Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

ଦାମଙ୍କୁ ଏବେ କଂଗ୍ରେସ ଭରସା

ଭୁବନେଶ୍ୱର: ବିଜେଡିରୁ ବହିଷ୍କୃତ ନେତା ଡାକ୍ତର ଦାମୋଦର ରାଉତଙ୍କୁ ଏବେ କଂଗ୍ରେସ ହିଁ ଏକମାତ୍ର ସାହାଭରସା ବୋଲି ଚର୍ଚ୍ଚା । ନୂଆ ଦଳ ଗଢ଼ିବାକୁ ଦମ୍ଭୋକ୍ତି ପ୍ରକାଶ କରିଥିବା ଡାକ୍ତର ରାଉତ ଏବେ ନୂଆ ଦଳ ପରିବର୍ତେ କଂଗ୍ରେସ ସହ ଆସନ ବୁଝାମଣା କରି ଆଗାମୀ ସାଧାରଣ ନିର୍ବାଚନରେ ୨ରୁ ୩ଟି ଆସନ ନେବା ଚକ୍କରରେ ରହିଥିବା ଜଣାପଡ଼ିଛି ।
ମିଳିଥିବା ସୂଚନା ଅନୁସାରେ ମାହାଙ୍ଗା, ନିମାପଡ଼ା, ଟାଙ୍ଗୀ, ଢେଙ୍କାନାଳ ଆଦି ସହରରେ ଡାକ୍ତର ରାଉତ ଯୋଗ ଦେଇଥିବା ସାଧାରଣ ସଭାରେ ଲୋକଙ୍କୁ ଏକଜୁଟ କରିବା ଦାୟିତ୍ୱ ସ୍ଥାନୀୟ କଂଗ୍ରେସ ନେତାମାନେ ସମ୍ଭାଳୁଥିବା ଜଣାପଡ଼ିଛି । ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀଠାରେ ମହାସମାବେଶରେ ଦାମଙ୍କ ସମେତ ପିସିସି ଅଧ୍ୟକ୍ଷ ନିରଞ୍ଜନ ପଟ୍ଟନାୟକ ଓ ବାମଦଳ ଓ କଂଗ୍ରେସର ନେତାମାନେ ଯୋଗ ଦେଇ ବିଜେଡି ଓ ବିଜେପି ବିରୁଦ୍ଧରେ ସ୍ୱରକୁ ଶାଣିତ କରିଥିଲେ । ଡାକ୍ତର ରାଉତ ୧୨ତାରିଖରେ ଏରସମାରେ ଏକ ବିଶାଳ ସମାବେଶ କରି ନିଜର ପତିଆରା ପ୍ରଦର୍ଶନ ପାଇଁ ଯୋଜନା କରିଥିବାବେଳେ ଖରାପ ପାଗ ଯୋଗୁ ଏହି କାର୍ଯ୍ୟକ୍ରମକୁ ସ୍ଥଗିତ ରଖିଛନ୍ତି ।

ଏକ ଉଲ୍ଲେଖନୀୟ ଘଟଣାକ୍ରମରେ ଡାକ୍ତର ରାଉତଙ୍କ ନୂଆଦଳ ଗଠନ ପ୍ରସଙ୍ଗରେ ବରିଷ୍ଠ ନେତା ତଥା କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ସାକ୍ଷାତ କରିଥିଲେ ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡ଼ିଛି । ବୁଧବାର ସକାଳ ସାଢ଼େ ୮ଟାରେ ପ୍ରାୟ ୨୦ମିନିଟ୍ ଧରି ଡାକ୍ତର ରାଉତ ଓ ଶ୍ରୀ ପଣ୍ଡାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ।ଶ୍ରୀ ପଣ୍ଡାଙ୍କ ଘରକୁ ଯାଇ ଡାକ୍ତର ରାଉତ ଏହି ଆଲୋଚନା କରିଥିଲେ ମଧ୍ୟ ନୂଆଦଳ ଗଠନ ପ୍ରସଙ୍ଗରେ ବୈଜୟନ୍ତ ରୋକଠୋକ ମନା କରିଦେଇଥିବା ଜଣାପଡ଼ିଛି । ନୂଆ ଦଳ କିମ୍ବା କୌଣସି ଦଳରେ ଏବେ ଯୋଗ ଦେବାର ନାହିଁ ବୋଲି ବୈଜୟନ୍ତ କହିଥିବା ସୂଚନା ମିଳିଛି ।

ବିଜୁ ଅନୁଗତଙ୍କୁ ନେଇ ଡାକ୍ତର ରାଉତ ଏକ ନୂଆ ରାଜନୀତିକ ସମୀକରଣ କରିବାକୁ ଚାହୁଁଥିବାବେଳେ ବରିଷ୍ଠ ନେତା ବିଜୟ ମହାପାତ୍ର, ଦିଲ୍ଲୀପ ରାୟ ଓ ବୈଜୟନ୍ତ ପଣ୍ଡା ଧରାଛୁଆଁ ଦେଉନଥିବାରୁ ବାଧ୍ୟ ହୋଇ ସେ ଏବେ କଂଗ୍ରେସ ମୁହାଁ ହୋଇଛନ୍ତି । ଉଭୟ ବିଜେଡି ଓ ବିଜେପି ସରକାର ବିରୁଦ୍ଧରେ କଂଗ୍ରେସ ଚଳାଇଥିବା ପ୍ରଚାର ଅଭିଯାନରେ ଦାମଙ୍କୁ ଷ୍ଟାର କ୍ୟାମ୍ପେନର ଭାବେ କଂଗ୍ରେସ ଏବେ ଉପଯୋଗ କରିବାରେ ଲାଗିଛି । ସବୁଠୁ ବଡ଼ କଥା ହେଲା ବିଜୁ ଅନୁଗତମାନେ(ବିଜେଡିରେ ନଥିବା ନେତା) ଏବେ ଦାମଙ୍କ ଉପରେ ଭରସା କରିପାରୁନଥିବାରୁ ଖୁଲମଖୁଲା ଆଗକୁ ଆସିପାରୁନାହାନ୍ତି କିମ୍ବା ସହଯୋଗର ହାତ ବଢ଼ାଉନାହାନ୍ତି ।
ଦାମଙ୍କ ରଣନୀତି ଅନୁସାରେ କଂଗ୍ରେସ ସହ ଆସନ ବୁଝାମଣା କରି ଡାକ୍ତର ରାଉତ ୩ଟି ସିଟ୍ ହାତେଇବାକୁ ଚାହିଁଛନ୍ତି । ତେବେ ଏସବୁ ସିଟ୍ କେଉଁଠି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top