Breaking News
ଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀନବ ଦାସ ହତ୍ୟାର ସାନି ତଦନ୍ତ ଆରମ୍ଭ କଲା କ୍ରାଇମବ୍ରାଂଚ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

କ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲା

ଭୁବନେଶ୍ୱର(ଓଡ଼ିଶା ୱେୟାର):  ସରକାରୀ ଚାକିରିରେ ଥାଇ ପ୍ରାଣ ହରାଇଥିବା କର୍ମଚାରୀମାନଙ୍କ ସମ୍ପର୍କୀୟଙ୍କୁ ସରକାରରେ ଅନୁକମ୍ପାମୂଳକ ନିଯୁକ୍ତି ଦେବା ନେଇ ରହିଥିବା ଦ୍ୱନ୍ଦ୍ୱକୁ ରାଜ୍ୟ ସରକାର ଦୂର କରିଛନ୍ତି । ଯେଉଁମାନେ ୨୦୨୦ ମସିହା ପୂର୍ବରୁ ଅନୁକମ୍ପାମୂଳକ ନିଯୁକ୍ତି ପାଇ ଆବେଦନ କରିଛନ୍ତି ସେମାନଙ୍କୁ ୧୯୯୦ ମସିହାର ପ୍ରଚଳିତ ଆଇନ ଅନୁସାରେ ଏହି ନିଯୁକ୍ତି ମିଳିବ । ସେହିପରି ରାଜ୍ୟରେ ଭୂମିହୀନଙ୍କ ପରିଭାଷାକୁ ସରଳ କରି ଏଣିକି ଏକ ଏକରରୁ ୨୫ଭାଗରୁ କମ୍ ଘରବାରି ଜମି ଥିବା ବ୍ୟକ୍ତିଙ୍କୁ ‘ଘରବାରିହୀନ ବ୍ୟକ୍ତି’ ଭାବେ ବିବେଚନା କରାଯିବ ଓ ସେମାନଙ୍କୁ ସେହି ଅନୁପାତରେ ଜମି ଯୋଗାଇ ଦିଆଯିବ । ଅର୍ଥାତ୍ ଏକ ଏକରରୁ ୨୫ଭାଗରୁ ଏକ ଭାଗ ଜମି ସରକାର ସେମାନଙ୍କୁ ଯୋଗାଇବେ । ଯଦି ଏହି ପରିମାଣରୁ ଯେତିକି କମ୍ ଥିବ ସେତିକି ମଧ୍ୟ ସରକାର ଦେବା ସହ ଯେଉଁମାନେ ଦୀର୍ଘଦିନ ଧରି ସରକାରୀ ଜମିକୁ ଜବରଦଖଲ କରି ରହୁଛନ୍ତି ସେମାନଙ୍କୁ ମଧ୍ୟ ଏହି ୨୫ଭାଗରୁ ଭାଗେ ପରିମାଣର ଜମି ସରକାର ଦେବେ ବୋଲି କ୍ୟାବିନେଟ୍ ନିଷ୍ପତ୍ତି ନେଇଛି ।
ରାଜ୍ୟ କ୍ୟାବିନେଟ୍ ବୈଠକର ନିଷ୍ପତ୍ତି ସମ୍ପର୍କରେ ଆଜି ବିଧାନସଭାକୁ ଅବଗତ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ଗତକାଲି କ୍ୟାବିନେଟ ରେ ଗୋଟିଏ ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ଆମେ ସମସ୍ତେ ଅନୁଭବ କରୁ ଯେ, ଯେତେବେଳେ ଗୋଟିଏ ପରିବାର ମୁଖିଆ ମୃତ୍ୟୁବରଣ କରନ୍ତି, ତାଙ୍କ ପରିବାର ଅସହାୟ ହୋଇଯାଏ । ପରିବାର ବିପନ୍ନ ଅବସ୍ଥାକୁ ଚାଲିଯାଏ। ଆଗରୁ, ଜଣେ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ହେଲେ, ବିପନ୍ନ ପରିବାରକୁ ସାହାଯ୍ୟ କରିବା ପାଇଁ ରାଜ୍ୟ ସରକାର ଓଡ଼ିଶା ସିଭିଲ ସର୍ଭିସ (ଥଇଥାନ ସହାୟତା) ନିୟମ, ୧୯୯୦ ଅନୁଯାୟୀ, ପରିବାରର ଜଣେ ସଦସ୍ୟଙ୍କୁ ସରକାର, Group C କିମ୍ବା Group D ରେ ନିଯୁକ୍ତି ଦେଉଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ବିପର୍ଯ୍ୟୟ ପ୍ରମାଣପତ୍ର ଆଧାରରେ ଏଭଳି ନିଯୁକ୍ତି ଦିଆଯାଉଥିଲା।
ଦୁର୍ଭାଗ୍ୟବଶତଃ ୨୦୨୦ ମସିହାରେ ତତ୍କାଳୀନ ସରକାର ନୂତନ ନିୟମାବଳୀ ପ୍ରଣୟନ କରିଥିଲେ ଏବଂ ବିପର୍ଯ୍ୟୟ ପ୍ରମାଣ ପତ୍ର ବଦଳରେ ମାର୍କିଂ ସିଷ୍ଟମ ଲଗାଇଥିଲେ। ଆଶ୍ଚର୍ଯ୍ୟର କଥା ହେଉଛି ଯେ ଯେଉଁ ସରକାରୀ କର୍ମଚାରୀ 1990 ରୁ 2020 ମସିହା ଭିତରେ ମୃତ୍ୟୁବରଣ କରିଥିଲେ ସେମାନଙ୍କ ପରିବାର ବର୍ଗଙ୍କୁ ମଧ୍ୟ ନୂଆ ନିୟମାବଳୀର ପରିସରଭୁକ୍ତ କରିଦେଲେ । ଅନେକ ପରିବାର ଏହି ସହାୟତାରୁ ବଞ୍ଚିତ ହୋଇ ନିଯୁକ୍ତି ଦାବୀ କରି ଆସୁଛନ୍ତି ଏବଂ ଅନେକ କେସ୍ ମଧ୍ୟ ଫାଇଲ୍ କରିଛନ୍ତି ।
କ୍ୟାବିନେଟ ଗତକାଲି ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି ଯେ, ଓଡ଼ିଶା ବେସାମରିକ ସେବା (ଥଇଥାନ ସହାୟତା) ନିୟମ, ୨୦୨୦ ଆରମ୍ଭ ହେବା ତାରିଖ ପୂର୍ବରୁ, ଥଇଥାନ ସହାୟତା ସମ୍ବନ୍ଧିତ ସମସ୍ତ ବିଚାରାଧୀନ ଆବେଦନ 1990ରେ ପ୍ରଚଳିତ ନିୟମ ଅନୁଯାୟୀ ବିଚାର କରାଯିବ । ଏହାଦ୍ୱାରା ୨୦୨୦ ମସିହାର ନିୟମ ଲାଗୁହେବା ପୂର୍ବରୁ ଯେଉଁ କର୍ମଚାରୀଙ୍କ ମୃତ୍ୟୁ ଘଟିଛି, ସେମାନଙ୍କ ପରିବାର ପାଇଁ ୧୯୯୦ ନିୟମ ଲାଗୁହେବ ଏବଂ ଥଇଥାନ ସହାୟତା ଯୋଜନାରେ ୧୯୯୦ ନିୟମ ଅନୁଯାୟୀ ନିଯୁକ୍ତି ପ୍ରଦାନ କରାଯିବ ।
ଅନେକ ପରିବାର ଆଶ୍ୱସ୍ତି ପାଇବେ ଏବଂ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ବିଚାରାଧୀନ ଥିବା ଅନେକ ମାମଲା ହ୍ରାସ ପାଇବ। ଏହା ଆମ ଲୋକଙ୍କ ସମସ୍ୟାର ସମାଧାନ ପାଇଁ କାର୍ଯ୍ୟ କରିବ ଏବଂ ଏହା ମୃତ କର୍ମଚାରୀଙ୍କ ପରିବାରକୁ ସମ୍ମାନର ସହ ବଞ୍ଚିବା ପାଇଁ ଆମ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରମାଣିତ କରେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ।

