Latest

ବିନା ଟିକା ସାର୍ଟିଫିକେଟରେ ମହାପ୍ରଭୁଙ୍କୁ କରିହେବ ଜଗା ଦର୍ଶନ

Posted on

ପୁରୀ: (ଓଡ଼ିଶା ୱେୟାର): ଜଗା ଦର୍ଶନ ପାଇଁ କୋହଳ ହେଲା କଟକଣା। ଏଣିକି ପୁରୀ ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ଦରକାର ପଡ଼ିବ ନାହିଁ ଟିକାକରଣର ପ୍ରମାଣପତ୍ର। ବିନା ଟିକା ସାର୍ଟିଫିକେଟରେ ମହାପ୍ରଭୁଙ୍କୁ ଦର୍ଶନ କରିହେବ। ଆସନ୍ତା ୨୧ ପରେ ବିନା ଟିକା ସାର୍ଟିଫିକେଟରେ ଶ୍ରୀମନ୍ଦିର ପ୍ରବେଶ ପାଇଁ ଅନୁମତି ଦେଇଛି ମନ୍ଦିର ପ୍ରଶାସନ। ଅଧିକାଂଶ ଲୋକ ଡବଲ ଡୋଜ୍ ନେଇସାରିଥିବାରୁ ନିଷ୍ପତ୍ତି ହୋଇଛି। ଛତିଶା ନିଯୋଗ ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏନେଇ ସୂଚନା ଦେଇଛନ୍ତି। ଏବେ ଡବଲ ଡୋଜ୍ ଟିକା ସାର୍ଟିଫିକେଟ ଦେଖେଇ ପ୍ରବେଶ କରିହେଉଥିଲା।
ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ଛତିଶାନିଯୋଗ ବୈଠକ ହୋଇଛି। ନୀଳାଦ୍ରି ଭକ୍ତ ନିବାସରେ ଏହି ବୈଠକ ଚାଳିଛି। ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅଧ୍ୟକ୍ଷତା କରୁଛନ୍ତି। ରାଷ୍ଟ୍ରପତି ପୁରୀ ଗସ୍ତ ବେଳେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବେ। ତେବେ ଏହି ଦର୍ଶନକୁ କିଭଳି ଶୃଙ୍ଖଳିତ କରାଯିବ। ସେନେଇ ବୈଠକରେ ଆଲୋଚନା ହେଉଛି।
ସେହିପରି ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ବ୍ୟବସ୍ଥାକୁ କୋହଳ କରିବା ନେଇ ଆଲୋଚନା ହୋଇଥିଲା। ବୈଠକରେ ପୁରୀ ଜିଲ୍ଲାପାଳ, ଛତିଶା ନିଯୋଗର ପ୍ରତିନିଧି, ପରିଚାଳନା କମିଟି ସଦସ୍ୟ ଓ ଶ୍ରୀନ୍ଦିର ପ୍ରଶାସନର ବିଭିନ୍ନ ଅଧିକାରୀ ଉପସ୍ଥିତ ଅଛନ୍ତି। ସେହିପରି ମହାପ୍ରଭୁଙ୍କ ନୀତିକାନ୍ତି ବିଲମ୍ବକୁ ନେଇ ଆଲୋଚନା ହୋଇଥିଲା। ମହାପ୍ରଭୁଙ୍କ ଦ୍ୱାରଫିଟା ଓ ମଙ୍ଗଳାଆଳତୀ ନୀତି କେମିତି ଠିକ୍ ସମୟରେ ହେବ ଏନେଇ ଆସନ୍ତା ୨୫ ତାରିଖରେ ଆଲୋଚନା କରାଯିବ।

Leave a Reply

Your email address will not be published. Required fields are marked *

Most Popular

Exit mobile version