Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ରାଜ୍ୟର ଆର୍ଥିକ ଅଭିବୃଦ୍ଧି ହାର କମିଲା, ମୁଣ୍ଡପିଛା ଆୟ ଲକ୍ଷେ ଟପିଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାଣିପାଗରେ ଅନିଶ୍ଚିତତା ଓ ପ୍ରାକୃତିକ ଦୁର୍ବିପାକ ସମେତ ଖଣି ଓ ନିର୍ମାଣ କ୍ଷେତ୍ରରେ ମାନ୍ଦାବସ୍ଥା ଯୋଗୁ ୨୦୧୯-୨୦ ଆର୍ଥିକ ବର୍ଷରେ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ହାର ୬.୧୬%ରେ ସୀମିତ ରହିବ। ୨୦୧୮-୧୯ ମସିହାରେ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ହାର ମୋଟ ରାଜ୍ୟ ଘରୋଇ ଉତ୍ପାଦ(ଜିଏସଡିପି)ର ୭.୯% ଥିବାବେଳେ ୨୦୧୯-୨୦ରେ ଏହା ୬.୧୬% ସୀମିତ ରହିବ ବୋଲି ରାଜ୍ୟ ଅର୍ଥନୀତିକ ସର୍ଭେ ରିପୋର୍ଟରେ ଆକଳନ କରାଯାଇଛି। ଏହାସହିତ ପ୍ରଥମଥର ପାଇଁ ରାଜ୍ୟରେ ଲୋକଙ୍କ ମୁଣ୍ଡପିଛା ଆୟ ୧ଲକ୍ଷ ଟଙ୍କା ଅତିକ୍ରମ କରି ୧ଲକ୍ଷ ୧ହଜାର ୫୮୭ଟଙ୍କା ରହିଛି।

ଭୁବନେଶ୍ୱର(ଓଡ଼ିଶା ୱେୟାର): ପାଣିପାଗରେ ଅନିଶ୍ଚିତତା ଓ ପ୍ରାକୃତିକ ଦୁର୍ବିପାକ ସମେତ ଖଣି ଓ ନିର୍ମାଣ କ୍ଷେତ୍ରରେ ମାନ୍ଦାବସ୍ଥା ଯୋଗୁ ୨୦୧୯-୨୦ ଆର୍ଥିକ ବର୍ଷରେ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ହାର ୬.୧୬%ରେ ସୀମିତ ରହିବ। ୨୦୧୮-୧୯ ମସିହାରେ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ହାର ମୋଟ ରାଜ୍ୟ ଘରୋଇ ଉତ୍ପାଦ(ଜିଏସଡିପି)ର ୭.୯% ଥିବାବେଳେ ୨୦୧୯-୨୦ରେ ଏହା ୬.୧୬% ସୀମିତ ରହିବ ବୋଲି ରାଜ୍ୟ ଅର୍ଥନୀତିକ ସର୍ଭେ ରିପୋର୍ଟରେ ଆକଳନ କରାଯାଇଛି। ଏହାସହିତ ପ୍ରଥମଥର ପାଇଁ ରାଜ୍ୟରେ ଲୋକଙ୍କ ମୁଣ୍ଡପିଛା ଆୟ ୧ଲକ୍ଷ ଟଙ୍କା ଅତିକ୍ରମ କରି ୧ଲକ୍ଷ ୧ହଜାର ୫୮୭ଟଙ୍କା ରହିଛି। ତେବେ ସର୍ବଭାରତୀୟସ୍ତରରେ ମୁଣ୍ଡପିଛା ଆୟ ୧ଲକ୍ଷ ୧୨୬ହଜାର ୪୦୬ ରହିଛି।
