମ୍ପର୍କରେ…
ଭାରତ ଭଳି ବିଶ୍ୱର ସର୍ବବୃହତ୍ ଗଣତନ୍ତ୍ର ରାଷ୍ଟ୍ରରେ ଗଣମାଧ୍ୟମକୁ ଚତୁର୍ଥ ସ୍ତମ୍ଭ ବୋଲି କୁହାଯାଏ। କିନ୍ତୁ ପରିବର୍ତ୍ତିତ ପରିସ୍ଥିତିରେ ବଦଳୁଥିବା ଦୃଶ୍ୟପଟ୍ଟରେ ‘ଗଣମାଧ୍ୟମ’ ନିଜର ସ୍ୱତନ୍ତ୍ରତା ବଜାୟ ରଖିପାରୁଛି କି? କର୍ପୋରେଟ ହାଉସ୍ ଦ୍ୱାରା ପରିଚାଳିତ ଅବା ପାରିବାରିକ ସମ୍ପତ୍ତି ପାଲଟିଥିବା ଗଣମାଧ୍ୟମ ସଂସ୍ଥାଠୁ କ’ଣ ଏବେ ସାଧାରଣ ପାଠକଟିଏ ‘ନିରପେକ୍ଷ ସମ୍ବାଦ’ ଆଶା ରଖିପାରିବ କି? ଏହା ଏବେ ସବୁଠୁ ବଡ଼ ପ୍ରଶ୍ନ ହୋଇଛି। ଏବେ କ୍ୱିଚିତ୍ ସମ୍ବାଦପତ୍ର,ଟିଭି ଚ୍ୟାନେଲ ଅବା ନ୍ୟୁଜ୍ ୱେବସାଇଟ୍ ଏଭଳି ଅଛି ଯେଉଁଠି ସାମ୍ବାଦିକ ଓ ପାଠକଙ୍କୁ ହିଁ କେବଳ ପ୍ରାଥମିକତା ଦିଆଯାଉଛି। ନିଜ ସ୍ୱାର୍ଥ ପାଇଁ ଅଧିକାଂଶ ‘ମିଡିଆ ହାଉସ୍’ ଏବେ ସରକାରୀ କଳ ଅବା ନେତାଙ୍କ ହାତବାରିସୀ ସାଜିଛି। ବ୍ୟବସାୟିକ ବୁଝାମଣା କରାଯାଉଛି। ଯେଉଁଥିପାଇଁ ସାମ୍ବାଦିକତାରସ୍ତର ହ୍ରାସ ପାଇଛି ଓ ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି।
କାମଳ ସାମ୍ବାଦିକତାର ପ୍ରଚଳନ ଅଧିକ ପ୍ରଭାବୀ ହେବାରେ ଲାଗିଛି। ନିଜସ୍ୱ ସ୍ୱାର୍ଥସାଧିତ ହେବାଭଳି ଖବର ପ୍ରସାରଣ ଅବା ପ୍ରକାଶିତ କରିବା ମିଡିଆ ହାଉସଗୁଡ଼ିକ ପାଇଁ ବାଧ୍ୟବାଧକତା ହୋଇଥିବାବେଳେ ସାମ୍ବାଦିକଙ୍କ ପାଇଁ ସାଧାରଣ ଲୋକ ଓ ସମୂହ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଖବର ପ୍ରସ୍ତୁତ କରିବା ମଧ୍ୟ କାଠିକର ପାଠ ହେବାରେ ଲାଗିଛି। ଯାହାଫଳରେ ଗଣମାଧ୍ୟମ ଓ ସାମ୍ବାଦିକର ବିଶ୍ୱସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସାଧାରଣ ଲୋକର ଭରସା କମିବାରେ ଲାଗିଛି।
