Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

୨୦ ପ୍ରତିଶତଙ୍କ କ୍ଷେତ୍ରରେ କାମ ଦେଉନି ଟିକା: ILS ନିର୍ଦ୍ଦେଶକ

ଭୁବନେଶ୍ୱର (ଓଡ଼ିଶା ଓ୍ବେୟାର): ରଜ୍ୟରେ ଏବେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ଅଛି। ଟିକାଦାନକୁ ଜୋରଦାର କରାଯାଉଥିବାରୁ ଏବେ ଆଉ କରୋନା ନିଜ କୋପ ଦେଖାଇ ପାରୁନି। ରାଜ୍ୟରେ ପ୍ରାୟ ୭୦-୮୦ ପ୍ରତିଶତ ଲୋକଙ୍କ କ୍ଷେତ୍ରରେ ଟିକା କାମ ଦେଉଛି। ହେଲେ ୨୦ରୁ ୨୨ ପ୍ରତିଶତଙ୍କ କ୍ଷେତ୍ରରେ ଏହା କାମ ଦେଉନି। ଜେନମ ସିକୁଏନସିଂ ବିଶ୍ଳେଷଣ ଆଧାରରେ ଏପରି ସୂଚନା ଦେଇଛନ୍ତି ILS ନିର୍ଦ୍ଦେଶକ ଅଜୟ ପରିଡ଼ା।
-ସେ କହିଛନ୍ତି, ଡବଲ ଡୋଜ୍ ପରେ ତୃତୀୟ କି ବୁଷ୍ଟର ଡୋଜ୍ ଦେବା ନେଇ ଅନୁଧ୍ୟାନ ଚାଲିଛି। ସମାନ କି ଅନ୍ୟ କଂପାନୀର ଟିକା ଦିଆଯିବ, ସେନେଇ ବି ବିଶ୍ଳେଷଣ ଚାଲିଛି। କିଛି ବି ନିଷ୍ପତ୍ତି ନିଆଯାଇନି। କିଛି ଦିନ ପରେ ଏହା ସ୍ପଷ୍ଟ ହୋଇଯିବ।
ଏହାବାଦ ILS ନିର୍ଦ୍ଦେଶକ କହିଛନ୍ତି, ପାର୍ବଣରେ ଲୋକଙ୍କ ସମାଗମ ପୁଣିଥରେ ସଂକ୍ରମଣ ବଢ଼ାଇପାରେ। କେରଳର ଓନମ ପର୍ବ ଏହାର ଏକ ବଡ଼ ଉଦାହରଣ। ନୂଆଖାଇଠାରୁ କାଳୀପୂଜା ଯାଏ ଆମକୁ ଜଗିରଖି ଚଳିବାକୁ ହେବ। ଓଡ଼ିଶାର ପରିସ୍ଥିତି ଏବେ ବହୁତ ଭଲ ଅଛି। ପଜିଟିଭ ସଂଖ୍ୟା ୬୦୦ ରୁ ୭୦୦ ଭିତରେ ରହୁଛି। ତା’ ଅର୍ଥ ନୁହେଁ ଯେ ଆମେ ସଂକ୍ରମଣକୁ ନିୟନ୍ତ୍ରଣରେ ରଖିଛନ୍ତି। ପର୍ବପର୍ବାଣୀରେ ସତର୍କ ରହିବାକୁ ପଡ଼ିବ। ଏବେର ପରିସ୍ଥିତିକୁ ଦେଖିଲେ କେରଳ ଏବଂ ଉତ୍ତର ପୂର୍ବରୁ ୮୦ ପ୍ରତିଶତ କେସ୍‌ ଆସୁଛି। ମହାରାଷ୍ଟ୍ରରେ ଟିକେ ବଢ଼ିଛି। ରାଜ୍ୟରେ ଟିକାକରଣ ପ୍ରକ୍ରିୟା ଭଲରେ ଚାଲିଛି। ଟିକା ୭୦ରୁ ୮୦% କାମ ଦେଉଛି । ୧୮ ବର୍ଷରୁ କମ ପିଲାଙ୍କ ପାଇଁ ସତର୍କ ରହିବାକୁ ପଡ଼ିବ।
ସେ କହିଛନ୍ତି, ରାଜଧାନୀ ଭୁବନେଶ୍ୱରରେ ଅଧିକ ଗହଳି ରହୁଛି । ଅଧିକ ଲୋକଙ୍କ ଯାତାୟାତ ହେଉଛି । ସେଥିପାଇଁ ପଜିଟିଭ ସାମାନ୍ୟ ଅଧିକ ରହୁଛି। ତେବେ ପୂର୍ବରୁ ଏଠାରେ ଦୈନିକ ସଂକ୍ରମଣ ୧ ହଜାର ଉପରେ ଥିଲା। ଏବେ ୨୦୦ରୁ ୩୦୦ ଭିତରେ ରହୁଛି। ହଜାରେରୁ ୩୦୦କୁ କମ୍ ସମୟରେ ଖସିଥାଏ । ୩୦୦ରୁ କମ୍ ହେବାକୁ ଅଧିକ ସମୟ ଲାଗେ। ଦିଲ୍ଲୀରେ ବି ଏଭଳି ସ୍ଥିତି ରହିଥିଲା। ଭୁବନେଶ୍ୱରରେ ଆଉ ୧୦ରୁ ୧୫ ଦିନରେ ସଂକ୍ରମଣ କମିଯିବ ବୋଲି ଆଶା କରାଯାଉଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top