୨୦୧୯-୨୦ ଅର୍ଥନୀତିକ ସର୍ଭେ ରିପୋର୍ଟ ଅନୁସାରେ ନିକଟ ଅତୀତରେ ରାଜ୍ୟର ଅଭିବୃଦ୍ଧିରେ ଢାଂଚାଗତ ପରିବର୍ତ୍ତନ ଆସିଛି। ୨୦୧୮-୧୯ ଆର୍ଥିକ ବର୍ଷରେ ସର୍ବଭାରତୀୟସ୍ତରରେ ଅଭିବୃଦ୍ଧି ହାର ୬.୮% ଥିବାବେଳେ ଓଡ଼ିଶାର ଅଭିବୃଦ୍ଧି ହାର ୭.୯୦% ଥିଲା। ୨୦୧୯-୨୦ ଆର୍ଥିକ ବର୍ଷରେ ଜାତୀୟ ଅଭିବୃଦ୍ଧି ହାର ୫% ଆକଳନ କରାଯାଇଥିବାବେଳେ ଓଡ଼ିଶାରେ ଏହା ୬.୧୬% ରହିବ। ୨୦୧୯-୨୦ରେ ରାଜ୍ୟର ମୁଣ୍ଡପିଛା ଆୟ ୯୫,୧୬୪ଟଙ୍କାରୁ ବୃଦ୍ଧି ପାଇ ୧ଲକ୍ଷ ୧ହଜାର୫୮୭ଟଙ୍କା ଆକଳନ କରାଯାଇଥିଛି। ୨୦୧୯-୨୦ ଅଗ୍ରୀମ ଆକଳନ ଅନୁସାରେ ଓଡ଼ିଶାର ଅଭିବୃଦ୍ଧିରେ ସର୍ବାଧିକ ୪୦.୫୧% ଭାଗିଦାରୀ ସେବା କ୍ଷେତ୍ରର ଥିବାବେଳେ ୩୯.୬୦% ଶିଳ୍ପ କ୍ଷେତ୍ରର ରହିଛି। ସେିହପରି କୃଷି କ୍ଷେତ୍ରର ୧୯.୯୦% ଭାଗିଦାରୀ ଅଛି। ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କାଘର ଯୋଜନା ଆଦି ମାଧ୍ୟମରେ ସମସ୍ତ କଚ୍ଚାଘରକୁ ପକ୍କାଘର କରିବା ଉପରେ ଗୁରୁତ୍ୱ ଦେଇ ଆସୁଛନ୍ତି। ୨୦୧୪-୧୫ରୁ ୨୦୧୮-୧୯ ଆର୍ଥିକ ବର୍ଷରେ ୨୧.୭୬ଲକ୍ଷ କୋଠା ଘର ନିର୍ମାଣ ହୋଇଛି।
ରାଜ୍ୟର ଶିଳ୍ପାୟନ ପରିଦୃଶ୍ୟ ଦ୍ରୁତଗତିରେ ପରିବର୍ତ୍ତନ ହୋଇଛି। ୨୦୧୧-୧୨ରୁ ରାଜ୍ୟର ଶିଳ୍ପ କ୍ଷେତ୍ରର ଭାଗିଦାରୀ ପ୍ରାୟ ୩୯.୬% ପାଖାପାଖି ରହିଛି। ଶିଳ୍ପାୟନକୁ ଗତିଶୀଳ କରିବା ପାଇଁ ରାଜ୍ୟ ସରକାର ୨୦୧୬ ମସିହାରୁ ମେକ୍ ଇନ୍ ଓଡ଼ିଶା କନକ୍ଲେଭର ଆୟୋଜନ କରୁଛନ୍ତି। ଯେଉଁଥିପାଇଁ ପୁଞ୍ଜିନିବେଶକଙ୍କୁ ଆକୃଷ୍ଟ କରିବାରେ ଓଡ଼ିଶା ୨୦୧୯ ଏପ୍ରିଲ-ସେପ୍ଟେମ୍ବର ମଧ୍ୟରେ ଦେଶର ଏକ ନମ୍ବର ରାଜ୍ୟ ହୋଇପାରିଥିଲା। ୨୦୧୯ ମାର୍ଚ୍ଚ ୩୧ତାରିଖ ସୁଦ୍ଧା ରାଜ୍ୟର ଗ୍ରାମାଞ୍ଚଳର ୯୯.୬୪% ଗାଁକୁ ବିଦ୍ୟୁତ ଯୋଗାଣ ହୋଇପାରିଛି। ରାଜ୍ୟରେ ୨୦୧୮-୧୯ ମସିହା ସୁଦ୍ଧା ମୋଟ ସଡ଼କର ଲମ୍ବ ୨,୬୮,୬୫୬କିମି ରହିଛି। ଯାହାକି ୨୦୧୭ ମସିହା ତୁଳନାରେ ୧.୬୫% ଅଧିକ। ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଯେକି ଅଣବ୍ୟାଙ୍କିଙ୍ଗ୍ ଅଞ୍ଚଳରେ ସ୍ୱୟଂ ସହାୟକ ଗୋଷ୍ଠୀକୁ ବ୍ୟାଙ୍କିଂ ସୁବିଧା ପ୍ରଦାନ କରିଛି। ରାଜ୍ୟରେ ୨୦୧୮-୧୯ ଆର୍ଥିକ ବର୍ଷରେ ମୋଟ ୧.