Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଆଠ ବର୍ଷର ବାଳକ ଜୀବନ କୃଷ୍ନଙ୍କ ମୁହଁରୁ ବାହାରୁଛି ଅନର୍ଗଳ ବେଦମନ୍ତ୍ର

ଜଳେଶ୍ବର. (ଓଡ଼ିଶା ୱେୟାର): ପ୍ରତିଭା ଆଗରେ ହାର ମାନିଛି ବୟସ। ତୁଳସୀ ଦୁଇ ପତ୍ର ରୁ ବାସିଲା ଭଳି ଛୋଟ ବୟସରୁ ନିଜ ପ୍ରତିଭା ପାଇଁ ସେ ଆଜି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ। ସେ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ବେଗୁନିଆ ଗ୍ରାମର କ୍ଷିତିଶ ପଣ୍ଡା ଓ ସନ୍ଧ୍ୟାରାଣୀ ପଣ୍ଡାଙ୍କ କନିଷ୍ଠ ପୁତ୍ର ଜୀବନ କୃଷ୍ନ ପଣ୍ତାଙ୍କ ବିଷୟରେ। ବୟସ ମାତ୍ର ଆଠ ବର୍ଷ। କିନ୍ତୁ ମୁହଁରୁ ବାହାରୁଛି ଅନର୍ଗଳ ବେଦ ମନ୍ତ୍ର । ଖାଲି ବେଦ ମନ୍ତ୍ର ନୁହେଁ ତାସହିତ ଗାୟତ୍ରୀ ମନ୍ତ୍ର, ମହା ମୃତୁଞ୍ଜୟ ମନ୍ତ୍ର, ଗୀତା,ଭାଗବତ ଓ ନବବିଗ୍ରହ ଙ୍କ ସ୍ତୋତ୍ର। ସତେ ଯେମିତି ମା ସରସ୍ବତୀ ତାଙ୍କ କଣ୍ଠ ରେ ବିରାଜମାନ କରିଛନ୍ତି। ଖେଳ କୁଦ, ଅଝଟ ବୟସରେ ପାଠ ପଢା ସହିତ ଦେବ ପୂଜା, ଚଣ୍ଡୀ ପାଠ କରି ସମସ୍ତଙ୍କ ପ୍ରିୟଭାଜନ ହେବା ସହିତ ସମସ୍ତଙ୍କର ପ୍ରଶଂସା ର ପାତ୍ର ପାଲଟିଛନ୍ତି ବିସ୍ମୟ ବାଳକ ଜୀବନ କୃଷ୍ଣ ପଣ୍ଡା।

ଜୀବନ ବେଗୁନିଆ ପ୍ରାଥମିକ ବିଦ୍ୟାଳୟ ରେ ତୃତୀୟ ଶ୍ରେଣୀର ଛାତ୍ର । ପାଠ ପଢା ସହିତ ,ଦେବ ପୂଜା, ବେଦ ମନ୍ତ୍ର ପଠନ, ଚଣ୍ତି ପାଠ ଇତ୍ଯାଦି ରେ ସେ ଖୁବ ପାରଙ୍ଗମ। ପୁଅ ର ଏସବୁ ପ୍ରତି ଆଗ୍ରହ ଦେଖି ବାପା ମା ଓ ପରିବାର ଲୋକେ ମଧ୍ଯ ବେଶ ଖୁସି । ବ୍ରାହ୍ମଣ ପରିବାରର ହୋଇଥିବା ରୁ ଜୀବନଙ୍କ ବାପା ପ୍ରତେକ ଦିନ ଭୋର ରୁ ଉଠି ନିତ୍ୟକର୍ମ ସାରି ଠାକୁର ପୂଜା ପାଇଁ, ଫୁଲ,ବେଲ ପତ୍ର,ତୁଳସୀ ପତ୍ର ତୋଳି ଦେବ ପୂଜା ଓ ମନ୍ତ୍ର ପାଠ କରିଥାନ୍ତି। ବାପା ଙ୍କୁ ଅନୁସରଣ କରି ପୁଅ ଜୀବନ ମଧ୍ଯ ଭୋରରୁ ଉଠି ବାପାଙ୍କ ସହିତ ମିଶି ଫୁଲ ତୋଳିବାରେ ସାହାଯ୍ୟ କରିବା ସହିତ , ପୂଜା