Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ବିଧାନସଭା ଅଧିବେଶନ ବନ୍ଦକୁ ନେଇ କଂଗ୍ରେସରେ ଫାଟ!

ରାଉରକେଲା(ଓଡବ୍ଲ୍ୟୁ):ବିଧାନସଭାର ଶୀତ ଅଧିବେଶନକୁ ୧୮ଦିନ ପୂର୍ବରୁ ବନ୍ଦ କରାଯିବା ଗଣତନ୍ତ୍ର ପ୍ରତି ଚରମ ଉପହାସ ବୋଲି ପିସିସି କହିଛି।ବିଧାନସଭା ଅଧିବେଶନ ଆଗୁଆ ବନ୍ଦ ହେବାକୁ ନେଇ କଂଗ୍ରେସ ବିଧାୟକ ଦଳ କୋହଳ ଆଭିମୁଖ୍ୟ ପୋଷଣ କରିଥିବାବେଳେ ଆଜି ପିସିସି ମିଡିଆ ସେଲର ଏଭଳି ଅଭିଯୋଗ କଂଗ୍ରେସରେ ଫାଟ ହୋଇଥିବାକୁ ଜଳଜଳ ପଦାରେ ପକାଇଛି।
ନିର୍ବାଚନୀ ବର୍ଷରେ ବିଧାୟକ ଦଳର ଏଭଳି ଆଭିମୁଖ୍ୟକୁ କଡ଼ା ସମାଲୋଚନା ହେବା ପରେ କଂଗ୍ରେସ ମିଡିଆ ସେଲ୍ ଆଜି ସାମ୍ବାଦିକ ସମ୍ମିଳନୀ କରି ତାଳି ପକାଇବାକୁ ଉଦ୍ୟମ କରିଛି । ବିରୋଧୀ ଦଳ ନେତା, ବିରୋଧୀ ଦଳ ମୁଖ୍ୟ ସଚେତକ ଓ ବରିଷ୍ଠ ବିଧାୟକମାନଙ୍କ ପରିବର୍ତେ ପ୍ରଥମଥରର ବିଧାୟକ କୈଳାସ ଚନ୍ଦ୍ର କୁଲେସିକାଙ୍କୁ ଧରି ଦଳର ମିଡିଆ ସେଲ୍ ଏହି ସାମ୍ବାଦିକ ସମ୍ମିଳନୀ କରିଥିଲା।ବିଧାୟକ ଶ୍ରୀ କୁଲେସିକା ଓ ଦଳର ମୁଖପାତ୍ର ସୁଦର୍ଶନ ଦାସ କହିଛନ୍ତି ଯେ, ଚଳିତ ବିଧାନସଭାର ୧୫ ତମ ଅଧିବେଶନକୁ ଧାର୍ଯ୍ୟ ସମୟ ପୂର୍ବରୁ ମାତ୍ର ୫ ଦିନ ଚଳାଇ ହଠାତ୍ ବନ୍ଦ କରିବା ଦୁର୍ଭାଗ୍ୟଜନକ। ବିଜେଡ଼ି ସରକାରର ବିଧାନସଭା ଏବଂ ସମ୍ବିଧାନ ପ୍ରତି ଯେ ସାମାନ୍ୟତମ ସମ୍ମାନ ନାହିଁ ।ସମ୍ବିଧାନର ୧୭୪ ଧାରା ଓ ରୁଲ-୧୧ ଅନୁଯାୟୀ ବିଧାନ ସଭା ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବନିମ୍ନ ୬୦ ଦିନ ବସିବା କଥା ମାତ୍ର କୌଣସି ବିଧାନସଭା ୬୦ ଦିନ ବସିନାହିଁ।ପୁନଶ୍ଚ ବିଡ଼ମ୍ବନାର ବିଷୟ ହେଉଛି ଯେ କାର୍ଯ୍ୟଦିବସ ଗୁଡ଼ିକରେ ଦିନକୁ ହାରାହାରି ମାତ୍ର ୪ଘଂଟା ବିଧାନସଭାର କାର୍ଯ୍ୟ ହେଉଛି।ବିଧାନସଭାରେ ୧୧୭ ଜଣ ସଭ୍ୟ ଥିବା ବିଜେଡ଼ି ଦଳର ସମ୍ବିଧାନ ଏବଂ ବିଧାନସଭା ପ୍ରତି ତିଳେ ମାତ୍ର ସମ୍ମାନ ଥିଲେ ଏହାକୁ ଏଡ଼ାଇ ଦିଆଯାଇ ପାରିଥାନ୍ତା।ଚଳିତ ୧୫ତମ ଅଧିବେସନ ନଭେମ୍ବର ୧୬ ରୁ ଆରମ୍ଭ ହୋଇ ଡିସେମ୍ବର ୧୫ ପର୍ଯ୍ୟନ୍ତ ଚାଲିବାର ଥିଲା।ମାତ୍ର ୫ଦିନ ପରେ ଗତ ୨୪ତାରିଖରେ ବିଧାନ ଅଧିବେସନକୁ ଅର୍ନିଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରିଦିଆଗଲା।ଓଡ଼ିଶାରେ ଏଯାବତ୍ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରହିଛି ଯାହା ଉପରେ ବିଧାନସଭାରେ ସବିଶେଷ ଆଲୋଚନା ହେବା ଜରୁରୀ ଥିଲା।ଓଡ଼ିଶାର ·ଷୀ ସମସ୍ୟା, ଶିକ୍ଷା, ସ୍ୱାସ୍ଥ୍ୟ ତଥା ତିତିଲି ବାତ୍ୟାଜନିତ କ୍ଷୟକ୍ଷତି ପରି ଅନେକ ପ୍ରସଙ୍ଗରେ ଆଲୋଚନା ବିଧାନସଭାରେ ହେବାର ଆବଶ୍ୟକତା ଥିଲା।କାର୍ଯ୍ୟପରାମର୍ଶଦାତା କମିଟି ବୈଠକରେ ବିଧାନସଭା ଅଧିବେଶନ ବନ୍ଦ ନକରିବା ପାଇଁ ଦଳ ପରାମର୍ଶ ଦେଇଥିଲା।ମାତ୍ର ସରକାର ସେଥିପ୍ରତି ଧ୍ୟାନ ନ ଦେଇ ବିଧାନସଭା ଅଧିବେଶନକୁ ଅଧାରୁ ବନ୍ଦ କରିବା ଓଡ଼ିଶାବାସୀଙ୍କ ପ୍ରତି ଏକ ଚରମ ଉପହାସ ବୋଲି କଂଗ୍ରେସ ଅଭିଯୋଗ କରିଛି ।ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ରଜନୀ କୁମାର ମହାନ୍ତି, ପ୍ରଶାନ୍ତ ଶତପଥି ଏବଂ ଦୀପକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top