Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

କୃଷକ ସେଲର କର୍ମକର୍ତା ଘୋଷଣା କଲା ବିଜେଡି

ଭୁବନେଶ୍ୱର(ଓଡ଼ିଶା ୱେୟାର): କେନ୍ଦ୍ର ସରକାର ବିରୁଦ୍ଧରେ ଦିଲ୍ଲୀରେ ଜାନୁୟାରୀ ୮ରେ ପ୍ରସ୍ତାବିତ ଏମଏସପି ବିକ୍ଷୋଭ ପୂର୍ବରୁ ବିଜେଡି ନିଜର କୃଷକ ସେଲର ରାଜ୍ୟ କର୍ମକର୍ତା ଓ ଜିଲ୍ଲା ସଭାପତିଙ୍କୁ ନିଯୁକ୍ତି ଦେଇଛି ।
ବିଜେଡି କୃଷକ ସେଲର ରାଜ୍ୟ ସଭାପତି ଭାବେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଓ ମହାସଚିବ ଭାବେ ପ୍ରତାପ ଜେନାଙ୍କୁ ପୂର୍ବରୁ ନିଯୁକ୍ତି ମିଳିଥିବାବେଳେ ଆଜି କୃଷକ ସେଲର ଉପସଭାପତି ଭାବେ ଅକ୍ଷୟ ମହାନ୍ତି, କାନନବିହାରୀ ପହି,ବୀରେନ୍ଦ୍ର ପ୍ରସାଦ ସ୍ୱାଇଁ, ଜିତେନ୍ଦ୍ର ନାରାୟଣ ସିଂହଦେଓ, ଅଲେଖ ଚୌଧୁରୀ, ଅମରେନ୍ଦ୍ର ଗଙ୍ଗଦେବଙ୍କୁ ଅବସ୍ଥାପିତ କରାଯାଇଛି । ଏହି ସମସ୍ତ ଉପସଭାପତି ଏବେ ସମବାୟ ବ୍ୟାଙ୍କ ପଦାଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି । ସେହିପରି କୃଷକ ସେଲର ସାଧାରଣ ସଂପାଦକ ଭାବେ କିଶୋର କୁମାର ମେହେର, ଅନ୍ତର୍ଯ୍ୟାମୀ ରାଉତ, ଘନଶ୍ୟାମ ନାୟକ ଏବଂ ସଂପାଦକ ଭାବେ ମନୋଜ କୁମାର ମହାପାତ୍ର, ତିରୁପତି ବନାଗାଡ଼ି, ସରୋଜ କୁମାର ପ୍ରଧାନ, ଉତ୍ତର କୁମାର ପାତ୍ର ଏବଂ ଜୟନ୍ତ ପାଣିଗ୍ରାହୀଙ୍କୁ ନିଯୁକ୍ତି ମିଳିଛି ।
ସେହିପରି କୃଷକ ସେଲର ଜିଲ୍ଲା ସଭାପତି ଭାବେ ଅନୁଗୋଳ- ବିଧାୟକ ବ୍ରଜ କିଶୋର ପ୍ରଧାନ, ବାଲେଶ୍ୱର- ଅଜୟ କୁମାର ସାମଲ,ବରଗଡ଼- ଗୌରହରି ମିଶ୍ର, ଭଦ୍ରକ -ଜଗନ୍ନାଥ ସ୍ୱାଇଁ, ବଲାଙ୍ଗିର – ଅଜୟ ଦାସ, ବୌଦ୍ଧ- ସାନ୍ତନୁ ଥାଟି, କଟକ- ପ୍ରଶାନ୍ତ କୁମାର ବେହେରା, ଦେବଗଡ଼-ଚିତ୍ତ ରଂଜନ ପ୍ରଧାନ, ଢେଙ୍କାନାଳ – ନରୋତ୍ତମ ସାହୁ, ଗଜପତି- ରବି ନାଇଡ଼ୁ, ଗଂଜାମ- ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଜଗତସିହଂପୁର- ପ୍ରକାଶ ଚନ୍ଦ୍ର ବସ୍ତିଆ, ଯାଜପୁର- ନିତ୍ୟ ନନ୍ଦନ ରାଉତ, ଝାରସୁଗୁଡ଼ା- ମିତ୍ରଭାନୁ ସାହୁ, କଳାହାଣ୍ଡି- ଦିଲ୍ଲୀପ ଠାକୁର, କନ୍ଧମାଳ- କୁନା ଦଣ୍ଡସେଣା,କେନ୍ଦ୍ରାପଡ଼ା- ସୌମେନ୍ଦ୍ର କୁମାର ଦାସ, କେନ୍ଦୁଝର- ଦୀପକ ରାଜ, ଖୋର୍ଦ୍ଧା- ରାମଚନ୍ଦ୍ର ସାମନ୍ତରାୟ, କୋରାପୁଟ-ରାମଚନ୍ଦ୍ର ସାମନ୍ତରାୟ, କୋରାପୁଟ ଜିଲ୍ଲା କାର୍ଯ୍ୟକାରୀ ସଭାପତି- ସୁକୁରିଆ ପ୍ରଧାନ, ମାଲକାନଗିରି- ସୁଭାଷ ଚନ୍ଦ୍ର ବାନାର୍ଜୀ, ମୟୂରଭଞ୍ଜ (୧)- ରାଜ କିଶୋର ଆଚାର୍ଯ୍ୟ, ମୟୂରଭଞ୍ଜ (୨)-ଦୁର୍ଗା ହେମ୍ବ୍ରମ, ନବରଙ୍ଗପୁର- ଯୋଗେନ୍ଦ୍ର କୁମାର ସ୍ୱାଇଁ, ନୟାଗଡ଼- ଜଗନ୍ନାଥ ପଣ୍ଡା, ନୂଆପଡ଼ା- ସନ୍ତୋଷ କୁମାର ନିଆଲ, ପୁରୀ- ବିଧାୟକ ଉମାକାନ୍ତ ସାମନ୍ତରାୟ, ପୁରୀ ଜିଲ୍ଲା କାର୍ଯ୍ୟକାରୀ ସଭାପତି- ପ୍ରଫୁଲ କୁମାର ଜେନା, ରାୟଗଡ଼ା-ଜ୍ୟୋତି ପ୍ରସାଦ ସାହୁ, ସମ୍ବଲପୁର- ଆନନ୍ଦ ଜେନା, ସୋନପୁର- ମନୋରଂଜନ ପ୍ରଧାନ ଏବଂ ସୁନ୍ଦରଗଡ଼- ଗୋପାଳ ଚନ୍ଦ୍ର ପ୍ରଧାନଙ୍କୁ ଜିଲ୍ଲା ବିଜେଡି କୃଷକ ସଭାପତି ଭାବେ ମୁଖ୍ୟମନ୍ତ୍ରୀ ନିଯୁକ୍ତି ଦେଇଛନ୍ତି ବୋଲି ଦଳର ରାଜ୍ୟ ସମ୍ପାଦକ ବିଜୟ ନାୟକ ସୂଚନା ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top