Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ଛାତ୍ରବୃତି : ରିଲେ ଅନଶନ କଲା ବିଜେଡି, ରାଜ୍ୟପାଳଙ୍କୁ ଦେଲା ସ୍ମାରକପତ୍ର

ଭୁବନେଶ୍ୱର(ଓଡବ୍ଲ୍ୟୁ):ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ରକ୍ଷାରେ ବିଫଳ ହୋଇଥିବା କେନ୍ଦ୍ର ସରକାରଙ୍କ ବିରୋଧରେ ବିଜେଡି ପକ୍ଷରୁ ଆଜି ୧୨ ଘଣ୍ଟିଆ ପ୍ରତିକାତ୍ମକ ରିଲେ ଅନଶନ ରାଜଭବନ ସମ୍ମୁଖରେ ଅନୁଷ୍ଠିତ ହୋଇଛି।ଏହା ସହିତ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ମନ୍ତ୍ରୀ ଶଶୀଭୂଷଣ ବେହେରା, ବିଧାୟିକା ପ୍ରମିଳା ମଲିକ, ପଦ୍ମନାଭ ବେହେରା,ଲାଲବିହାରୀ ହିମିରିକା ଓ ମୀନତୀ ବେହେରଙ୍କ ନେତୃତ୍ୱରେ ୩୦ ଜଣିଆ ପ୍ରତିନିଧି ଦଳ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି।
ସ୍ମାରକପତ୍ରରେ ବିଜେଡି ଦର୍ଶାଇଛି ଯେ, ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟ ସରକାର ରାଜ୍ୟର ଅନୁସୂଚିତ ଜାତି ଓ ଜନଜାତିଙ୍କ ସର୍ବାଙ୍ଗୀନ ବିକାଶ ନିମନ୍ତେ ସଂକଳ୍ପବଦ୍ଧ।ଆଦିବାସୀମାନଙ୍କ ସଂସ୍କୃତିର ସୁରକ୍ଷା ସହିତ ପ୍ରଗତିକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି।ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀମାନଙ୍କ ଶିକ୍ଷାର ପ୍ରସାର ପାଇଁ ସାରା ଓଡ଼ିଶାରେ ୭୦୦୦ରୁ ଊଦ୍ଧ୍ୱର୍ ଛାତ୍ରାବାସ ନିର୍ମାଣ ସହିତ ଆନୁସଙ୍ଗିକ ଭିତ୍ତିଭୂମିର ବିକାଶ କରାଯାଇଛି।କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ ୨ଲକ୍ଷରୁ ଊଦ୍ଧ୍ୱର୍ ଅନୁସୂଚିତ ଜାତି ଛାତ୍ରଛାତ୍ରୀ ମାଟ୍ରିକ ଉଚ୍ଚତର ଶ୍ରେଣୀରେ ଅଧ୍ୟୟନ କରିଥାନ୍ତି।ଏହି ଛାତ୍ରଛାତ୍ରୀଙ୍କ ଉଚ୍ଚତର ଶିକ୍ଷା ପାଇଁ ମେଧାବୃତ୍ତି ବ୍ୟବସ୍ଥା କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟ ପକ୍ଷରୁ ହୋଇଆସୁଛି।ଏହି ବ୍ୟବସ୍ଥାରେ କେନ୍ଦ୍ର ୯୦% ଆର୍ôଥକ ବ୍ୟବସ୍ଥାରେ ସହଯୋଗ ରଖି ଆସୁଥିଲା।୨୦୧୬-୧୭ ଆର୍ôଥକ ବର୍ଷରେ ଏହିକ୍ରମରେ ୨୧୫.୮୦ କୋଟି କେନ୍ଦ୍ରର ଅଂଶ ହୋଇଥିଲା ବେଳେ ରାଜ୍ୟ ଅଂଶ ୨୨.୪୮ କୋଟି ଟଙ୍କା ଥିଲା।ହଠାତ୍‍ କେନ୍ଦ୍ର ସରକାର ଏହି ବ୍ୟବସ୍ଥାର ଆଶ୍ଚର୍ଯ୍ୟଜନକ ଭାବେ ପରିବର୍ତ୍ତନ ଘଟାଇ ରାଜ୍ୟ ସରକାରଙ୍କ ଉପରେ ୮୦%ରୁ ଅଧିକ ଆର୍ôଥକ ବୋଝ ଲଦି ଦେଇଛନ୍ତି, ଯାହା ସମଗ୍ର ଅନୁସୂଚିତ ଜାତି ଛାତ୍ରଛାତ୍ରଙ୍କ ପ୍ରତି ଚରମ ଅନ୍ୟାୟ ବୋଲି ବିଜୁ ଜନତା ଦଳ ଅନୁଭବ କରୁଛି । ଫଳତଃ ଏହି ବର୍ଗର ଉଚ୍ଚତର ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କ ୨୦୧୭-୧୮ ବର୍ଷରେ ମେଧାବୃତ୍ତି ପ୍ରଦାନ କରିବା ପାଇଁ ରାଜ୍ୟ ସରକାରଙ୍କୁ ୨୩୮.