ଭୂମିହୀନଙ୍କ ପରିଭାଷା ବଦଳିଲା

The Odisha Prevention of Land Encroachment  Act, 1972ର   ବର୍ତ୍ତମାନର ବ୍ୟବସ୍ଥା ଅନୁଯାୟୀ, ଯଦି ଜଣେ ବ୍ୟକ୍ତିଙ୍କର ଏବଂ ତାଙ୍କ ସହ ଏକାନ୍ନବର୍ତ୍ତୀ ପରିବାରରେ ବାସ କରୁଥିବା ସମସ୍ତ ସଦସ୍ୟଙ୍କର ରାଜ୍ୟର କୌଣସି ସ୍ଥାନରେ ଘରବାରି ଜମି ନଥିବ, ସେ ବ୍ୟକ୍ତିଙ୍କୁ  “ଘରବାରିହୀନ ବ୍ୟକ୍ତି” ଭାବରେ ପରିଗଣିତ କରାଯାଉଅଛି।
   କ୍ୟାବିନେଟର ଅନୁମୋଦିତ  ପ୍ରସ୍ତାବ ଅନୁଯାୟୀ, ଯେଉଁ ବ୍ୟକ୍ତିଙ୍କର 1 ଏକରର 25 ଭାଗରୁ ଏକ ଭାଗ ଠାରୁ କମ ପରିମାଣର ଘରବାରି ଜମି ଥିବ,  ସେହି ବ୍ୟକ୍ତି ମଧ୍ୟ “ଘରବାରିହୀନ ବ୍ୟକ୍ତି” ଭାବରେ ପରିଗଣିତ ହେବେ ଏବଂ 1 ଏକରର 25 ଭାଗରୁ ଏକ ଭାଗ ଠାରୁ ତାଙ୍କର ଯେତିକି ଜମି କମ୍ ଅଛି, ତାଙ୍କୁ ସମପରିମାଣର ଜମି ତାଙ୍କୁ ଯୋଗାଇ ଦିଆଯିବ  ।
ସେହିଭଳି ଯଦି ଜଣେ “ଘରବାରିହୀନ ବ୍ୟକ୍ତି” କୌଣସି ସରକାରୀ ଜମିକୁ ଅନଧିକୃତ ଦଖଲରେ ରଖି ଉକ୍ତ ଜମିକୁ ଘରବାରି ଉଦ୍ଦେଶ୍ୟରେ ବ୍ୟବହାର କରୁଥିବେ, ତେବେ ଜମି ମଧ୍ୟରୁ ଅତି ବେଶୀରେ 1 ଏକରର 25 ଭାଗରୁ ଏକ ଭାଗ ଜମି ତାଙ୍କ ସପକ୍ଷରେ ବନ୍ଦୋବସ୍ତ କରାଯାଇ ପାରିବ ଏବଂ ଉକ୍ତ ଜମିକୁ ସେ ହସ୍ତାନ୍ତର କରିପାରିବେ ନାହିଁ  ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ।
Click to comment

Leave a Reply

Your email address will not be published. Required fields are marked *

Most Popular

To Top