Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ସାଉଥାମ୍ପଟନ ଟେଷ୍ଟ: ୫ମ ଦିବସ ଖେଳ ଶେଷ, ୩୨ ରନରେ ଆଗୁଆ ଭାରତ

ସାଉଥାମ୍ପଟନ୍: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଏଠାରେ ଚାଲିଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲର ପଞ୍ଚମ ଦିବସ ଖେଳ ଶେଷ ସୁଦ୍ଧା ଭାରତ ଦ୍ୱିତୀୟ ଇନିଂସରେ ୨ ୱିକେଟ୍ ହରାଇ ୬୪ ରନ୍ କରିଛି। ଏଥିସହ ଭାରତ ୩୨ ରନରେ ଆଗୁଆ ରହିଛି । କ୍ୟାପଟେନ୍ ବିରାଟ୍ କୋହଲି ୮ ଓ ଚେତେଶ୍ୱର ପୂଜାରା ୧୨ ରନରେ ବ୍ୟାଟିଂ କରୁଛନ୍ତି।
ନ୍ୟୁଜିଲ୍ୟାଣ୍ଡ ପ୍ରଥମ ଇନିଂସରେ ୨୪୯ ରନ୍ କରି ଅଲଆଉଟ୍ ହୋଇ ୩୨ ରନର ଅଗ୍ରଣୀ ହାସଲ କରିଥିଲା । ଜବାବରେ ଭାରତ ଦ୍ୱିତୀୟ ଇନିଂସ୍ ଖେଳିବାକୁ ଓହ୍ଲାଇଥିଲା । ଦୁଇ ଓପ୍ନର ରୋହିତ୍ ଶର୍ମା ଓ ଶୁବମନ୍ ଗିଲ୍ ପ୍ରଥମ ୧୦ ଓଭର ଧୈର‌୍ୟ୍ୟର ସହ ଖେଳିଥିଲେ । କିନ୍ତୁ ଗିଲ୍ (୮)ଙ୍କୁ କିୱିର ଅଭିଜ୍ଞ ପେସର୍ ଟିମ୍ ସାଉଦୀ ଏଲବିଡବ୍ଲ୍ୟୁ କରିଥିଲେ ।
ରୋହିତ୍ (୩୦) ପୁଣିଥରେ ଭଲ ଆରମ୍ଭକୁ ବଡ଼ ସ୍କୋରରେ ପରିଣତ କରିପାରିନଥିଲେ । ସେ ମଧ୍ୟ ସାଉଦୀଙ୍କ ବଲରେ ଏଲବିଡବ୍ଲ୍ୟୁର ଶିକାର ହୋଇଥିଲେ। ଟିମର ଭରସାଯୋଗ୍ୟ ବ୍ୟାଟ୍ସମ୍ୟାନ୍ ପୂଜାରା ଓ କୋହଲି କ୍ରିଜରେ ରହିଛନ୍ତି । ଷଷ୍ଠ ତଥା ଅନ୍ତିମ ଦିବସରେ ଦୁହିଁଙ୍କ ଉପରେ ଟିମର ଭାଗ୍ୟ ନିର୍ଦ୍ଧାରଣ କରୁଛି ।
ଆଉଟ୍ ଫିଲ୍ଡ ଓଦା ଯୋଗୁ ପଞ୍ଚମ ଦିବସରେ ଘଣ୍ଟାଏ ବିଳମ୍ବରେ ଖେଳ ଆରମ୍ଭ ହୋଇଥିଲା । ହେଲେ ନ୍ୟୁଜିଲ୍ୟାଣ୍ଡ ଆରମ୍ଭରୁ ଅଭିଜ୍ଞ ରସ୍ ଟେଲର (୧୧)ଙ୍କ ୱିକେଟ୍ ହରାଇଥିଲା । ଟେଲରଙ୍କୁ ମହମ୍ମଦ ଶାମି ପ୍ୟାଭିଲିୟନ୍ ପଠାଇଥିଲେ । ହେନରୀ ନିକୋଲ୍ସ (୭)ଙ୍କୁ ଈଶାନ୍ତ ଶର୍ମା ଆଉଟ୍ କରିଥିବା ବେଳେ ବିଜେ ୱାଟଲିଙ୍ଗ (୧) ଓ କଲିନ୍ ଡି’ ଗ୍ରାଣ୍ଡହୋମ୍ (୧୩)ଙ୍କୁ ଶାମି ଆଉଟ୍ କରି ଭାରତକୁ ମ୍ୟାଚରେ କମବ୍ୟାକ୍ କରାଇଥିଲେ।
ବୋଲିଂରେ କମାଲ୍ କରିଥିବା କାଇଲ୍ ଜେମିସନ୍ ଦ୍ରୁତ ୨୧ ରନ୍ କରି ଦଳ ଉପରୁ ଚାପ ହଟାଇବାକୁ ପ୍ରୟାସ କରିଥିଲେ । କିନ୍ତୁ ତାଙ୍କ ୱିକେଟ୍ ନେଇ ଶାମି ନ୍ୟୁଜିଲ୍ୟାଣ୍ଡର ସପ୍ତମ ୱିକେଟ୍ ପତନ କରାଇଥିଲେ । କ୍ୟାପଟେନ୍ ୱିଲିୟମସନ୍ ଓ ଟିମ୍ ସାଉଦୀ ମିଶି ଦଳକୁ ଅଗ୍ରଣୀ କରାଇଥିଲେ । ୱିଲିୟମସନ୍ ୪୯ ରନରେ ଥିବା ବେଳେ ତାଙ୍କୁ ଈଶାନ୍ତ ଶର୍ମା କ୍ୟାପଟେନ୍ ବିରାଟ୍ କୋହଲିଙ୍କ ଦ୍ୱାରା କ୍ୟାଚ୍ କରାଇଥିଲେ ।
ନିଲ୍ ୱାଗନର ଖାତା ଖୋଲିପାରି ନଥିବା ବେଳେ ସାଉଦି ଶେଷ ୱିକେଟ୍ ଭାବେ ଆଉଟ୍ ହୋଇଥିଲେ । ସାଉଦି ୪୬ ବଲରେ ୧ ଚୌକା ଓ ୨ ଛକା ସହ ୩୦ ରନ୍ କରି ଜାଡେଜାଙ୍କ ଦ୍ୱାରା କ୍ଲିନ୍ ବୋଲ୍ଡ ହୋଇଥିଲେ । ଭାରତ ପକ୍ଷରୁ ମହମ୍ମଦ ଶାମି ୪ଟି, ଈଶାନ୍ତ ୩ଟି, ଅଶ୍ୱିନ୍ ୨ଟି ଓ ରବୀନ୍ଦ୍ର ଜାଡେଜା ଗୋଟିଏ ୱିକେଟ୍ ନେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top