୨୮ କୋଟି ଟଙ୍କାର ଆର୍ôଥକ ବୋଝକୁ ବହନ କରିବାକୁ ପଡି ।ଏ ବିଷୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ମେଧାବୃତ୍ତି ପାଇଁ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟକୁ ପତ୍ର ଲେଖି ଅନୁଦାନ କ୍ଷେତ୍ରରେ ପୁନର୍ବିଚାର କରିବା ସହ ପୂର୍ବବତ୍‍ କେନ୍ଦ୍ର ୯୦% ଓ ରାଜ୍ୟ ୧୦% ବହନ କରିବା ଲାଗି ଅନୁରୋଧ କରିଛନ୍ତି । ରାଜ୍ୟ ସରକାରଙ୍କ ଆର୍ôଥକ ବୋଝକୁ ଲାଘବ କରିବା ପରିବର୍ତ୍ତେ କେନ୍ଦ୍ର ସରକାର ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କୁ ମେଧାବୃତ୍ତି ପ୍ରଦାନ କ୍ଷେତ୍ରରେ ଯେଉଁ ଅଂଶ ପରିବର୍ତ୍ତନ ନିଷ୍ପତ୍ତି ନେଇ ନିଜ ମୁଣ୍ଡରୁ ବୋଝ ହଟାଇଛନ୍ତି, ତାହା ରାଜ୍ୟ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି।କେନ୍ଦ୍ର ସରକାର ଛାତ୍ରବୃତ୍ତିର ଢାଞ୍ଚା ସଂପୂର୍ଣ୍ଣ ରୂପେ ପରିବର୍ତ୍ତନ କରିଥିବାରୁ ପୂର୍ବରୁ ଦେଉଥିବା ୯୦% ଛାତ୍ରବୃତ୍ତି ବର୍ତ୍ତମାନ ମାତ୍ର ୨୦%ରେ ସୀମିତ ରହିଛି।
ଏହି ଅନଶନରେ ମନ୍ତ୍ରୀ ରମେଶ ମାଝୀ, ସାଂସଦ ଝିନ୍ନ ହିକ୍‍କା, ବିଧାୟକ ମହେଶ ସାହୁ, ଜଗନ୍ନାଥ ସାରକା, ସୁରେନ୍ଦ୍ର ସେଠୀ, ପୂର୍ଣ୍ଣଚନ୍ଦ୍ର ସେଠୀ, ଯୋଗେନ୍ଦ୍ର ବେହେରା, ମାୟାଧର ଜେନା, ହୃଷିକେଶ ନାଏକ, ବିଜୟ ନାଏକ, ସୁଦାମ ମାର୍ଣ୍ଣି, ଡୁଗୁନି କହଁର, ରାଜୀବ ପାତ୍ର, ରମେଶ ପଟୁଆ, ପ୍ରମୋଦ ମଲ୍ଲିକ, ସୁଶାନ୍ତ ବେହେରା, କିଶୋର ତରାଇ, ତ୍ରିନାଥ ଗମାଙ୍ଗ, ବିଧାୟିକା ବାସନ୍ତୀ ମଲ୍ଲିକ, ପୂର୍ବତନ ସାଂସଦ ତଥା ଯୋଜନା ବୋର୍ଡ ଉପାଧ୍ୟକ୍ଷ ବିଷ୍ଣୁଚରଣ ଦାସ, ମହିଳା ବିଜେଡି ସଭାନେତ୍ରୀ ମୀନତି ବେହେରା, ପୂର୍ବତନ ବିଧାୟକ ସୁରେନ୍ଦ୍ର ପ୍ରସାଦ ପ୍ରମାଣିକ, ଅନୁସୂଚିତ ଜାତି ସାମ୍ମୁଖ୍ୟ କର୍ମକର୍ତ୍ତା ଅଶୋକ ମଲ୍ଲିକ, ନିରଞ୍ଜନ ସେଠୀ, ବିକାଶ ମଲ୍ଲିକ, ତାରିଣୀ ସେଠୀ, ମୀନତି ଦାସ, କୈଳାଶ ନାଏକ, ଶତ୍ରୁଘ୍ନ ମଲ୍ଲିକ, ନରେନ୍ଦ୍ର ସେଠୀ, ପୁଷ୍ପଲତା ବେହେରା, ଭାରତୀ ସିଂହ, ଦେବାଶିଷ ସିଠ୍‍, ଜାନକୀଲତା ନାଏକଙ୍କ ସମେତ ବହୁ ଅନୁସୂଚିତ ଜାତି ଛାତ୍ରଛାତ୍ରୀ ଓ ଯୁବ ନେତୃତ୍ୱ ଯୋଗ ଦେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top