ରାଜ୍ୟବାସୀଙ୍କ ସ୍ୱାସ୍ଥ୍ୟ କଥାକୁ ଆଖିରେ ରଖି ଏବେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ) କାର୍ଡ ସେବା ଜାରି ରହିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ସେ କହିଛନ୍ତି ବଜେଟ୍ରେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ବ୍ୟବସ୍ଥା ରହିଛି । ସେପ୍ଟେମ୍ବର ୧୦ତାରିଖରେ ଆପ୍ରୋପିଏସନ୍ ବିଲ୍ ପାସ୍ ହେବ, ତା ପରେ ପର୍ଯ୍ୟାୟ କ୍ରମେ ଗୋପବନ୍ଧୁ ଆରୋଗ୍ୟ ଯୋଜନା ଲାଗୁହେବ । ସେଥିପାଇଁ ନୂଆ କାର୍ଡ ମିଳିବ । କିନ୍ତୁ ଲୋକଙ୍କ ସୁବିଧା ପାଇଁ ଏବେ ସବୁ ସରକାରୀ ଓ ଘରୋଇ ହସ୍ପିଟାଲ୍ରେ ବିଏସକେୱାଇ ସୁବିଧା ଜାରି ରହିବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ ।
ଆଜିଠୁ ୩ଦିନିଆ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’
ଯୋଗଦେବେ ୨୦୦୦ ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଭୁବନେଶ୍ୱର(ଓଡ଼ିଶା ୱେୟାର): ଶିଶୁ ଦିବସ ଉପଲକ୍ଷେ ଆଜିଠୁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ...