ଦଳ ଛାଡିଛନ୍ତି କେନ୍ଦ୍ରାପଡା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଗୀତାଞ୍ଜଳି ସେଠୀ । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନିଜ ଇସ୍ତଫାପତ୍ର ପଠାଇଛନ୍ତି । ଇସ୍ତଫାପତ୍ରରେ ବିଜେଡି ଛାଡିବା ପଛର କାରଣ ଲେଖିଛନ୍ତି । ସେ ଲେଖିଛନ୍ତି ବିଜେଡିରେ ରହି କାମ କରିବା ସମ୍ଭବପର ହେଉନାହିଁ । ଏହାସହ କେନ୍ଦ୍ରାପଡାର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଇସ୍ତଫା ଦେଇଥିବା ଉଲ୍ଲେଖ କରିଛନ୍ତି ଗୀତାଞ୍ଜଳି । ଗୀତାଞ୍ଜଳି ଏହି ଇସ୍ତଫାପତ୍ରରେ ବିଜେପି କ୍ୟାମ୍ପରେ ସାମିଲ ହେବା ନେଇ ମଧ୍ୟ ସଂକେତ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିକଶିତ ଭାରତ କାର୍ଯ୍ୟକ୍ରମରେ ପ୍ରଭାବିତ ହୋଇ ବିଜେଡି ଛାଡିଥିବା କହିଛନ୍ତି ଗୀତାଞ୍ଜଳି ।
ସୂଚନା ମୁତାବକ, କେନ୍ଦ୍ରାପଡା ଆସନ ପାଇଁ ବିଜେଡିରୁ ଗୀତାଞ୍ଜଳି ପ୍ରମୁଖ ଦାବିଦାର ଥିଲେ । କିନ୍ତୁ ଗଣେଶ୍ୱରଙ୍କୁ ଦଳରେ ସାମିଲ କରି ପରବର୍ତ୍ତୀ ସମୟରେ କେନ୍ଦ୍ରାପଡାରେ ପ୍ରାର୍ଥୀ କରିବାକୁ ନେଇ ଗୀତାଞ୍ଜଳି ଅସନ୍ତୁଷ୍ଟ ଥିବା ତାଙ୍କ ନିକଟତମ ମହଲରେ ଚର୍ଚ୍ଚା ହେଉଛି ।