Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଆଇପିଏଲ ୨୦୨୨: ହାଇଦ୍ରାବାଦ ସନରାଇଜର୍ସ ରେ ସାମିଲ ହେଲେ ଡେଲ ଷ୍ଟେନ ଏବଂ ବ୍ରାଏନ ଲାରା

ନୂଆଦିଲ୍ଲୀ : ୱେଷ୍ଟଇଣ୍ଡିଜର ମହାନ ବ୍ୟାଟସମ୍ୟାନ ବ୍ରାଏନ ଲାରା ଓ ଦକ୍ଷିଣ ଆଫ୍ରିକାର ପୂର୍ବତନ ଘାତକ ବୋଲର ଡେଲ୍ ଷ୍ଟେନ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ସହ ସାମିଲ ହୋଇଛନ୍ତି। ହାଇଦ୍ରାବାଦ ସନରାଇଜର୍ସ ଲାରାଙ୍କୁ ବ୍ୟାଟିଂ ଏବଂ ଷ୍ଟେନଙ୍କୁ ବୋଲିଂ ଭାବେ ନିଯୁକ୍ତ ଦେଇଛି । ଟମ୍ ମୁଡି ଦଳର ମୁଖ୍ୟ କୋଚ୍ ରହିବେ। ସହାୟକ କୋଚ୍ ଭୂମିକା ନିର୍ବାହ କରିବେ ଅଷ୍ଟ୍ରେଲିଆର ପୂର୍ବତନ ଓପନିଂ ବ୍ୟାଟସମ୍ୟାନ ସାଇମନ କାଟିଚ୍ । ଏହା ବ୍ୟତୀତ ପୂର୍ବତନ ଭାରତୀୟ କ୍ରିକେଟର ହେମାଙ୍ଗ ବଦାନୀଙ୍କୁ ଫିଲ୍ଡିଂ କୋଚ୍ ଦାୟିତ୍ଵ ଦିଆଯାଇଛି। ପୂର୍ବରୁ ମୁଥେୟା ମୁରଲୀଧରଣଙ୍କ ପରି ଖେଳାଳି ଦଳରେ ରହିଛନ୍ତି। ମୁଥେୟା ସ୍ପିନ ବୋଲରଙ୍କୁ ପ୍ରଶିକ୍ଷଣ ଦେବା ବ୍ୟତୀତ ଦଳ ପାଇଁ ରଣନୀତି ପ୍ରସ୍ତୁତ କରନ୍ତି।
ସୂଚନାଯୋଗ୍ୟ, ସନରାଇଜର୍ସ ହାଇଦ୍ରାବାଦ ୨୦୨୧ ସିଜିନରେ ପଏଣ୍ଟ ତାଲିକାରେ ସର୍ବନିମ୍ନ ସ୍ଥାନରେ ରହିଥିଲା। ଦଳ ୧୪ଟି ମ୍ୟାଚ୍‌ରୁ ମାତ୍ର ୩ଟିରେ ବିଜୟୀ ହୋଇ ୧୧ଟିରେ ପରାଜିତ ହୋଇଥିଲା। ଏହା ମଧ୍ୟରେ ଡେଭିଡ୍ ଓ୍ଵାର୍ଣ୍ଣରଙ୍କଠୁ ଅଧିନାୟକତ୍ଵ ଛଡାଇ ନିଆଗଲା। କେନ ଓ୍ଵିଲିୟମସନଙ୍କୁ ଅଧିନାୟକ ନିଯୁକ୍ତ କରାଯାଇଥିଲେ ମଧ୍ୟ ଦଳ ପ୍ରଦର୍ଶନରେ କୌଣସି ସୁଧାର ଆସିନଥିଲା। ଏହା ପରେ ହାଇଦ୍ରାବାଦ ପକ୍ଷରୁ ସର୍ବାଧିକ ରନ ହାସଲକାରୀ ବ୍ୟାଟସମ୍ୟାନ ଡେଭିଡ୍ ଓ୍ଵାର୍ଣ୍ଣର ଏବଂ ତାରକା ସ୍ପିନର ରଶିଦ ଖାନ ମଧ୍ୟ ଦଳରୁ ଅଲଗା ହୋଇଗଲେ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top