ନିକଟରେ ବସି , ଝୁଣା, ଧୂପ,ଦୀପ, ଚନ୍ଦନ ଲଗାଇବା ସହିତ ବାପାଙ୍କ ସହିତ ଗୁଣୁଗୁଣୁ ହୋଇ ମନ୍ତ୍ର ଉଚ୍ଚାରଣ କରିଥାଏ। ସମୟ କ୍ରମେ ଜୀବନ ବିଭିନ୍ନ ବେଦ ମନ୍ତ୍ର ପଠନ, ପୂଜା ପଦ୍ଧତି ସାଙ୍ଗକୁ ଗୀତପାଠ, ଗାୟତ୍ରୀ ମନ୍ତ୍ର,ମହା ମୃତୁଞ୍ଜୟ ମନ୍ତ୍ର,ଚଣ୍ଡୀ ପାଠ, ଦଶାବତାର ସ୍ତୋତ୍ର, ନବ ବିଗ୍ରହ ସ୍ତୋତ୍ର , ଶିବ, ବିଷ୍ଣୁ, ଗଣେଷ,ଲକ୍ଷ୍ମୀ,ସରସ୍ୱତୀ ଙ୍କ ଧ୍ୟାନ,ସୂର୍ଯ୍ୟ ଅର୍ଘ୍ୟର ଜପ ମନ୍ତ୍ର ନିର୍ଭୁଲ ଭାବେ ଗାନ କରିବା ସହିତ ସୁନ୍ଦର ଭାବରେ ପ୍ରବଚନ ମଧ୍ୟ ଦେଇ ପାରୁଛନ୍ତି। ଆଖପାଖ ଅଞ୍ଚଳରେ ବିଭିନ୍ନ ଧାର୍ମିକ ଅନୁଷ୍ଠାନ ଗୁଡିକ ରେ ପ୍ରବଚନ ଦେବା ପାଂଇ ଖୋଜାପଡେ ଏହି କୁନି ପ୍ରବଚକ ଙ୍କୁ।
ତେବେ କେବଳ ମନ୍ତ୍ର ପାଠ, ପ୍ରବଚନ, ପୂଜା ବିଧି ରେ ନୁହଁ ,ପାଠ ପଢା ସହିତ ହାରମିନିୟମ ବଜାଇ ଭଲ ଗୀତ ମଧ୍ଯ ଗାଇ ପାରୁଛନ୍ତି, ଖେଳକୁଦ ,ଚିତ୍ର ଅଙ୍କନ ରେ ମଧ୍ୟ ତାଙ୍କର ବେଶ ରୁଚି ରହିଛି, ତେବେ ଜୀବନ ଭବିଷ୍ୟତରେ ଜଣେ ଦକ୍ଷ ପ୍ରବଚକ ହେବାକୁ ଲକ୍ଷ୍ୟ ରଖିଛନ୍ତି। ଜୀବନଙ୍କ ବାପା କ୍ଷିତିଶ ଜଣେ ମଧ୍ୟବିତ୍ତ ପରିବାରର, ଗାଁ ଗଣ୍ତା ରେ ପୂଜାପାଠ କରି ଯାହା ଦି ପଇସା ରୋଜଗାର ହୁଏ ସେଥିରେ ପରିବାର ପ୍ରତିପୋଷଣ କରନ୍ତି। ଆର୍ଥିକ ଅନଟନ ଲାଗି ରହିଥିଲେ ମଧ୍ଯ ପୁଅ ଜୀବନର ଆଧ୍ୟାତ୍ମିକ ଚିନ୍ତାଧାର ଓ ପୁଜାପାଠ ପ୍ରତି ଆଗ୍ରହ ଦେଖି ସେହି ଦିଗରେ ଆଗକୁ ବଢ଼ାଇବା ପାଇଁ ଜୀବନ ଙ୍କ ବାପା ସବୁବେଳେ ତାଙ୍କୁ ପ୍ରେରଣା ଦେଇଥାନ୍ତି। ପ୍ରତିଦିନ ଏକ ଘଣ୍ଟା ମନ୍ତ୍ର, ପୂଜା ପାଠ ଏବଂ ପୁରାଣ ବିଷୟ ବସ୍ତୁ ଉପରେ ପୁଅକୁ ଶିକ୍ଷା ଦେଇଥାନ୍ତି। ଜୀବନ‌ ମଧ୍ୟ ଏହାକୁ ଏକାଗ୍ରତା ସହିତ ଶୁଣିବା ସହିତ ଆଲୋଚନା ମଧ୍ୟ କରେ। ତେବେ ଜୀବନ ଭବିଷ୍ୟତ ରେ ଜଣେ ଭଲ ପ୍ରବଚକ ହେବା ସହିତ ବ୍ରାହ୍ମଣ ସମାଜର ନାମ ରଖିବା ପାଇଁ ଆଶା ରଖିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top