୩୧ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀକୁ ୧,୯୮,୨୭୦.୮୭ଲକ୍ଷ ଟଙ୍କାଋଣ ପ୍ରଦାନ କରାଯାଇଛି। ସେହିପରି ରାଜ୍ୟ ସରକାର ସାମାଜିକ କ୍ଷେତ୍ରରେ ନିଜର ବ୍ୟୟ ହାରକୁ ବଜାୟ ରଖିଛନ୍ତି। ୨୦୧୮-୧୯ରେ ଏହା ୪୩.୩ପ୍ରତିଶତ ଥିବାବେଳେ ୨୦୧୯-୨୦ରେ ଏହା ୪୨.୫ ପ୍ରତିଶତ ରହିଛି। ପାଣିପାଗରେ ଅନିଶ୍ଚିତତା ଓ ପ୍ରାକୃତିକ ଦୁର୍ବିପାକ ସମେତ ଖଣି ଓ ନିର୍ମାଣ କ୍ଷେତ୍ରରେ ମାନ୍ଦାବସ୍ଥା ଯୋଗୁ ୨୦୧୯-୨୦ ଆର୍ଥିକ ବର୍ଷରେ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ହାର ୬.୧୬%ରେ ସୀମିତ ରହିବ । ୨୦୧୮-୧୯ ମସିହାରେ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ହାର ମୋଟ ରାଜ୍ୟ ଘରୋଇ ଉତ୍ପାଦ(ଜିଏସଡିପି)ର ୭.୯% ଥିବାବେଳେ ୨୦୧୯-୨୦ରେ ଏହା ୬.୧୬% ସୀମିତ ରହିବ ବୋଲି ରାଜ୍ୟ ଅର୍ଥନୀତିକ ସର୍ଭେ ରିପୋର୍ଟରେ ଆକଳନ କରାଯାଇଛି। ଏହାସହିତ ପ୍ରଥମଥର ପାଇଁ ରାଜ୍ୟରେ ଲୋକଙ୍କ ମୁଣ୍ଡପିଛା ଆୟ ୧ଲକ୍ଷ ଟଙ୍କା ଅତିକ୍ରମ କରି ୧ଲକ୍ଷ ୧ହଜାର ୫୮୭ଟଙ୍କା ରହିଛି। ତେବେ ସର୍ବଭାରତୀୟସ୍ତରରେ ମୁଣ୍ଡପିଛା ଆୟ ୧ଲକ୍ଷ ୧୨୬ହଜାର ୪୦୬ ରହିଛି।
୨୦୧୯-୨୦ ଅର୍ଥନୀତିକ ସର୍ଭେ ରିପୋର୍ଟ ଅନୁସାରେ ନିକଟ ଅତୀତରେ ରାଜ୍ୟର ଅଭିବୃଦ୍ଧିରେ ଢାଂଚାଗତ ପରିବର୍ତ୍ତନ ଆସିଛି । ୨୦୧୮-୧୯ ଆର୍ଥିକ ବର୍ଷରେ ସର୍ବଭାରତୀୟସ୍ତରରେ ଅଭିବୃଦ୍ଧି ହାର ୬.୮% ଥିବାବେଳେ ଓଡ଼ିଶାର ଅଭିବୃଦ୍ଧି ହାର ୭.୯୦% ଥିଲା । ୨୦୧୯-୨୦ ଆର୍ଥିକ ବର୍ଷରେ ଜାତୀୟ ଅଭିବୃଦ୍ଧି ହାର ୫% ଆକଳନ କରାଯାଇଥିବାବେଳେ ଓଡ଼ିଶାରେ ଏହା ୬.୧୬% ରହିବ । ୨୦୧୯-୨୦ରେ ରାଜ୍ୟର ମୁଣ୍ଡପିଛା ଆୟ ୯୫,୧୬୪ଟଙ୍କାରୁ ବୃଦ୍ଧି ପାଇ ୧ଲକ୍ଷ ୧ହଜାର୫୮୭ଟଙ୍କା ଆକଳନ କରାଯାଇଥିଛି । ୨୦୧୯-୨୦ ଅଗ୍ରୀମ ଆକଳନ ଅନୁସାରେ ଓଡ଼ିଶାର ଅଭିବୃଦ୍ଧିରେ ସର୍ବାଧିକ ୪୦.