Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

କେନ୍ଦ୍ରମନ୍ତ୍ରୀଙ୍କ ବୟାନ ଶସ୍ତା ଓ ହାସ୍ୟାସ୍ପଦ: ବିଜେଡି

ଭୁବନେଶ୍ୱର : ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ସୁରକ୍ଷା ଦେବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯେଉଁ ମନ୍ତବ୍ୟ ରଖିଛନ୍ତି ତାହା ହାସ୍ୟାସ୍ପଦ ଏବଂ ଅତ୍ୟନ୍ତ ଶସ୍ତା ମନ୍ତବ୍ୟ ବୋଲି ସାଂସଦ ତଥା ବିଜେଡି ମୁଖପାତ୍ର ପ୍ରତାପ କେଶରୀ ଦେବ କହିଛନ୍ତି ।

ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଦେବ କହିଛନ୍ତି ଯେ ଓଡ଼ିଶାରେ ଏକ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମନ୍ତବ୍ୟ ଦେଇଛନ୍ତି । ସାଢ଼େ ୪ବର୍ଷ ଭିତରେ ସାରା ଭାରତ ବର୍ଷରେ ଗୋଚାଲାଣ ନାମରେ ଯେଉଁ ସଂଘବଦ୍ଧ ଆକ୍ରମଣରେ ଜନସାଧାରଣଙ୍କୁ ହତ୍ୟା କରାଯାଉଥିଲା, ସେତେବେଳେ କେନ୍ଦ୍ରମନ୍ତ୍ରୀଙ୍କୁ ଭାରତରେ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହେଲାଭଳି ଲାଗୁନଥିଲା । ଦଳିତମାନଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ହେଉଥିଲା ବେଳେ କେନ୍ଦ୍ର ସରକାର କେତେ ପରିମାଣରେ ଏହାକୁ ରୋକିବାରେ ସକ୍ଷମ ହେଲେ, ସେ ବିଷୟରେ କିଛି କହୁନାହାନ୍ତି । ଭାରତର ବିଭିନ୍ନ ସ୍ଥାନରେ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ହତ୍ୟା କରାଗଲା, ଯାହାର ଠିକଣା ଭାବେ ତଦନ୍ତ କରାଯାଉନାହିଁ।ସାମ୍ପ୍ରଦାୟିକ ହିଂସା ଦେଶରେ ବଢ଼ିଛି କି କମିଛି, ଆତଙ୍କବାଦୀ ଆକ୍ରମଣ ବଢ଼ିଛି ନା କମିଛି, ଏସବୁ ଦେଶବାସୀ ଦେଖୁଛନ୍ତି । ଦେଶରେ ଜରୁରୀକାଳୀନ ପରିସ୍ଥିତି କିଏ ସୃଷ୍ଟି କରୁଛି ଏବଂ କାହାଦ୍ୱାରା ସୃଷ୍ଟି ହେଉଛି, ସେକଥା ଦେଶବାସୀଙ୍କୁ ଆଉ ଅଛପା ନାହିଁ ।
ଅପରପକ୍ଷରେ ଚିଲିକା, ଶ୍ରୀମନ୍ଦିର ଓ କୋଣାର୍କ ଉପରେ ଶ୍ରୀ ପଣ୍ଡାଙ୍କ ହେଲିକପ୍ଟର ଉଡ଼ାଣ ଘଟଣାକୁ ନେଇ ଯଦି କେନ୍ଦ୍ରମନ୍ତ୍ରୀ ରାଜ୍ୟରେ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହେଲା ବୋଲି ଭାବୁଛନ୍ତି, ତେବେ ଏହାଠାରୁ ହାସ୍ୟାସ୍ପଦ କଥା ଆଉ କିଛି ହୋଇନପାରେ । ଶ୍ରୀ ପଣ୍ଡା ଜରୁରୀକାଳୀନ ପରିସ୍ଥିତି କଥା କହୁଥିଲା ବେଳେ କେନ୍ଦ୍ରମନ୍ତ୍ରୀ ମଧ୍ୟ ସେହି କଥା କହୁଛନ୍ତି । ଦୁଇଜଣଯାକ ନିଜ ଭିତରେ ସମନ୍ୱୟ ରକ୍ଷା କରି ଏଭଳି କହୁନାହାନ୍ତି ତ? ନଚେତ୍‍ ଦୁଇଜଣଙ୍କ ମତ ଓ ମନ୍ତବ୍ୟରେ କିପରି ଏତେ ସାମଞ୍ଜସ୍ୟ ରହିବ ବୋଲି ଶ୍ରୀ ଦେବ ପ୍ରଶ୍ନ କରିଛନ୍ତି । ଏସ୍‍ପିଙ୍କ କାର୍ଯ୍ୟକୁ ଯଦି ଔଦ୍ଧତ୍ୟ ବୋଲି କହୁଛନ୍ତି, ତେବେ ପୋଲିସ ତଦନ୍ତକୁ ନେଇ କେନ୍ଦ୍ରମନ୍ତ୍ରୀ ବହୁତ ଚିନ୍ତିତ ଥିଲାଭଳି ମନେହୁଏ । ଯଦି ଏତେ ଚିନ୍ତା କରୁଛନ୍ତି, ତା’ହେଲେ କେନ୍ଦ୍ରମନ୍ତ୍ରୀ ନିଜର ଆଭିମୁଖ୍ୟ ସ୍ପଷ୍ଟ କରି ଶ୍ରୀ ପଣ୍ଡାଙ୍କୁ ବିଜେପିକୁ ନେଇଯାଉ ନାହାନ୍ତି । କ୍ଷୀର କ୍ଷୀର ଓ ପାଣି ପାଣି ଅଲଗା ହୋଇଯିବ । ଅଭିଜିତ ନାୟାରଙ୍କ ପ୍ରସଂଗରେ ଶ୍ରୀ ଦେବ କହିଛନ୍ତି, ଶ୍ରୀ ପଣ୍ଡାଙ୍କ ଟ୍ୱିଟର୍‍ରୁ ଯାହା ଜଣାପଡ଼େ, ସେ ୨୦୧୭ ମସିହାରୁ ଶ୍ରୀ ନାୟାର ଓଡ଼ିଆଙ୍କୁ ଏଭଳି ଗାଳି ଦେଇ ଆସୁଛନ୍ତି । ଆଉ ଆଜି ଅଭିଜିତ୍‍ଙ୍କ ଟ୍ୱିଟ୍‍ ଉପରେ ଦୁଃଖପ୍ରକାଶ କରି ଓଡ଼ିଶାର ଜନସାଧାରଣଙ୍କୁ ବୋକା ବନାଇବାକୁ ଶ୍ରୀ ପଣ୍ଡା ଭାବିଛନ୍ତି । ଶ୍ରୀ ପଣ୍ଡାଙ୍କ ଚରିତ୍ର ଯେଭଳି, ସେହିଭଳି ଚରିତ୍ର ତାଙ୍କ ବନ୍ଧୁଙ୍କର ମଧ୍ୟ ହେବା ସ୍ୱାଭାବିକ । ଏଭଳି ଘଟଣା ଆଦୌ ଶୋଭନୀୟ ନୁହେଁ ଏବଂ ଏଭଳି ଆଚରଣକୁ ବିଜୁ ଜନତା ଦଳ କଡ଼ା ଭାଷାରେ ନିନ୍ଦା କରୁଛି ।
କେନ୍ଦ୍ରମନ୍ତ୍ରୀ କହୁଛନ୍ତି, ବିଜେଡିକୁ ଯିଏ ବିରୋଧ କରିବ ତାକୁ ବିଜେପି ସମର୍ଥନ କରିବ । ଓଡ଼ିଶାରେ ଗୋଟିଏ ମେଣ୍ଟ ହେବ । ତେବେ ଓଡ଼ିଶାରେ ଆଉ କେଉଁ ଦଳ ଅଛି, ତାହା ସେ ସ୍ପଷ୍ଟ କରିଦିଅନ୍ତୁ । ପଛରେ ରହି ଛାୟାଯୁଦ୍ଧ କରିବାକୁ କାହିଁକି କେନ୍ଦ୍ରମନ୍ତ୍ରୀଙ୍କ ଏତେ ଇଚ୍ଛା ହେଉଛି, ତାହା ଜଣାପଡୁନାହିଁ । ବିଜୁ ଜନତା ଦଳ ଓଡ଼ିଶାରେ ୧୮ବର୍ଷ ଧରି ଅଛି । ସେଥିମଧ୍ୟରୁ ବିଜେପି ୯ବର୍ଷ ବିଜେଡି ସହିତ ଥିଲା । ମେଣ୍ଟ ଭାଙ୍ଗିବା ଠାରୁ ଆଜି ପର୍ଯ୍ୟନ୍ତ ବିଜେଡି ଏକୁଟିଆ ଚାଲିଛି ଏବଂ ଆଗକୁ ଚାଲିବ । ତେଣୁ ମେଣ୍ଟ ଦ୍ୱାରା ବିଜେଡି କାହିଁକି ଭୟଭୀତ ହେବ ବୋଲି ଶ୍ରୀ ଦେବ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top