Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଯୁବତୀଙ୍କୁ ଯୌନଦାସୀ କରୁଛନ୍ତି ତାଲିବାନି ସେନା

ନୂଆଦିଲ୍ଲୀ : ଆଫଗାନିସ୍ତାନକୁ ଅଧା କବଜା କଲା ତାଲିବାନ । ତାଲିବାନର ମିଶନ କାବୁଲ । କାବୁଲ କବଜା କରିବା ପାଇଁ ସବୁ ପ୍ରକାଶ ଷଡ଼ଯନ୍ତ୍ର ରଚିଛି ତାଲିବାନ । କ୍ଷୀପ୍ର ଗତିରେ ମାଡ଼ି ଚାଲିଛନ୍ତି ଆତଙ୍କୀ । ୩୪ ପ୍ରାଦେଶିକ ରାଜଧାନୀରୁ ୧୮ଟିକୁ ତାଲିବାନ କବଜା କରିସାରିଲାଣି । କାବୁଲ ଠାରୁ ଆଉ ମାତ୍ର ୫୦ କିଲୋମିଟର ଦୂର । ରାଜଧାନୀକୁ ଯୋଡୁଥିବା ପ୍ରମୁଖ ସଡ଼କପଥ କାବୁଲ-କାନ୍ଦାହାର ହାଇେଓ୍ଵୁକୁ ତାଲିବାନ ହାତକୁ ଯାଇ ସାରିଛି ।

ଅନ୍ୟପଟେ ସ୍ଥିତି ନେଇ ଆଜି ସାମ୍ବୋଧିତ କରିବେ ରାଷ୍ଟ୍ରପତି ଅସରଫ ଘନି । ସେପଟେ ଆଫଗାନିସ୍ତାନରେ ବଢ଼ୁଛି ତାଲିବାନ ଅତ୍ୟାଚାର । ହିଂସା ପରେ ଯୌନ ହିଂସା । ସାଧାରଣ ଲୋକଙ୍କ ରକ୍ତରେ ହୋଲି ଖେଳୁଥିବା ତାଲିବାନ ଏବେ ଭୟଙ୍କର ଯୌନ ହିଂସାରେ ଲିପ୍ତ । ଅବିବାହିତା ଯୁବତୀଙ୍କୁ ଜୋର ଜବରଦସ୍ତ ବିବାହ କରୁଛନ୍ତି ତାଲିବାନ ଆତଙ୍କୀ । ଘରକୁ ଘର ବୁଲି ଅବିବାହିତାଙ୍କ ତଲାସ କରାଯାଉଛି । ଏକ ନିର୍ଦ୍ଦିଷ୍ଟ ବୟସର ହୋଇଥିଲେ ଯୌନଦାସୀ କରିବାକୁ ବାଧ୍ୟ କରାଯାଉଛି ।

ତେବେ ଏହି ଖବରକୁ ଜୈବୁଲ୍ଲା ମୁଜାହିଦ ନାମକ ଜଣେ ତାଲିବାନୀ ମୁଖପାତ୍ର ଖଣ୍ଡନ କରିଛନ୍ତି । ଏହି ଖବରକୁ ସେ ମିଥ୍ୟା ବୋଲି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ତାଲିବାନମାନେ ମହିଳାଙ୍କୁ ବିବାହ ପାଇଁ ବାଧ୍ୟ କରିବା ମୁସଲମାନ ନିୟମ ଓ ସଂସ୍କୃତି ବିରୋଧୀ। ପ୍ରକାଶଯୋଗ୍ୟ ଯେ ଗତ ୨୪ ଘଣ୍ଟା ମଧ୍ୟରେ ତାଲିବାନମାନେ ୬ ଟି ରାଜ୍ୟର ରାଜଧାନୀକୁ ନିଜ ଦଖଲକୁ ଆଣିବାରେ ସଫଳ ହୋଇଛନ୍ତି । ଏପର‌୍ୟ୍ୟନ୍ତ ତାଲି ବାନମାନେ ୧୮ ଟି ସହରକୁ ନିଜ ଅକ୍ତିଆରକୁ ନେଇଥିବା ଓ୍ଵାଲ ଷ୍ଟ୍ରିଟ ଜର୍ଣ୍ଣାଲରେ ପ୍ରକାଶ ପାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top