୫୧% ଭାଗିଦାରୀ ସେବା କ୍ଷେତ୍ରର ଥିବାବେଳେ ୩୯.୬୦% ଶିଳ୍ପ କ୍ଷେତ୍ରର ରହିଛି । ସେିହପରି କୃଷି କ୍ଷେତ୍ରର ୧୯.୯୦% ଭାଗିଦାରୀ ଅଛି । ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କାଘର ଯୋଜନା ଆଦି ମାଧ୍ୟମରେ ସମସ୍ତ କଚ୍ଚାଘରକୁ ପକ୍କାଘର କରିବା ଉପରେ ଗୁରୁତ୍ୱ ଦେଇ ଆସୁଛନ୍ତି । ୨୦୧୪-୧୫ରୁ ୨୦୧୮-୧୯ ଆର୍ଥିକ ବର୍ଷରେ ୨୧.୭୬ଲକ୍ଷ କୋଠା ଘର ନିର୍ମାଣ ହୋଇଛି ।
ରାଜ୍ୟର ଶିଳ୍ପାୟନ ପରିଦୃଶ୍ୟ ଦ୍ରୁତଗତିରେ ପରିବର୍ତ୍ତନ ହୋଇଛି । ୨୦୧୧-୧୨ରୁ ରାଜ୍ୟର ଶିଳ୍ପ କ୍ଷେତ୍ରର ଭାଗିଦାରୀ ପ୍ରାୟ ୩୯.୬% ପାଖାପାଖି ରହିଛି । ଶିଳ୍ପାୟନକୁ ଗତିଶୀଳ କରିବା ପାଇଁ ରାଜ୍ୟ ସରକାର ୨୦୧୬ ମସିହାରୁ ମେକ୍ ଇନ୍ ଓଡ଼ିଶା କନକ୍ଲେଭର ଆୟୋଜନ କରୁଛନ୍ତି । ଯେଉଁଥିପାଇଁ ପୁଞ୍ଜିନିବେଶକଙ୍କୁ ଆକୃଷ୍ଟ କରିବାରେ ଓଡ଼ିଶା ୨୦୧୯ ଏପ୍ରିଲ-ସେପ୍ଟେମ୍ବର ମଧ୍ୟରେ ଦେଶର ଏକ ନମ୍ବର ରାଜ୍ୟ ହୋଇପାରିଥିଲା । ୨୦୧୯ ମାର୍ଚ୍ଚ ୩୧ତାରିଖ ସୁଦ୍ଧା ରାଜ୍ୟର ଗ୍ରାମାଞ୍ଚଳର ୯୯.୬୪% ଗାଁକୁ ବିଦ୍ୟୁତ ଯୋଗାଣ ହୋଇପାରିଛି । ରାଜ୍ୟରେ ୨୦୧୮-୧୯ ମସିହା ସୁଦ୍ଧା ମୋଟ ସଡ଼କର ଲମ୍ବ ୨,୬୮,୬୫୬କିମି ରହିଛି । ଯାହାକି ୨୦୧୭ ମସିହା ତୁଳନାରେ ୧.୬୫% ଅଧିକ । ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଯେକି ଅଣବ୍ୟାଙ୍କିଙ୍ଗ୍ ଅଞ୍ଚଳରେ ସ୍ୱୟଂ ସହାୟକ ଗୋଷ୍ଠୀକୁ ବ୍ୟାଙ୍କିଂ ସୁବିଧା ପ୍ରଦାନ କରିଛି । ରାଜ୍ୟରେ ୨୦୧୮-୧୯ ଆର୍ଥିକ ବର୍ଷରେ ମୋଟ ୧.୩୧ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀକୁ ୧,୯୮,୨୭୦.୮୭ଲକ୍ଷ ଟଙ୍କାଋଣ ପ୍ରଦାନ କରାଯାଇଛି । ସେହିପରି ରାଜ୍ୟ ସରକାର ସାମାଜିକ କ୍ଷେତ୍ରରେ ନିଜର ବ୍ୟୟ ହାରକୁ ବଜାୟ ରଖିଛନ୍ତି । ୨୦୧୮-୧୯ରେ ଏହା ୪୩.୩ପ୍ରତିଶତ ଥିବାବେଳେ ୨୦୧୯-୨୦ରେ ଏହା ୪୨.୫ ପ୍ରତିଶତ ରହିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top