ରାଜନୀତି

୧୪ରେ ନିରଞ୍ଜନଙ୍କ ନେତୃତ୍ୱରେ ବାତ୍ୟା ଅଂଚଳକୁ ଯିବ କଂଗ୍ରେସ

Posted on

ଭୁବନେଶ୍ୱର:ପ୍ରଳୟଙ୍କରୀ ବାତ୍ୟା ତିତଲୀ ଓ ବନ୍ୟା କ୍ଷତିଗ୍ରସ୍ତ ଗଜପତି, ଗଞ୍ଜାମ ଓ ରାୟଗଡା ଜିଲ୍ଲାର ସ୍ଥିତି ଆକଳନ ସହ ସାଧାରଣ ଲୋକଙ୍କ ଦୁଃଖଦୁର୍ଦ୍ଦଶା ବୁଝିବା ପାଇଁ କଂଗ୍ରେସ ଏକ ଟିମ୍ ପଠାଇବ।
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସର ୧୦ଜଣିଆ ଟିମ୍ ଆସନ୍ତା ୧୪ରୁ ୧୭ତାରିଖ ପର୍ଯ୍ୟନ୍ତ ୪ଦିନ ଧରି ପ୍ରଭାବିତ ଲୋକଙ୍କୁ ଭେଟିବ।
ଏହି ୧୦ଜଣିଆ ଟିମରେ ପାରଳାଖେମୁଣ୍ଡି ବିଧାୟକ କେ.ସୁରିଆ ରାଓ, ସାନଖେମୁଣ୍ଡି ପୂର୍ବତନ ବିଧାୟକ ରମେଶ ଜେନା, ରାୟଗଡା ଜିଲ୍ଲା କଂଗ୍ରେସ କମିଟି ସଭାପତି ଦୁର୍ଗାପ୍ରସାଦ ପଣ୍ଡା, ରାୟଗଡା ଜିଲ୍ଲା ପରିଷଦ ସଭାପତି ପୁରୁଷୋତମ ଗମାଙ୍ଗୋ, କଂଗ୍ରେସ ନେତା ତିରୁପତି ପାଣିଗ୍ରାହୀ,ରାୟଗଡା ଜିଲ୍ଲା ପ୍ରଭାରୀ ସଦନ ନାୟକ, ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ସଭାପତି ତ୍ରିନାଥ ବେହେରା,ଗଜପତି ଜିଲ୍ଲା କଂଗ୍ରେସ କମିଟି ସଭାପତି ବିଭୂତି ପାତ୍ର,ଗଜପତି ଜିଲ୍ଲା ପ୍ରଭାରୀ ଆପାଲାସ୍ୱାମୀ କାଡ୍ରାକା ସଦସ୍ୟ ଅଛନ୍ତି।ଗଞ୍ଜାମ ଜିଲ୍ଲା ପ୍ରଭାରୀ ଶୁଭେନ୍ଦୁ ମହାନ୍ତି କମିଟିର ସଂଯୋଜକ ହେବେ।

ସୂଚନାଯୋଗ୍ୟ ବିଜେପି ଗତକାଲି ନିଜର ଏକ ଟିମ୍ ବାତ୍ୟାଂଚଳ ପଠାଇଥିଲା।ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଦଳର ସାଧାରଣ ପୃଥ୍ୱୀରାଜ ହରିଚନ୍ଦନ, ଭୃଗୁ ବକ୍ସିପାତ୍ରଙ୍କ ସମେତ ଓବିସି ମୋର୍ଚ୍ଚା ଓ ଯୁବମୋର୍ଚ୍ଚାର ନେତାମାନେ ଯାଇଛନ୍ତି।

Leave a Reply

Your email address will not be published. Required fields are marked *

Most Popular

Exit mobile version