Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ବିଶେଷ

ନିତି ଆୟୋଗ ରିପୋର୍ଟ : ସ୍ୱାସ୍ଥ୍ୟସେବାରେ ଓଡ଼ିଶା ତଳଆଡ଼ୁ ତୃତୀୟ

ଭୁବନେଶ୍ୱର(ଓଡ଼ିଶା ୱେୟାର ): ଓଡ଼ିଶାକୁ ‘ବିଶ୍ୱସ୍ତରୀୟ ବ୍ରାଣ୍ଡ’ କରିବାର ସ୍ଲୋଗାନ ଦେଉଥିବା ନବୀନ ପଟ୍ଟନାୟକ ସରକାରଙ୍କ ସ୍ୱାସ୍ଥ୍ୟ ଭିତ୍ତିଭୂମି ଓ ମାଗଣା ସ୍ୱାସ୍ଥ୍ୟ ସେବାର ନଗ୍ନ ସତ୍ୟକୁ ନିତି ଆୟୋଗ ପଦାରେ ପକାଇଛନ୍ତି।
ନିତି ଆୟୋଗଙ୍କ ପକ୍ଷରୁ ଗତକାଲି ପ୍ରକାଶିତ ଦ୍ୱିତୀୟ ରାଉଣ୍ଡ ହେଲଥ ଇଣ୍ଡେକ୍ସରେ ଓଡ଼ିଶା ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ତଳଆଡ଼କୁ ତୃତୀୟରେ ରହିଛି। ୨୩ଟି ମାନଦଣ୍ଡକୁ ଆଧାର କରି ବିଶ୍ୱବ୍ୟାଙ୍କ ଓ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସହଯୋଗରେ ନିତି ଆୟୋଗ ପ୍ରସ୍ତୁତ କରିଥିବା ଏହି ହେଲଥ ଇଣ୍ଡେକ୍ସ ରିପୋର୍ଟରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ କେରଳ ସର୍ବାଗ୍ରେ ରହିଥିବାବେଳେ ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର ଓ ଗୁଜରାଟ ଯଥାକ୍ରମେ ଦ୍ୱିତୀୟ,ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଛନ୍ତି। ତେବେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଓଡ଼ିଶା ତଳଆଡ଼ୁ ତୃତୀୟ ସ୍ଥାନରେ ରହିଛି। ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସର୍ବାଧିକ ବିପର୍ଯ୍ୟସ୍ତ ସ୍ଥିତି ଉତ୍ତର ପ୍ରଦେଶର ହୋଇଥିବାବେଳେ ତଳଆଡ଼ୁ ଦ୍ୱିତୀୟ ଭାବେ ବିହାର ଓ ତା’ପରେ ଓଡ଼ିଶା ରହିଛି। ନିତି ଆୟୋଗଙ୍କ ଏହି ଦ୍ୱିତୀୟ ରାଉଣ୍ଡ ହେଲଥ ଇଣ୍ଡେକ୍ସରେ ୨୦୧୫-୧୬(ବେସ୍ ଇୟର) ଓ ୨୦୧୭-୧୮(ରେଫରେନ୍ସ ଇୟର) ମଧ୍ୟରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ହୋଇଥିବା ଅଗ୍ରଗତି ଅବା ବିକାଶକୁ ଆକଳନ କରିଥିଲେ। ଯେଉଁ ୨୩ଟି ମାନଦଣ୍ଡ ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି ସେଥିରୁ ପ୍ରାୟ ୧୨ଟି ମାନଦଣ୍ଡର ତଥ୍ୟକୁ ନିଜେ ରାଜ୍ୟ ସରକାର ଅନଲାଇନରେ ନିତି ଆୟୋଗଙ୍କ ୱେବସାଇଟରେ ଅପଲୋଡ୍ କରିଥିଲେ ।
ସ୍ୱାସ୍ଥ୍ୟ ସେବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ତା’ର ନିର୍ଯ୍ୟାସ କ’ଣ ବାହାରୁଛି ତାହା ଜାଣିବା ପାଇଁ ନିତି ଆୟୋଗ ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି । ନିତି ଆୟୋଗଙ୍କ ରିପୋର୍ଟ ଅନୁସାରେ ନବଜାତ ଶିଶୁ ମୃତ୍ୟୁହାର କ୍ଷେତ୍ରରେ ଓଡ଼ିଶା ବିଶ୍ୱର ସବୁଠୁ ଗରିବ ରାଷ୍ଟ୍ର ସିଏରା ଲିଓନ ସହ ନିକଟତର ।
