ଭୁବନେଶ୍ବର (ଓଡ଼ିଶା ୱେୟାର) : ଏପ୍ରିଲ୍ ୨୯ ତାରିଖରୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହେବ । ଏ ନେଇ ମୁଖ୍ୟ ଶାସନ ସଚିବଙ୍କ ଘୋଷଣା କରିଛନ୍ତି । ଏପ୍ରିଲ୍ ୨୯ରୁ ମେ ୬ ଯାଏ ହେବ ମାଟ୍ରିକ୍ ପରୀକ୍ଷା ରାଜ୍ୟରେ କରୋନା ସ୍ଥିତିରେ ସୁଧାର ଆସିଛି। ତେଣୁ ଅଫଲାଇନରେ ପରୀକ୍ଷା ହେବ ଅଫଲାଇନ୍ ପରୀକ୍ଷା ହେବା ସହ ତିନୋଟି ପଦ୍ଧତିରେ ମୂଲ୍ୟାଙ୍କନ ନିର୍ଦ୍ଧାରଣ ହେବ ।
ଗତବର୍ଷ କରୋନା ପାଇଁ ଦଶମ ଶ୍ରେଣୀ ପରୀକ୍ଷା ହୋଇପାରିନଥିଲା ନୂଆ ମୂଲ୍ୟାୟନ ପଦ୍ଧତିରେ ପରୀକ୍ଷା ଫଳ ପ୍ରକାଶ ପାଇଥିଲା ଏବର୍ଷ ୨୦୨୧-୨୨ ଶିକ୍ଷାବର୍ଷରେ କରୋନା ପରିସ୍ଥିତି ସୁଧୁରିଛି ଏଥର ମାଟ୍ରିକ ପରୀକ୍ଷା ପାଇଁ ରାଜ୍ୟ ସରକାର ବିଭିନ୍ନ ବର୍ଗ ସହ ଆଲୋଚନା କରିଥିଲେ । ମାଧ୍ୟମିକ ଶିକ୍ଷା ପରିଷଦ ଛାତ୍ର ଛାତ୍ରୀ, ଅଭିଭାବକ ଓ ଶିକ୍ଷାବିତ୍ଙ୍କ ପରାମର୍ଶକୁ ଗ୍ରହଣ କରି ସମେଟିଭ୍ ଆସେସମେଣ୍ଟ ୨ ପରୀକ୍ଷା କରାଇବେ ।
ଅଫଲାଇନ୍ ପରୀକ୍ଷା ପାଇଁ ଅନେକ ମତ ରଖଥିଲେ । ଏହାସହ ପ୍ରତ୍ୟେକ ଦିନ ଗୋଟିଏ ପେପରର ପରୀକ୍ଷା କରାଯିବା ଦାବିକୁ ମାନିନେଇଥିଲେ ସରକାର । ତେଣୁ ପ୍ରତ୍ୟେକ ଦିନ ମାତ୍ର ଗୋଟିଏ ପେପରରେ ପରୀକ୍ଷା ଦେବେ। ଛାତ୍ରଛାତ୍ରୀ ସକାଳ ୮ଟାରୁ ପରୀକ୍ଷା ଆରମ୍ଭ ହେବ। ପରୀକ୍ଷା ଯଥାସମ୍ଭବ ଛାତ୍ରଛାତ୍ରୀଙ୍କ ନିଜ ସ୍କୁଲରେ କରାଯିବ। ନିଜ ସ୍କୁଲରେ ନହେଲେ ପାଖ ସ୍କୁଲରେ ପରୀକ୍ଷା ହେବ ପରୀକ୍ଷା ପରିଚାଳନା ପାଇଁ ଅନ୍ୟ ସ୍କୁଲର ଶିକ୍ଷକ ନିୟୋଜିତ ହେବେ ସେପଟେ ୩ଟି ପଦ୍ଧତିରେ ହେବ ମାଟ୍ରିକ ପରୀକ୍ଷା ମୂଲ୍ୟାଙ୍କନ ଦୁଇଟି ବିକଳ୍ପ ଓ ଗୋଟିଏ ନୂତନ ପଦ୍ଧତିରେ ମୂଲ୍ୟାୟନ ହେବ ।
୧ମ ପଦ୍ଧତି ହେଉଛି ସମ୍ମେଟିଭ-୧ ଓ ଇଣ୍ଟରନାଲ ଆସେସମେଣ୍ଟର ମାର୍କର ୨ ଗୁଣ ୨ୟ ପଦ୍ଧତି ହେଉଛି ସମ୍ମେଟିଭ-୨ର ନମ୍ବରର ୨ ଗୁଣ କରାଯିବ ଏବଂ ୩ୟ ପଦ୍ଧତି ହେଉଛି । ଇଣ୍ଟରନାଲ ଆସେସମେଣ୍ଟରୁ ୨୦%, ସମ୍ମେଟିଭ-୧ରୁ ୩୦% ଓ ସମ୍ମେଟିଭ-୨ରୁ ୫୦% ନିଆଯାଇ ନମ୍ବର ହିସାବ କରାଯିବ । ଯେଉଁ ପଦ୍ଧତିରେ ଛାତ୍ରଛାତ୍ରୀଙ୍କୀ ସର୍ବାଧିକ ମାର୍କ ଥିବ ତାହା ଚୂଡାନ୍ତ ଫଳ ହେବ ।
ଆଜିଠୁ ୩ଦିନିଆ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’
ଯୋଗଦେବେ ୨୦୦୦ ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଭୁବନେଶ୍ୱର(ଓଡ଼ିଶା ୱେୟାର): ଶିଶୁ ଦିବସ ଉପଲକ୍ଷେ ଆଜିଠୁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ...