Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

କରୋନା ଭ୍ୟାକ୍ସିନ ପାଇଁ ନାହିଁ ନଥିବା ଭିଡ଼

କରଞ୍ଜିଆ: ମୟୂରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ବ୍ଳକରେ କରୋନା ଭ୍ୟାକ୍ସିନ ପାଇଁ ପ୍ରବଳ ଜନଗହଳି ଦେଖିବାକୁ ମିଳିଛି। ଲୋକେ ରାତି ୧ଟା ରୁ ଆସି ଲମ୍ବା ଧାଡିରେ ଛିଡା ହୋଇଥିବା ବେଳେ ସକାଳୁ ପ୍ରବଳ ଜନ ଗହଳି ସହ ଟୋକନ୍ ପାଇଁ ଠେଲା ପେଲା ହୋଇଥିଲା। ପୂର୍ବରୁ ଟିକା ନେବା ପାଇଁ ଗାଁ ଗହଳିରେ ଲୋକେ ରାଜି ହେଉନଥିଲେ। କିନ୍ତୁ ବର୍ତ୍ତମାନ ଟିକା ସରିବାକୁ ଆସୁଥିବା ବେଳେ ପ୍ରତିଦିନ ହଜାରହଜାର ଲୋକ ଟିକା ନେବା ପାଇଁ ଆସୁଛନ୍ତି।
ଲୋକେ ୨୦ରୁ ୩୦ କିମି ଦୂରରୁ ଟିକା ନେବା ପାଇଁ ଠାକୁରମୁଣ୍ଡା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସୁଛନ୍ତି । ଏହି ବ୍ଲକର ପଡିଆଵେଡା ଓ ଚମ୍ପାଝର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ଟିକାକରଣ କାର‌୍ୟ୍ୟକ୍ରମ ବନ୍ଦ ରହିଥିବା ଯୋଗୁଁ ଏଠାରେ ପ୍ରବଳ ଭିଡ ହେଉଛି । ବର୍ତ୍ତମାନ ପ୍ରଶାସନ ଦିନକୁ ୪ ଶହ ଜଣଙ୍କୁ ଟିକାଦେବା ପାଇଁ ଧାର‌୍ୟ୍ୟ କରି ଥିବା ବେଳେ ବହୁ ସଂଖ୍ୟକ ଲୋକ ଟିକା ନେବା ପାଇଁ ଆସୁଛନ୍ତି। ଭୋରୁ ଡାକ୍ତରଖାନା ଗେଟ୍ ରୁ ଲମ୍ବା ଲାଇନରେ ଘଣ୍ଟା ଘଣ୍ଟା ଅଖିଆ ଅପିଆ ଛିଡା ହୋଇ ରହୁଥିବା ଦେଖିବାକୁ ମିଳିଛି ।
ଅନ୍ୟପଟେ ଗ୍ରାମାଞ୍ଚଳ ଗୁଡିକରେ ମୋବାଇଲ ନେଟୱର୍କ ନଥିବାରୁ ଅନ୍ ଲାଇନ୍ ପଞ୍ଜିକୃତ ହୋଇ ପାରୁନି । ଫଳରେ ଏଠାରେ ପଞ୍ଜିକରଣ କରିବା ସହିତ ଟିକା ଆଶାୟୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଠାକୁରମୁଣ୍ଡା ମେଡିକାଲ ପରିସରରେ ପ୍ରତ୍ୟେକ ଦିନ ଭୋରୁ ଶହଶହ ଲୋକ ଲମ୍ବାଧାଡିରେ ଟିକା ନେବା ପାଇଁ ଛିଡା ହେଉଛନ୍ତି। ୧୮ବର୍ଷରୁ ଊର୍ଦ୍ଧ୍ଵ ପୁରୁଷ, ମହିଳା ଏବଂ ଗର୍ଭବତୀ ମାମାନେ ମଧ୍ୟ ଏଠାରେ ଘଣ୍ଟା ଘଣ୍ଟା ଛିଡା ହଇ ରହୁଛନ୍ତି । ଏଠାରେ ମାତ୍ର ୪/୫ଶହ ଲୋକଙ୍କୁ ଟିକା ଦିଆ ଯାଉଥିବା ବେଳେ ହଜାର ହଜାର ଲୋକ ଲମ୍ବା ଲାଇନ ରେ ଛିଡା ହୋଇ ରହୁଛନ୍ତି। ଶେଷରେ ଟିକା ନ ପାଇ ନିରାଶ ହୋଇ ଘରକୁ ଫେରି ଯାଉଛନ୍ତି କିଛି ଲୋକେ। ତେଣୁ ଠାକୁରମୁଣ୍ଡା ବ୍ଲକକୁ ଅଧିକ ପରିମାଣରେ ଟିକା ଯୋଗାଇବା ସହ ପ୍ରତ୍ୟେକ ପଞ୍ଚାୟତ ଗୁଡିକରେ କ୍ୟାମ୍ପକରି ଟିକା ଦେବା ପାଇଁ ପଞ୍ଚାୟତବାସୀ ଦାବି କରିଛନ୍ତି। ତେବେ ଏବିଷୟରେ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡ. ଦିବାକର ମାଝୀଙ୍କୁ ପଚାରିବାରୁ କିଛି କହିବାକୁ ମନା କରିଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top