Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ସେପ୍ଟେମ୍ୱର ୧୩ରେ କଟକ ବନ୍ଦ

କଟକ,(ଓଡ଼ିଶା ଓ୍ବେୟାର): ରାଜ୍ୟ ସରକାରଙ୍କ ପାର୍ବଣ କଟକଣାକୁ ବିରୋଧ କରିଛି କଟକ ନଗର ବିଜେପି। ରାଜ୍ୟରେ ସମସ୍ତ ସରକାରୀ, ବେସରକାରୀ ପ୍ରତିଷ୍ଠାନ ଓ ପ୍ରେକ୍ଷାଳାୟ ଖୋଲିଥିବା ବେଳେ କେଉଁ ଆଧାରରେ ପାର୍ବଣ ଉପରେ କଟକଣା ଲଗା ଯାଉଛି? ସରକାରଙ୍କ ଏପରି ଅଜବ କଟକଣା ପ୍ରତିବାଦରେ ସେପ୍ଟେମ୍ୱର ୧୩ ତାରିଖରେ କଟକ ସହର ବନ୍ଦ ଡାକରା ଦେଇଛି ବିଜେପି।
କଟକ ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡ଼ୁଙ୍କ କହିବା ଅନୁସାରେ ଦୁର୍ଗା ପ୍ରତିମାଙ୍କ ଉଚ୍ଚତା ୪ ଫୁଟ୍‌ରେ ସୀମିତ ଓ ପରଦା ଭିତରେ ରଖି ପୂଜା କରିବା ପାଇଁ ରାଜ୍ୟ ସରକାର ପାର୍ବଣ ଗାଇଡ୍‌ଲାଇନ୍‌ରେ ଦର୍ଶାଇଛନ୍ତି। ଏହା ବିରୋଧରେ ଜନସାଧାରଣଙ୍କ ଅସନ୍ତୋଷ ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ହଜାରେ ବର୍ଷର ପରମ୍ପରା ଓ ଐତିହ୍ୟର ସହର କଟକର କୋଣ ଅନୁକୋଣରେ ପ୍ରତିବାଦର ସ୍ୱର ତୀବ୍ରତର ହେବାରେ ଲାଗିଛି। ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ସାଧାରଣ ଲୋକ ସହଜରେ ଗ୍ରହଣ କରିପାରୁ ନାହାନ୍ତି ବୋଲି ଶ୍ରୀ ବଡୁ କହିଛନ୍ତି।
ସେ ଆହୁରି କହିଛନ୍ତି-“କରୋନା ଭଳି ମାହାମାରୀ ସମୟରେ ପୂର୍ବରୁ ରାଜ୍ୟ ସମେତ କଟକ ସହରବାସୀ ଶୃଙ୍ଖଳିତ ଭାବେ କୋଭିଡ୍‌ ଗାଇଡ୍‌ଲାଇନ୍‌କୁ ମାନିଛନ୍ତି। ବର୍ତ୍ତମାନ ସ୍ଥିତିକୁ ଦେଖି କଟକଣାରେ ବହୁ କୋହଳ କରାଯାଇଛି। ସମସ୍ତ ଧର୍ମାନୁଷ୍ଠାନ, ସରକାରୀ ଅଫିସ୍‌, ବେସରକାରୀ ଅଫିସ୍‌, ପ୍ରେକ୍ଷାଳୟ, ଦୋକାନ-ବଜାର ଖୋଲି ଦେଇଛନ୍ତି। ତେବେ କେଉଁ ଆଧାରରେ ମାଆ ଆବଦ୍ଧ ହୋଇ ପୂଜା ପାଇବେ? ରାଜ୍ୟରେ ସବୁ ଖୋଲା ଯାଇଥିବା ବେଳେ ପର୍ବଣ ବେଳେ ସରକାର କାହିଁକି ଜିଦ୍‌ଖୋର ମନୋଭାବ ଦେଖାଉଛନ୍ତି? ମୂର୍ତ୍ତି ଉର୍ଚ୍ଚତା ୪ ଫୁଟ୍‌ରେ ସୀମିତ ଓ ଚାରି ପାର୍ଶ୍ୱରେ ଆବଦ୍ଧ କରି ପୂଜା କରିବାକୁ କହୁଛନ୍ତି? ଏପରି କଲେ କଣ କରୋନା ନିୟନ୍ତ୍ରଣ ହୋଇଯିବ? ଏଥିରୁ ଜଣାପଡ଼ିଛି ରାଜ୍ୟ ସରକାରଙ୍କର ଏହା ହେଉଛି ଏକ ବିକୃତ ଚିନ୍ତାଧାରା। ସାଧାରଣ ଲୋକଙ୍କ ଭାବାବେଗ ସହିତ ରାଜ୍ୟ ସରକାର ଖେଳୁଛନ୍ତି। ରାଜ୍ୟ ସରକାର ଏହାର ପୁନର୍ବିଚାର ନକଲେ ସେପ୍ଟେମ୍ୱର ୧୩ ତାରିଖରେ କଟକ ସହର ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ବିଜେପି।”

Click to comment

Leave a Reply

Your email address will not be published. Required fields are marked *

Most Popular

To Top