Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଟି-୨୦ ବିଶ୍ୱକପ୍‌: ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବେନି ହାର୍ଦ୍ଦିକ ପାଣ୍ଡ୍ୟା !

ଦୁବାଇ: ଟି-୨୦ ବିଶ୍ୱକପ୍‌ର ଉଦଘାଟନୀ ମ୍ୟାଚରେ ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପାକିସ୍ତାନ ବିପକ୍ଷରେ କିଛି ଭଲ ଖେଳ ପ୍ରଦର୍ଶନ କରିପାରିନଥିଲେ। କେବଳ ଏତିକି ନୁହେଁ, ଏହି ମ୍ୟାଚରେ ପାଣ୍ଡ୍ୟା କିଛି ନକରି ପାଣ୍ଡ୍ୟା ଆଉଟ ହୋଇଥିଲେ। ଅକ୍ଟୋବର ୩୧ ରେ ଭାରତକୁ ନ୍ୟୁଜିଲାଣ୍ଡ ବିପକ୍ଷରେ ପରବର୍ତ୍ତୀ ମ୍ୟାଚ୍ ଖେଳିବାକୁ ପଡିବ, ଏହା ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରଶଂସକଙ୍କ ପାଇଁ ବଡ ଖବର ସାମ୍ନାକୁ ଆସିଛି। ଅକ୍ଟୋବର ୩୧ ରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପରବର୍ତ୍ତୀ ମ୍ୟାଚ୍ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା ରହିବେ ହେଲେ ଏହା ଏବେ ଯାଏ ସ୍ଥିର ହୋଇନି ଯେ, ସେ ଟିମ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ରହିବେ ନା ନାହିଁ ।

ଗତ ମାସରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ରେ ବୋଲିଂ କରିନଥିବା ହାର୍ଦ୍ଦିକ ପାଣ୍ଡ୍ୟା ବର୍ତ୍ତମାନ ବ୍ୟାଟ୍ସମ୍ୟାନ୍ ଭାବରେ ଟି-୨୦ ବିଶ୍ୱକପରେ ଖେଳୁଛନ୍ତି। ସେ ରବିବାର ପାକିସ୍ତାନ ବିପକ୍ଷରେ ଆଠଟି ବଲରେ ୧୧ ରନ୍ ସଂଗ୍ରହ କରିଥିଲେ। ସେ ଦ୍ରୁତ ବୋଲରଙ୍କ ସାମ୍ନାରେ ଅସହଜ ମନେ ହେଉଥିଲେ ଏବଂ ଏହାରି ମଧ୍ୟରେ ଛୋଟ ପିଚ୍ ବଲ୍ ତାଙ୍କ କାନ୍ଧରେ ବାଜିଥିଲା ​​। ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ପିଟିଆଇକୁ ସୂଚନା ଦେବାକୁ ଯାଇ କହିଛନ୍ତି ଯେ, ହାର୍ଦ୍ଦିକଙ୍କ ସ୍କାନର ରିପୋର୍ଟ ଆସିଛି ଏବଂ ଆଘାତ ଗୁରୁତର ନୁହେଁ ବୋଲି ସେ କହିଛନ୍ତି । ଏହା ବ୍ୟତୀତ ଦୁଇଟି ମ୍ୟାଚ୍‌ରେ ୬ ଦିନର ବ୍ୟବଧାନ ରହିଛି, ଯାହାଫଳରେ ପାଣ୍ଡ୍ୟା ଆଘାତରୁ ମୁକ୍ତି ପାଇବା ପାଇଁ ପର‌୍ୟ୍ୟାପ୍ତ ସମୟ ବି ପାଇପାରିବେ ।
ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଅଭ୍ୟାସ ମ୍ୟାଚ ସମୟରେ ଅବଶ୍ୟ ଡାକ୍ତରୀ ଦଳ ତାଙ୍କ ଅବସ୍ଥା ଉପରେ ନଜର ରଖିବେ। ହେଲେ ମ୍ୟାଚ୍ ବି ଜିତିବା ଜରୁରୀ । ଏହି ମ୍ୟାଚରେ ପରାଜୟ ତାଙ୍କ ଆଗକୁ ଯିବାର ସମ୍ଭାବନାକୁ ଝଟକା ମଧ୍ୟ ଦେଇପାରେ । ହାର୍ଦ୍ଦିକ ପାଣ୍ଡ୍ୟା କିଛି ସମୟ ପାଇଁ ବୋଲିଂ କରିବାରେ ସକ୍ଷମ ହୋଇନାହାଁନ୍ତି। ପାକିସ୍ତାନ ବିପକ୍ଷ ମ୍ୟାଚରେ ବ୍ୟାଟ୍ସମ୍ୟାନ୍ ଭାବରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳରେ ସାମିଲ କରାଯାଇଥିଲା। ଏହି ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟା କିଛି ଭଲ ଖେଳ ପ୍ରଦର୍ଶନ କରିପାରିନଥିଲେ । ଏଭଳି ପରିସ୍ଥିତିରେ ଶାର୍ଦ୍ଦୁଲ ଠାକୁରଙ୍କୁ ତାଙ୍କ ସ୍ଥାନରେ ଦଳକୁ ସନ୍ତୁଳନ କରିବାର ସୁଯୋଗ ଦିଆଯାଇପାରେ। ବଲ ଏବଂ ବ୍ୟାଟ୍ ସହିତ ଚମତ୍କାର ପ୍ରଦର୍ଶନ କରିବାରେ ଶାର୍ଦ୍ଦୁଲ ଠାକୁର ଜଣେ ବିଶେଷଜ୍ଞ । ଶାର୍ଦ୍ଦୁଲ ଠାକୁର ଆଇପିଏଲ୍ ୨୦୨୧ ରେ ତାଙ୍କର ଉତ୍କୃଷ୍ଟ ପ୍ରଦର୍ଶନ ସହିତ ଚୟନକର୍ତ୍ତାଙ୍କ ବିଶ୍ୱାସ ଭାଜନ ହୋଇପାରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top