ଭଦ୍ରକରେ ୩ ଦିନ ପରେ କଟକଣା କୋହଳ ହୋଇଛି। ଧାମନଗର ଓ ଦୋବଲରେ କଟକଣା କୋହଳ କରାଯାଇଛି। ସୋସିଆଲ ମିଡ଼ିଆ ପୋଷ୍ଟକୁ ନେଇ ଉତ୍ତେଜନା ଲାଗିରହିଲା ବେଳେ ଏବେ ସକାଳ ୬ଟାରୁ ରାତି ୮ଟା ଯାଏ ଦୋକାନ ଖୋଲିବ। ହେଲେ ୪ ଜଣରୁ ଅଧିକ ଲୋକ ଏକାଠି ହୋଇପାରିବେନି।ସୋସିଆଲ ମିଡ଼ିଆ ପୋଷ୍ଟକୁ ନେଇ ଭଦ୍ରକରେ ଉତ୍ତେଜନା ଲାଗି ରହିଥିଲା। ତେବେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଆକ୍ରମଣରେ ୨ ପୋଲିସ ଅଧିକାରୀ ଆହତ ହୋଇଥିଲେ। ଏଥିସହ ଦୁବୃତ୍ତମାନେ ତହସିଲଦାରଙ୍କ ଗାଡି ମଧ୍ୟ ଭଙ୍ଗାରୁଜା କରିଥିଲେ। ଏହି ଘଟଣାକୁ ନେଇ ଭଦ୍ରକରେ ୧୬୩ ଧାରା ଲାଗୁ ହୋଇଥିଲା।
ଆଜିଠୁ ୩ଦିନିଆ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’
ଯୋଗଦେବେ ୨୦୦୦ ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଭୁବନେଶ୍ୱର(ଓଡ଼ିଶା ୱେୟାର): ଶିଶୁ ଦିବସ ଉପଲକ୍ଷେ ଆଜିଠୁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ...