Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଜୁନିୟର ପୁରୁଷ ହକି ବିଶ୍ୱକପ: ସେମିଫାଇନାଲରେ ଫ୍ରାନ୍ସ

ଭୁବନେଶ୍ୱର,(ଓଡ଼ିଶା ୱେୟାର): ବୁଧବାର କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ତୃତୀୟ କ୍ୱାର୍ଟର୍ ଫାଇନାଲରେ ଫ୍ରାନ୍ସ ୪-୦ ଗୋଲରେ ମାଲେସିଆକୁ ପରାସ୍ତ କରିଛି। ଏଥିସହ ଫ୍ରାନ୍ସ ତୃତୀୟ ଦଳ ଭାବେ ସେମି ଟିକେଟ୍ କାଟିଛି। ଟିମୋଥି କ୍ଲିମେଣ୍ଟଙ୍କ ହ୍ୟାଟ୍ରିକ୍ ଗୋଲ୍ ରେ ଫ୍ରାନ୍ସ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫଆଇଏଚ ଓଡିଶା ହକି ପୁରୁଷ ଜୁନିୟର ବିଶ୍ୱକପର ସେମିଫାଇନାଲରେ ସ୍ଥାନ ପକ୍କା କରିଛି।

ଏହି ମ୍ୟାଚ୍ ପୂର୍ବରୁ ଖେଳାଯାଇଥିବା ପ୍ରଥମ ଦୁଇଟି କ୍ୱାର୍ଟର୍ ଫାଇନାଲ୍ ମ୍ୟାଚ୍ ସଂଘର୍ଷପୂର୍ଣ୍ଣ ହୋଇଥିଲା। ହେଲେ ଫ୍ରାନ୍ସ ଓ ମାଲେସିଆ ମ୍ୟାଚ୍ ଏକତରଫା ହୋଇଥିଲା। ପ୍ରଥମ କ୍ୱାର୍ଟର ଆରମ୍ଭରୁ କଡ଼ା ଟକ୍କର ହୋଇଥିଲା। ହେଲେ ଏହି କ୍ୱାର୍ଟରର ଶେଷ ଆଡ଼କୁ ବାଜି ମାରି ନେଇଥିଲା ଫ୍ରାନ୍ସ। ମ୍ୟାଚର ୧୪ଶ ମିନିଟରେ ଫ୍ରାନ୍ସ ଅଧିନାୟକ ଟିମୋଥି କ୍ଲିମେଣ୍ଟ ଦଳକୁ ମିଳିଥିବା ଏକ ପେନାଲଟି କର୍ଣ୍ଣରକୁ ଗୋଲରେ ପରିଣତ କରି ପ୍ରଥମ କ୍ୱାର୍ଟରରେ ଦଳକୁ ୧-୦ ଗୋଲରେ ଆଗୁଆ ରଖିଥିଲେ।

ଦ୍ୱିତୀୟ କ୍ୱାର୍ଟରରେ ମାଲେସିଆ ଯେତେ ଚେଷ୍ଟା କରିଥିଲେ ସୁଦ୍ଧା ଗୋଲ ଦେବାକୁ ସଫଳ ହୋଇ ନଥିଲା। ୨୪ତମ ମିନିଟରେ ଫ୍ରାନ୍ସକୁ ମିଳିଥିବା ଆଉ ଏକ ପେନାଲଟି କର୍ଣ୍ଣରକୁ ପୁଣି ଅଧିନାୟକ କ୍ଲିମେଣ୍ଟ ଗୋଲରେ ରୂପାନ୍ତରିତ କରି ବ୍ୟକ୍ତିଗତ ଦ୍ୱିତୀୟ ଗୋଲ କରିଥିଲେ। ଏଥିସହ ହାଫ୍ ଟାଇମ ସୁଦ୍ଧା ଫ୍ରାନ୍ସ ୨-୦ର ନିର୍ଣ୍ଣାୟକ ଅଗ୍ରଣୀ ହାସଲ କରିଥିଲା।

ତୃତୀୟ କ୍ୱାର୍ଟରରେ ମଧ୍ୟ କମବ୍ୟାକ କରୁବାକୁ ଚାହୁଁଥିବା ମାଲେସିଆ ପୁଣି ଫେଲ ମାରିଥିଲା। ଫ୍ରାନ୍ସ ୩୧ତମ ମିନିଟରେ ଆଉ ଏକ ପେନାଲଟି କର୍ଣ୍ଣରର ସହାୟତାରେ ତୃତୀୟ ଗୋଲ ସ୍କୋର କରିଥିଲା। ଏହି ଗୋଲଟି ଦେଇଥିଲେ ମାଥିସ କ୍ଲିମେଣ୍ଟ। ସେମି ଫାଇନାଲ ଟିକଟ ହାତଛଡ଼ା କରିଥିବା ମାଲେସିଆ ଶେଷ କ୍ୱାର୍ଟରରେ ସମ୍ମାନ ପାଇଁ ଖେଳୁଥିଲା। ତଥାପି ବି ଗୋଲ ସ୍କୋର ଖାତା ଖୋଲି ପାରି ନଥିଲା।

ମ୍ୟାଚର ଶେଷ କିଛି ସେକେଣ୍ଡରେ ଫ୍ରାନ୍ସକୁ ଆଉ ଏକ ପେନାଲଟି କର୍ଣ୍ଣର ମିଳିଥିଲା। ଯାହାକୁ ଟିମୋଥି ଗୋଲରେ ପରିଣତ କରି ନିଜର ହ୍ୟାଟ୍ରିକ ପୂରଣ କରିଥିଲେ। ଆଉ ଏଥିସହ ଫ୍ରାନ୍ସ ମୁକାବିଲାକୁ ୪-୦ ଗୋଲର ବଡ଼ ବ୍ୟବଧାନରେ ଜିତି ନେଇଥିଲା। ଦଳ ପକ୍ଷରୁ ୩ଟି ଗୋଲ ସ୍କୋର କରିଥିବା କ୍ୟାପେଟନ କ୍ଲିମେଣ୍ଟ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ। ଭାରତ ଏବଂ ବେଲଜିୟମ ମଧ୍ୟରେ ହେବାକୁଥିବା କ୍ୱାର୍ଟର ଫାଇନାଲ୍ ମ୍ୟାଚର ବିଜେତା ଟିମ୍ ସହ ଫ୍ରାନ୍ସ ଆସନ୍ତା ୩ତାରିଖରେ ସେମି ଫାଇନାଲ୍ ଖେଳିବ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top