କେବଳ ଏହାକୁ ଦୃଷ୍ଟିରେ ରଖି ୨୦୧୭ ଜୁନ୍ ମାସରେ ‘ଓଡ଼ିଶା ୱେୟାର’ ୨୪ଘଣ୍ଟିଆ ନ୍ୟୁଜ୍ ପୋର୍ଟାଲ ଅସ୍ତିତ୍ୱକୁ ଆସିଥିଲା । ସାମ୍ବାଦିକତାକୁ ବଞ୍ଚାଇ ରଖିବାକୁ ହେଲେ ସମ୍ପାଦକୀୟ ସ୍ୱାଧୀନତା ଓ ସାଧାରଣ ଲୋକର ସ୍ୱାର୍ଥକୁ ଗୁରୁତ୍ୱ ଦେଇ ଖବର ପ୍ରସାରଣ କରିବାକୁ ପଡ଼ିବ। ବିନା ଦ୍ୱେଷ ଓ ପକ୍ଷପାତରେ ଖବର ପ୍ରସାରଣ କରିବାକୁ ହେବ। ଖବରର ବିଶ୍ଲେଷଣ ଓ ତା’ଉପରେ ଟିପ୍ପଣୀ ଦେବା ବ୍ୟତୀତ ଆମର ଉଦ୍ଦେଶ୍ୟ ରିପୋର୍ଟିଂର ପାରମ୍ପରିକ ଅସ୍ତିତ୍ୱକୁ ଜୀବିତ ରଖିବା ମଧ୍ୟ । ବିଜ୍ଞାପନର ଚାକଚକ୍ୟ ଓ ନେତାଙ୍କ ଚାଟୁକାରିତା ମଧ୍ୟରେ ନିଜକୁ ହଜାଇ ନଦେଇ ‘ଓଡ଼ିଶା ୱେୟାର’ ଓଡ଼ିଶାବାସୀଙ୍କ ସ୍ୱର ହେବାକୁ ପ୍ରତିଶ୍ରୁତିବଦ୍ଧ। ଆଗାମୀ ଦିନରେ ସମ୍ବଳର ଉପଲବ୍ଧତାକୁ ଦେଖି ଆମେ ଇଂରାଜୀ ଓ ଅନ୍ୟାନ୍ୟ ଭାଷାର ସଂସ୍କରଣ ପ୍ରକାଶ କରିବାକୁ ଲକ୍ଷ୍ୟ ରଖିଛୁ।
ଆମ ମତରେ ଅନୁଭବ ହିଁ ଅଭିଜ୍ଞତା ହାସଲରେ ସହାୟକ ହୋଇଥାଏ। ତେଣୁ ‘ଓଡ଼ିଶା ୱେୟାର’ରେ ଆମେ ଏଭଳି ସମ୍ପାଦକୀୟ ଟିମକୁ ସାମିଲ କରିଛୁ ଯେଉଁମାନେ ସାମ୍ବାଦିକତା ଜଗତରେ ନୂଆ ମୁହଁ ସତ, କିନ୍ତୁ ସେମାନେ ଅନ୍ୟର ଚାପ କିମ୍ବା ସାଲିସର ଛାପରୁ ଊଦ୍ଧ୍ୱର୍ରେ ରହିଛନ୍ତି। ସେହିମାନଙ୍କ ଆତ୍ମସ୍ୱାଭିମାନକୁ ପୁଞ୍ଜି କରି ‘ଓଡ଼ିଶା ୱେୟାର’ ତା’ର ଗତିପଥରେ ଆଗେଇ ଚାଲିଛି। ଆଶା କରୁଛୁ, ପାଠକୀୟ ଆଦୃତି ଲାଭ କରିବ ।
ଓଡ଼ିଆ ଟିମ
ସାଗରିକ ପଟ୍ଟନାୟକ : (ସମ୍ପାଦକ)
ଦୀନବନ୍ଧୁ ଲେଙ୍କା ( ଖବରଦାତା)
ଉମାକାନ୍ତ ସ୍ୱାଇଁ ( ଖବରଦାତା)
Anyone can directly contact us: odishawirenews@gmail.com for any query or redressal of the grievance.
The jurisdiction for legal disputes and litigation arising out of any story or article published on odishawire.com/odishawire.in would be the Bhubaneswar region only.