Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

ଜରୁରୀକାଳୀନ ପରିସ୍ଥିତି ସମ୍ପର୍କରେ ବର୍ତମାନ ପୀଢ଼ି ଜାଣିବା ଉଚିତ୍ : ରାଜ୍ୟପାଳ

ଭୁବନେଶ୍ୱର : ୧୯୭୫ ମସିହାରେ ଦେଶରେ ଜରୁରୀ ପରିସ୍ଥିତି ଲାଗୁ ହେବା ଓ ତା’ର କୁପରିମାଣ ସମ୍ପର୍କରେ ବର୍ତମାନ ପୀଢ଼ି ନିଶ୍ଚିତ ଜାଣିବା ଉଚିତ୍ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଛନ୍ତି । ସେ ଦେଶରେ ଜରୁରୀକାଳୀନ ପରିସ୍ଥିତିକୁ ସ୍ମରଣ କରି କହିଛନ୍ତି ଯେ, ଦେଶର ମୋଟ ଜନସଂଖ୍ୟାର ଅର୍ଦ୍ଧେକଙ୍କ ଜନ୍ମ ୧୯୭୫ ମସିହାର ଜରୁରୀ ପରିସ୍ଥିତି ପରେ ହୋଇଛି । ସେମାନେ ଜରୁରୀ ପରିସ୍ଥିତି ସମ୍ପର୍କରେ ସାମାନ୍ୟ ଜାଣନ୍ତି । ସେତେବେଳେ କ’ଣ ହୋଇଥିଲା, ତା’ର ଖରାପ ଦିଗ ପ୍ରତି ସେମାନେ ନିଶ୍ଚିତ ଭାବେ ଜାଣିବା ଉଚିତ୍ । ୧୯୭୫ ଜାତୀୟ ଜରୁରୀ ପରିସ୍ଥିତି ଏକ ବୃହତ୍ ଶିକ୍ଷା ଓ ସବୁସମୟ ପାଇଁ ମନେ ରହିବ । ଆଧୁନିକ ଭାରତୀୟ ଗଣତନ୍ତ୍ର ଇତିହାସର ସେହି କଳା ଅଧ୍ୟାୟକୁ ପୁନଃ ଅନୁଧ୍ୟାନ କରାଯିବାର ଆବଶ୍ୟକତା ରହିଛି ଯାହାଫଳରେ ଭବିଷ୍ୟତରେ ସାଧାରଣ ସ୍ୱାତନ୍ତ୍ରତାର ଉଲ୍ଲଘଂନ ହେବ ନାହିଁ ଓ ନାଗରିକର ମୌଳିକ ଅଧିକାର ସମ୍ପୂର୍ଣ୍ଣ ସୁରକ୍ଷିତ ରହିବ । ରାଜ୍ୟପାଳ ଜରୁରୀ ପରିସ୍ଥିତି ସମୟରେ ନିଜେ ସହିଥିବା ପୁଲିସ୍ ନିର୍ଯାତନା କଥା ମନେ ପକାଇ କହିଛନ୍ତି ଯେ ସେତେବେଳେ ହରିଆଣାର ନ୍ୟାସନାଲ କଲେଜରେ ସେ ପ୍ରଫେସର ଭାବେ କାର୍ଯ୍ୟ କରୁଥିଲେ ମଧ୍ୟ ଜରୁରୀକାଳୀନ ପରିସ୍ଥିତିର ପୀଡ଼ିତ ଥିଲେ । ଦିନ ଦ୍ୱିପ୍ରହରରେ ତାଙ୍କୁ ବିଚ୍ ରାସ୍ତାରେ ପୁଲିସ୍ ବାଡ଼େଇ ବାଡ଼େଇ ନେଇଥିଲା । ତାଙ୍କୁ ପୁଲିସ୍ ନିର୍ଯାତନା ମଧ୍ୟ ସହିବାକୁ ପଡ଼ିଥିଲା । ଯେଉଁମାନେ ସେତେବେଳେ ଜରୁରୀକାଳୀନ ପରିସ୍ଥିତିକୁ ବିରୋଧ କରୁଥିଲେ ସେମାନଙ୍କୁ ଜେଲ୍ରେ ଭର୍ତ୍ତି କରାଯାଉଥିଲା । ନାଗରିକଙ୍କ ଅଧିକାରକୁ ନିରସ୍ତ୍ର,ଗଣମାଧ୍ୟମର ସ୍ୱାଧୀନତା ଉପରେ କଟକଣା ଓ ଗଣତାନ୍ତ୍ରିକ ସଂସ୍ଥା ଭୁଷୁଡ଼ି ପଡ଼ିବା ପାଇଁ ୧୯୭୫ ଜୁନ୍ ୨୫ତାରିଖ ମନେ ରହିବ ବୋଲି ରାଜ୍ୟପାଳ କହିଛନ୍ତି । ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ନିଜର ରାଜନୀତିକ ଓ ବ୍ୟକ୍ତିଗତ ବିଦ୍ୱେଷ ପାଇଁ ଏଭଳି ଏକ ନିଷ୍ପତ୍ତି ନେଇଥିଲେ ଯାହା ଜରୁରୀକାଳୀନ ପରିସ୍ଥିତି ଭାବେ ଦେଶକୁ ବିଭ୍ରାନ୍ତ କରିଥିଲା । ଇତିମଧ୍ୟରେ ୪୩ବର୍ଷ ବିତିଯାଇଥିଲେ ସୁଦ୍ଧା ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ସେହି ୨୧ମାସର ଏକଛତ୍ରବାଦୀ ଶାସନର ଦୁଃସ୍ୱପ୍ନ ଏବେ ବି ସେହି ସମୟକୁ ଅନୁଭବ କରିଥିବା ଲୋକଙ୍କୁ କଷ୍ଟ ଦେଉଛି । ସେତେବେଳେ ପୁଲିସ୍ର ଅମାନବୀୟ ଅତ୍ୟାଚାର ଓ ମାସମାସ ଧରି ଜେଲ୍ରେ ବିତାଇବାର ଯନ୍ତ୍ରଣା ଏବେ ମଧ୍ୟ ମନେ ରହିଛି । ଅନ୍ୟ ବହୁ ନେତାଙ୍କୁ ଟାର୍ଗେଟ୍ କରାଯାଇ ଜେଲ୍ରେ ଭର୍ତ୍ତି କରାଯାଇଥିଲା । ଅଧିକାଂଶ ସେତେବେଳେ ଲୁଚି ରହିବାକୁ ବାଧ୍ୟ ହୋଇଥିଲେ । ଏପରିକି ସାଧାରଣ ଲୋକ ମଧ୍ୟ ବାଦ୍ ପଡ଼ିନଥିଲେ ବୋଲି ରାଜ୍ୟପାଳ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top