ରିପୋର୍ଟ ଅନୁସାରେ ୨୦୧୫-୧୬ରେ ଓଡ଼ିଶାର ସ୍ୱାସ୍ଥ୍ୟ ସେବାକୁ ୩୯.୪୩ ସ୍କୋର ମିଳିଥିବାବେଳେ ୨୦୧୭-୧୮ରେ ଏଥିରେ ସୁଧାର ପରିବର୍ତ୍ତେ ଏହି ସ୍କୋର ୩୫.୯୭କୁ ହ୍ରାସ ପାଇଛି । ଅର୍ଥାତ୍ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପ୍ରଦର୍ଶନ (-୩.୪୬) ରହିଛି । ୫ବର୍ଷରୁ କମ୍ ଶିଶୁଙ୍କ ମୃତ୍ୟୁ ହାର ଓ ସ୍ୱଳ୍ପଓଜନର ଶିଶୁ ଜନ୍ମ କ୍ଷେତ୍ରରେ ଓଡ଼ିଶାର ସ୍ଥାନ ଏବେ ବି ଦେଶରେ ସବୁଠୁ ପଛରେ ରହିଛି । ଅବଶ୍ୟ ଏହି ଅବଧି ମଧ୍ୟରେ ଓଡ଼ିଶାର ପଡ଼ୋଶୀ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ଛତିଶଗଡ଼ରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆଖିଦୃଶିଆ ସୁଧାର ହୋଇପାରିଛି। ୨୦୧୫-୧୬ ଓ ୨୦୧୭-୧୮ ତୁଳନାରେ ଆନ୍ଧ୍ରପ୍ରଦେଶକୁ ସ୍ୱାସ୍ଥ୍ୟ ସେବାରେ ୪.୯୭ ସ୍କୋର ମିଳିଥିବାବେଳେ ତେଲେଙ୍ଗାନାକୁ ୩.୬୧ ଓ ଛତିଶଗଡ଼କୁ ୧.୩୪ ସ୍କୋର ମିଳିଛି। ମାତ୍ର ଓଡ଼ିଶାକୁ ଏହି ଅବଧିରେ (-୩.୪୬ ସ୍କୋର) ମିଳିଛି। ଯାହାକି ଅତ୍ୟନ୍ତ ଚିନ୍ତାଜନକ।
ଗୋଟିଏପଟେ ରାଜ୍ୟ ସରକାର ନିଜର ମହତ୍ୱାକାଂକ୍ଷୀ ଯୋଜନା ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ’କୁ କାର୍ଯ୍ୟକାରୀ କରାଇ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଠୁ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ପର୍ଯ୍ୟନ୍ତ ସବୁଠୁ ମାଗଣା ଚିକିତ୍ସାର ସୁବିଧା କରିଥିବାବେଳେ ଘରୋଇ ହସ୍ପିଟାଲରେ ମହିଳାଙ୍କୁ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଓ ପୁରୁଷଙ୍କୁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସହାୟତା ଯୋଗାଉଛନ୍ତି ବୋଲି ଦାବି କରୁଛନ୍ତି। ସରକାରୀ ହସ୍ପିଟାଲରେ ସମସ୍ତ ପ୍ରକାରର ଔଷଧଠୁ ଆରମ୍ଭ କରି ପରୀକ୍ଷାନିରୀକ୍ଷା ମାଗଣା ଉପଲବ୍ଧ କରାଉଥିବା କହୁଛନ୍ତି। ଯଦି ଏସବୁ ବାସ୍ତବରେ କାର୍ଯ୍ୟ କରୁଛି ତା’ହେଲେ ରାଜ୍ୟରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉନ୍ନତି ପରିବର୍ତ୍ତେ ଅବନତି କିଭଳି ଆସୁଛି ବୋଲି ପ୍ରଶ୍ନ ଉଠୁଛି ।
ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ୧୯ବର୍ଷ ଧରି ରାଜ୍ୟରେ ସ୍ଥିର ସରକାର ରହିଥିବା ସତ୍ତେ୍ୱ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସୁଧାର ଆସିପାରିନି। ନିତି ଆୟୋଗଙ୍କ ରିପୋର୍ଟ ଆସିବା ପରେ ରାଜ୍ୟ ସରକାରଙ୍କ ଚେତା ପଶିବ ବୋଲି ସାଧାରଣରେ ଚର୍ଚ୍ଚା।

Click to comment

Leave a Reply

Your email address will not be published. Required fields are marked *

Most Popular

To Top