Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ମହାରାଷ୍ଟ୍ର ସରକାରଙ୍କୁ ଆନ୍ନାଙ୍କ ପ୍ରଶ୍ନ : ମଦ ଦୋକାନ ଖୋଲୁଛି, ମନ୍ଦିର କାହିଁକି ଖୋଲୁନି?

ମୁମ୍ବାଇ: ସାମାଜିକ କର୍ମୀ ତଥା ଏ ଯୁଗର ଗାନ୍ଧୀ ଭାବେ ସ୍ବତନ୍ତ୍ର ପରିଚୟ ଲାଭ କରିଥିବା ଆନ୍ନ ହଜାରେ ମହାରାଷ୍ଟ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି । ମହାରାଷ୍ଟ୍ର ସରକାର ଯଦି ମଦ ଦୋକାନ ଖୋଲିପାରୁଛନ୍ତି, ତେବେ ମନ୍ଦିର କାହିଁକି ଖୋଲି ପାରୁନାହାନ୍ତି ବୋଲି ସେ ମହାରାଷ୍ଟ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି କି ଯଦି ମନ୍ଦିର ଖୋଲିବା ପାଇଁ ମୋତେ ଆନ୍ଦୋଳନ କରିବାକୁ ହେବ ତେଲେ ସେ ନିଶ୍ଚିତ ଭାବେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସେ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ କୋଭିଡ଼ ପରିସ୍ଥିତି ମଧ୍ୟରେ ମହାରାଷ୍ଟ୍ର ସରକାର ମନ୍ଦିର ତଥା ଧର୍ମାନୁଷ୍ଠାନ ଖୋଲିବା ଉପରେ ବାରଣ ଲଗାଇଛନ୍ତି । ଫଳରେ ଏହି ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇ ଆନ୍ନା ହଜାରେ ପ୍ରଶ୍ନବାଣରେ ମହାରାଷ୍ଟ୍ର ସରକାରଙ୍କୁ ଘେରିଛନ୍ତି ଆନ୍ନା ହଜାରେ । ଅହମଦନଗର ଜିଲ୍ଲାର ରାଲେଗାନ ସିଦ୍ଧି ଗାଁରେ ରହୁଥିବା ଆନ୍ନା ଶନିବାର କହିଛନ୍ତି କି ମନ୍ଦିରକୁ ଖୋଲିବା ପାଇଁ ଦାବି କରୁଥିବା ଏକ ପ୍ରତିନିଧି ମଣ୍ଡଳ ତାଙ୍କୁ ଭେଟିଥିଲେ । ରାଜ୍ୟ ସରକାର ମନ୍ଦିର କାହିଁକି ଖୋଲୁ ନାହାନ୍ତି ବୋଲି ସେ ପ୍ରଶ୍ନ କରିଥିଲେ । ମନ୍ଦିର ଖୋଲିଲେ ରାଜ୍ୟବାସୀଙ୍କ ପ୍ରତି କଣ ବିପଦ ରହିଛି ଯାହା ରାଜ୍ୟ ସରକାର ଦେଖି ପାରୁଛନ୍ତି ବୋଲି ପ୍ରତିନିଧି ମଣ୍ଡଳର ଅଧିକାରୀ ତାଙ୍କୁ ପଚାରିଥିବା ନେଇ ଆନ୍ନା କହିଥିଲେ। ଯଦି କୋଭିଡ ମୁଖ୍ୟ କାରଣ କହୁଛନ୍ତି, ତେବେ ମଦ ଦୋକାନ କିପରି ଖୋଲୁଛି ବୋଲି ପ୍ରତିନିଧି ମଣ୍ଡଳୀ ମଧ୍ୟ ପ୍ରଶ୍ନ କରିଥିଲେ।

ସୂଚନାଯୋଗ୍ୟ ଉଦ୍ଧବ ଠାକରେଙ୍କ ନେତୃତ୍ବାଧୀନ ସରକାର କୋରୋନା ମହାମାରୀ ସ୍ଥିତିରେ ସୁଧାର ଆଣୁଥିବା ଦେଖିବାକୁ ମିଳିଛି । ସ୍ଥିତିରେ ସୁଧାର ଆସିବା ପରେ ଆଂଶିକ ଭାବେ ଲକଡାଉନକୁ କୋହଳ କରାଯାଇଛି । ଫଳରେ ଲୋକାଲ ଟ୍ରେନ,ବଜାର, ବ୍ୟବସାୟିକ ଅନୁଷ୍ଠାନ ପ୍ରଭୃତି ଖୋଲିବାକୁ ଅନୁମତି ପ୍ରଦାନ କରିଛନ୍ତି ସରକାର । ଏହି କ୍ରମରେ ରାଜ୍ୟରେ ମଦ ଦୋକାନ ମଧ୍ୟ ଖୋଲିଥିବା ଦେଖିବାକୁ ମିଳିଛି । ତେବେ ମନ୍ଦିର ଓ ଧାର୍ମିକ ଅନୁଷ୍ଠାନ ଗୁଡ଼ିକୁ କିନ୍ତୁ ଖୋଲିବାକୁ ଅନୁମତି ପ୍ରଦାନ କରିନାହାନ୍ତି ସରକାର । କାରଣ ଦେଶରେ ତୃତୀୟ ଲହରର ସମ୍ଭାବନାକୁ ଦେଖି ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top