Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ପ୍ରମିଳାଙ୍କ ଘର ଆଗରେ ବିକ୍ଷୋଭ କରିବ ଜଗତସିଂହପୁର ବିଜେଡି

ଭୁବନେଶ୍ୱର : ଜଗତସିଂହପୁର ଜିଲ୍ଲା ବିଜେଡିରେ ବଢ଼ୁଥିବା କନ୍ଦଳ ମଧ୍ୟରେ ଜିଲ୍ଲା ସଭାପତି ବିଷ୍ଣୁ ଦାସଙ୍କ ସମର୍ଥକମାନେ ଏକ ଗୋପନ ବୈଠକ କରି ଦଳର ସୁପ୍ରିମୋଙ୍କ ଉପରେ ଚାପ ପକାଇବାକୁ ନିଷ୍ପତି ନେଇଛନ୍ତି । ଏହା ସହିତ ବିଜେଡି ମହିଳା ସଭାନେତ୍ରୀ ପ୍ରମିଳା ମଲ୍ଲିକଙ୍କ ଏକପାଖିଆ ନିଷ୍ପତି ପାଇଁ ତାଙ୍କ ବାସଭବନ ବାହାରେ ବିକ୍ଷୋଭ କରିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି।
ଜିଲ୍ଲା ବିଜେଡି ସଭାପତି ବିଷ୍ଣୁ ଦାସଙ୍କ ବିରୋଧରେ ଦଳର ନେତାମାନେ କରୁଥିବା ଷଡ଼ଯନ୍ତ୍ର, ସାଂଗଠନିକ କାର୍ଯ୍ୟକ୍ରମରେ ତାଙ୍କୁ ବାରମ୍ବାର ଅଣଦେଖା ଓ ଜଗତସିଂହପୁର ଜିଲ୍ଲା ରାଜନୀତିରେ ବିଷ୍ଣୁଙ୍କ ପ୍ରଭାବ ହ୍ରାସ ପାଇଁ ଦଳୀୟ ସାଂଗଠନିକ ପଦପଦବୀରେ କଂଗ୍ରେସର ସକ୍ରିୟ ନେତାମାନଙ୍କୁ ଅବସ୍ଥାପିତ କରାଯାଇଥିବାରୁ ଏହାର ପ୍ରତିବାଦରେ ରବିବାର ବିଷ୍ଣୁ ଓ ତାଙ୍କ ସମର୍ଥକମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହାସହିତ ଗତ କିଛିଦିନ ଧରି ଜିଲ୍ଲା ରାଜନୀତିରେ ଲାଗି ରହିଥିବା ଛକାପଞ୍ଝା ଓ କନ୍ଦଳ ଏବେ ଉଗ୍ରରୂପ ନେଇଛି । ଆଜିର ବୈଠକରେ ଜଗତସିଂହପୁର, ନାଉଁଗା, ତିର୍ତୋଲ, ବିରିଡି, ରଘୁନାଥପୁର ଓ ପାରାଦୀପ ବ୍ଲକ୍ର ଦଳୀୟ ପଦପଦବୀରେ ଥିବା ୨୦୦ରୁ ଊଦ୍ଧ୍ୱର୍ ନେତା ଓ ନିର୍ବାଚିତ ଲୋକ ପ୍ରତିନିଧିମାନେ ଯୋଗ ଦେଇଥିଲେ। ସେମାନେ ଜିଲ୍ଲା ସଭାପତି ବିଷ୍ଣୁ ଦାସଙ୍କ ପାଖରେ ଜିଲ୍ଲା ସଂଗଠନରେ ଚାଲିଥିବା ବିଶୃଙ୍ଖଳାକୁ ନେଇ ବିଷୋଦଗାର କରିଥିଲେ। ଏହା ସହିତ ସେମାନେ ଏଣିକି ଦଳର କୌଣସି ସାଂଗଠନିକ କାର୍ଯ୍ୟକ୍ରମରେ ଭାଗ ନେବେ ନାହିଁ ବୋଲି ଘୋଷଣା କରିଛନ୍ତି। ସଂଗଠନକୁ ସଜାଡ଼ିବା ଦିଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତକ୍ରାଳ ହସ୍ତକ୍ଷେପ ନକରନ୍ତି ତା’ହେଲେ ସେମାନେ ବାଧ୍ୟ ହୋଇ ସମୂହ ଇସ୍ତଫା ଦେବେ ବୋଲି ଚେତାବନୀ ଦେଇଛନ୍ତି।
ବିଜେଡି ବିଧାୟିକା ରାଜଶ୍ରୀ ମଲ୍ଲିକ ଓ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତଙ୍କ ସଲାସୁତରାରେ ବିଷ୍ଣୁଙ୍କ ପ୍ରଭାବ ହ୍ରାସ ପାଇଁ ବିଷ୍ଣୁ ବିରୋଧୀଙ୍କୁ ଦଳୀୟ ପଦପଦବୀରେ ଥଇଥାନ କରାଯାଇଛି। ଶ୍ରୀମତୀ ମଲ୍ଲିକ ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ ଅଛନ୍ତି। ଜଗତସିଂହପୁର ବ୍ଲକ୍ ସଭାନେତ୍ରୀ ଭାବେ ସୁକାନ୍ତି ଚୌଧୁରୀ ଓ ପୌରାଂଚଳ ସଭାନେତ୍ରୀ ଭାବେ ସୁପ୍ରିୟା ବିଶ୍ୱାଳ ଏବଂ ନାଉଗାଁ ବ୍ଲକ୍ର ମହିଳା ସଭାନେତ୍ରୀ ଭାବେ କଂଗ୍ରେସ ସମର୍ଥକମାନଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ନେତ୍ରୀମାନେ ବିଜେଡିର ପ୍ରାଥମିକ ସଦସ୍ୟ ନୁହଁନ୍ତି ଓ ସେମାନେ କଂଗ୍ରେସରେ ସକ୍ରିୟ ଭୂମିକା ତୁଲାଉଥିବାରୁ ସେମାନଙ୍କୁ ତକ୍ରାଳ ବରଖାସ୍ତ ପାଇଁ ଗତ ସପ୍ତାହରେ ବିଷ୍ଣୁ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ। ଆଜି ବୈଠକରେ ସେମାନଙ୍କ ନିଯୁକ୍ତିକୁ ବିରୋଧ କରାଯିବା ସହ ନବୀନଙ୍କ ତୁରନ୍ତ ହସ୍ତକ୍ଷେପ ପାଇଁ ଏହି ନେତାମାନେ ଦାବି କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top