ୟୁରୋପ: ୟୁରୋପରେ ସଂକ୍ରମଣ ବଢ଼ି ଚାଲିଛି । ଭାଇରସ୍କୁ ଅଧିକ ସକ୍ରିୟ କରୁଛି ଥଣ୍ଡା ପାଗ । ବିଶ୍ୱର ଦୁଇ ତୃତୀୟାଂଶ ଦୈନିକ ମାମଲା ୟୁରୋପ ମହାଦେଶରୁ ଆସୁଛି । ଲକଡାଉନ୍ରେ ଥିବା ଅଷ୍ଟ୍ରିଆରେ ସବୁଠୁ ଖରାପ ସ୍ଥିତି । ଗତ ସପ୍ତାହରେ ହାରାହାରି ଦୈନିକ ସଂକ୍ରମଣ ଥିଲା ୧୪ ହଜାର । ପୂର୍ବ ସପ୍ତାହ ଠାରୁ ୨୮ ପ୍ରତିଶତ ଅଧିକ । ନେଦରଲ୍ୟାଣ୍ଡସ୍ରେ ଗତ ସପ୍ତାହର ହାରାହାରି ଦୈନିକ ସଂକ୍ରମଣ ଥିଲା ୨୧ ହଜାର । ଯାହା ପୂର୍ବ ସପ୍ତହାହ ଠାରୁ ୫୬ ପ୍ରତିଶତ ଅଧିକ । ନେଦରଲ୍ୟାଣ୍ଡ୍ସକୁ ଆଂଶିକ ଲକଡାଉନ୍ କରାଯାଇଛି । ଜର୍ମାନୀରେ ଭୟଙ୍କର ସ୍ଥିତି । କୋଭିଡ୍ କଟକଣାକୁ ଆହୁରି କଠୋର କରିବାକୁ କହିଛନ୍ତି ଚାନସେଲର ଅଞ୍ଜେଲା ମର୍କେଲ ।
ୟୁରୋପରେ ମାର୍ଚ୍ଚ ସୁଦ୍ଧା ମୃତ୍ୟୁସଂଖ୍ୟା ୨୨ ଲକ୍ଷ ଟପିବ । ଏଭଳି ଆକଳନ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ । ୟୁରୋପରେ ମୃତ୍ୟୁର ମୁଖ୍ୟ କାରଣ ହୋଇଛି କରୋନା। ବର୍ତ୍ତମାନ ୟୁରୋପରେ ପ୍ରତିଦିନ ୪ ହଜାର ୨୦୦ ଲୋକଙ୍କ ମୃତ୍ୟୁ ହେଉଛି ।
ସ୍ଥିତି ଏଭଳି ହେବ ଯେ, ୟୁରୋପର ୨୫ ଦେଶରେ ହସ୍ପିଟାଲ ବେଡ ଉପରେ ଚାପ ପଡ଼ିବ । ୪୯ ଦେଶରେ ICU ଉପରେ ମଧ୍ୟ ଚାପ ବଢ଼ିବ । ୟୁରୋପରେ ଅବସ୍ଥା ଅତି ସାଘାଂତିକ ଅବସ୍ଥାରେ ଥିବା କହିଛି WHO। ବିଶ୍ୱର ଦୁଇ ତୃତୀୟାଂଶ ଦୈନିକ ମାମଲା ୟୁରୋପ ମହାଦେଶରୁ ଆସୁଛି ।
ହାପି ବର୍ଥଡେ କୋହଲି; ୩୬ ବର୍ଷରେ ପାଦ ଦେଲେ ବିରାଟ କୋହଲି
ହାପି ବର୍ଥଡେ କିଙ୍ଗ୍ କୋହଲି । ୩୬ ବର୍ଷରେ ପାଦ ଦେଲେ ବିରାଟ କୋହଲି । କ୍ରିକେଟ ଜଗତର ସେ କିଙ୍ଗ । ୧୯୮୮ ନଭେମ୍ୱର ୮ରେ...