ବାଙ୍କୀ (ଓଡ଼ିଶା ୱେୟାର) : ଉପଖଣ୍ତ ପ୍ରଶାସନ ପକ୍ଷରୁ ଗ୍ରୀଷ୍ମ ଋତୁରେ ସମ୍ଭାବ୍ୟ ଅଂଶୁଘାତର ମୁକାବିଲା ପାଇଁ ଏକ ପ୍ରଶାସନିକ ପ୍ରସ୍ତୁତି ବୈଠକ । ବାଙ୍କୀ ବ୍ଲକ ପରିସରରେ ଥିବା ସମ୍ମିଳନୀ କକ୍ଷରେ ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନାଙ୍କ ଅଧକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ଗ୍ରୀଷ୍ମ ଋତୁକୁ ଦୃଷ୍ଟିରେ ରଖି ଉପଖଣ୍ତର ସମସ୍ତ ବିଡିଓ ଏବଂ ପାନୀୟ ଜଳଯୋଗାଣ ବିଭାଗ ସମସ୍ୟା ଦୂର ନିମନ୍ତେ ପଦକ୍ଷେପ ନେବାକୁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।
ଜଳାଭାବ ଅଞ୍ଚଳ ଗୁଡିକରେ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଇବା ସହ ଏନଏସି ମଧ୍ୟରେ ପାନୀୟ ଜଳ ପାଇପ ଦ୍ୱାରା ଯୋଗାଇବା ଓ ଅଚଳ ନଳକୂପ ଗୁଡିକର ଯୁଦ୍ଧ କାଳୀନ ଭିତ୍ତିରେ ମରାମତି ଦିଗରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଉପଖଣ୍ତ ଚିକିତ୍ସାଳୟରେ ନୂତନ ଶିତତାପ ନିୟନ୍ତ୍ରଣ କକ୍ଷ ପ୍ରସ୍ତୁତ କରିବା ଓ ଅଂଶୁଘାତ ନିମନ୍ତେ କଣ୍ଟ୍ରୋଲ ରୁମ ଖୋଲିବାକୁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।
ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ମଜୁରୀ କାମ ବନ୍ଦ ରଖିବା, ଯାତ୍ରୀବାହୀ ବସ ଗୁଡିକରେ ପାନୀୟଜଳ, ଓ ଆରଏସ ଓ ପ୍ରାଥମିକ ଚିକିତ୍ସା ସହାୟତ। ବାକ୍ସ ସୁବିଧା ରଖିବା, ପଶୁପକ୍ଷୀମାନଙ୍କୁ ଅଂଶୁଘାତରୁ ରକ୍ଷା କରିବା ନିମନ୍ତେ ନଳକୂପ ନିକଟରେ ଚୁହା ଖୋଳି ଜଳରଖିବା, ଗ୍ରାମାଞ୍ଚଳ, ଏନ ଏ ସି ଅଂଚଳ ମଧ୍ୟରେ ଜଳଛତ୍ର ଖୋଲିବା ,ସମସ୍ତ ବିଭାଗରେ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲିବାକୁ ଆଲୋଚନା କରାଯାଇଥିଲା। ବାଙ୍କୀର ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।