Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଫିଲ୍ମ ‘RRR’କୁ ବୟକଟ୍‌ କରିବା ନେଇ ଟ୍ରେଣ୍ଡ ଆରମ୍ଭ

ମୁମ୍ବାଇ : ମାର୍ଚ୍ଚ ୨୫ରେ ଏସ୍ ରାଜାମୌଲିଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘RRR’ ପ୍ରେକ୍ଷାଳୟକୁ ଆସିବାକୁ ଯାଉଛି । ଏହି ଫିଲ୍ମ ପାଇଁ ଲୋକମାନେ ବହୁତ ସମୟ ଅପେକ୍ଷା କରିଛନ୍ତି । ହେଲେ ମହାମାରୀ କରୋନା ହେତୁ ଫିଲ୍ମର ରିଲିଜ୍ ଅନେକ ଥର ସ୍ଥଗିତ ରଖାଯାଇଛି। କିନ୍ତୁ ଜୁନିୟ ଏନ୍‌ଟିଆର ଏବଂ ରାମ ଚରଣ ତେଜାଙ୍କ ଅଭିନୀତ ଏହି ଚଳଚ୍ଚିତ୍ରଟି ବର୍ତ୍ତମାନ ପ୍ରସ୍ତୁତ। ହେଲେ ରିଲିଜ୍‌ ପୂର୍ବ ଫିଲ୍ମକୁ ନେଇ ବିବାଦ ମଧ୍ୟ ଆରମ୍ଭ ହୋଇଛି।
ବାସ୍ତବରେ ଏହି ଚଳଚ୍ଚିତ୍ରଟି ଅନେକ ଭାଷାରେ ରିଲିଜ୍ ହେବାକୁ ଯାଉଛି, କିନ୍ତୁ ଏହା କନ୍ନଡ ଭାଷାରେ ରିଲିଜ୍ ହୋଇନଥିବା ନେଇ ଜଣାପଡିଛି । ଏହି ଖବର ସାମ୍ନାକୁ ଆସିବା ମାତ୍ରେ ଲୋକଙ୍କ ଭିତରେ ରାଗ ପଶି ଯାଇଛି । ଫିଲ୍ମକୁ ବୟକଟ୍‌ କରିବା ନେଇ ଟ୍ରେଣ୍ଡ ଆରମ୍ଭ ହୋଇଛି । ଲୋକମାନେ ଟ୍ୱିଟରରେ #BoycottRRRinKarnataka ଟ୍ରେଣ୍ଡ କରି ଏହି ଚଳଚ୍ଚିତ୍ର ନ ଦେଖିବା ବିଷୟରେ କହୁଛନ୍ତି । ଲୋକଙ୍କ କିହିବା ଅନୁଯାୟୀ ଅ ଏହି ଚଳଚ୍ଚିତ୍ରଟି କନ୍ନଡ ଭାଷାରେ ମଧ୍ୟ ରିଲିଜ୍ ହେବା ଉଚିତ୍ । କିଛି ଲୋକ ଫିଲ୍ମ ଉପରେ ଅସନ୍ତୋଷ ଦେଖାଉଥିବା ବେଳେ ସେହି ସମୟରେ କିଛି ଲୋକ ଫିଲ୍ମର କାଷ୍ଟ ଏବଂ ଦଳକୁ ସମର୍ଥନ ମଧ୍ୟ କରୁଛନ୍ତି ।
ଜଣେ ୟୁଜର୍ସ ଟ୍ୱିଟରରେ ଲେଖିଛନ୍ତି, ଆମେ RRR ଦେଖିବା ନାହିଁ । ଏହା ତେଲୁଗୁ ରାଜ୍ୟ ନୁହେଁ, ଏହା କର୍ଣ୍ଣାଟକ । ବ୍ୟବସାୟ ଅପେକ୍ଷା ସମ୍ମାନ ଅଧିକ ଗୁରୁତ୍ୱପୂର୍ଣ୍ଣ । ଅନ୍ୟ ଜଣେ କହିଛନ୍ତି -ଫିଲ୍ମର ନିର୍ମାତାଙ୍କୁ ପ୍ରତିଶୃତି ଭଙ୍ଗ କରିଥିବାର ଅଭିଯୋଗ କରିଛନ୍ତି। ଆଉ ଜଣେ ଲେଖିଛନ୍ତି ଯେ କର୍ଣ୍ଣାଟକରେ RRR ଚଳଚ୍ଚିତ୍ର ଉପରେ ପ୍ରତିବନ୍ଧକ ଲଗାଇବାକୁ ସମୟ ଆସିଛି। ଖବର ଅନୁଯାୟୀ, ଏହି ଚଳଚ୍ଚିତ୍ରରେ ଦୁଇ ଭାରତୀୟ ବିପ୍ଳବୀ, ଆଲୁରି ସୀତାରାମ ରାଜୁ ଏବଂ କୋମରାମ ଭୀମଙ୍କ କାହାଣୀ ଉପରେ ଆଧାରିତ । ଏହି କାହାଣୀ ବ୍ରିଟିଶ ଶାସନ କାଳର। ଚର୍ଚ୍ଚିତ ଫିଲ୍ମଟି ରିଲିଜ ହେବାର ଦୁଇ ଦିନ ପୂର୍ବରୁ ବିବାଦ ଆରମ୍ଭ ହୋଇଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top