ମୁମ୍ବାଇ: ଭାରତୀୟ ଓପନର୍ କେ.ଏଲ୍ ରାହୁଲ ସର୍ବଶେଷ୍ଠ ଆଇସିସି ଟେଷ୍ଟ୍ ର଼୍ଯାଙ୍କିଙ୍ଗରେ ବ୍ଯାଟ୍ସମ୍ଯାନ୍ ତାଲିକାରେ ୩୧ତମ ସ୍ଥାନ ହାସଲ କରିଛନ୍ତି, ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ୧୧୩ ରନରେ ତାଙ୍କର ପ୍ଲେୟାର୍ ଅଫ୍ ଦି ମ୍ଯାଚ୍ ପ୍ରଦର୍ଶନ ଯୋଗୁଁ ସେ ଏହି ସ୍ଥାନରେ ପହଞ୍ଚିଛନ୍ତି । ସେଞ୍ଚୁରିଅନରେ ଏହି ବିଜୟ ସହିତ, ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ (WTC) ର ଅଂଶ ହୋଇଥିବା ତିନି ମ୍ଯାଚ୍ ବିଶିଷ୍ଟ ସିରିଜରେ ଭାରତ ୧-୦-୧ରେ ଆଗୁଆ ହୋଇଥିଲା । ଏହି ଫର୍ମାଟରେ ରାହୁଲଙ୍କ ଶ୍ରେଷ୍ଠ ମାନ୍ଯତା ଅଷ୍ଟମ ଅଟେ, ଯାହା ସେ ନଭେମ୍ବର ୨୦୧୭ରେ ହାସଲ କରିଥିଲେ । ସେ ପ୍ରଥମ ଇନିଂସରେ ୧୨୩ରନ୍ ସ୍କୋର କରିଥିଲେ ଏବଂ ମାୟାନକ ଅଗ୍ରଓ୍ୱାଲ (୬୦ ରନ୍) ଙ୍କ ସହ ପ୍ରଥମ ଓ୍ୱିକେଟ୍ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ୧୧୭ ରନ୍ ଭାଗିଦାରୀ ବାଣ୍ଟିଥିଲେ ସ୍ଥାନରେ ଏକ ଟେଷ୍ଟ ମ୍ଯାଚ୍ ଜିତିବାରେ ପ୍ରଥମ ଏସୀୟ ଦଳ ହୋଇଥିଲେ ଏବଂ WTC ପଏଣ୍ଟ ଟେବୁଲରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପଏଣ୍ଟ ହାସଲ କରିଥିଲେ । ଅଗ୍ରଓ୍ୱାଲ ଏକ ସ୍ଥାନ ହାସଲ କରିଥିବାବେଳେ ଅଜିଙ୍କ୍ଯ ରାହାନେ ବୁଧବାର ସର୍ବଶେଷ ୨୫ ତମ ସ୍ଥାନରେ ରହିବା ପାଇଁ ଦୁଇଟି ସ୍ଥାନକୁ ଡେଇଁଲେ ।
ନବମ ସ୍ଥାନରେ ବିରାଟ କୋହଲି
ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ଯାଚ୍ ଖେଳି ନ ଥିବାରୁ କୋହଲି ର଼୍ଯାଙ୍କିଙ୍ଗରେ ହାରିଯାଇଛନ୍ତି । ବିରାଟ ବର୍ତ୍ତମାନ ର଼୍ଯାଙ୍କିଙ୍ଗରେ ୯ମ ସ୍ଥାନରେ ଅଛନ୍ତି । ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା ଏବଂ ମହମ୍ମଦ ଶାମି ମଧ୍ୟ ଅନ୍ଯ ଭାରତୀୟ ଅଟନ୍ତି ବୁମରା ମ୍ଯାଚ୍ରେ ପାଞ୍ଚଟି ଓ୍ୱିକେଟ୍ ନେଇ ତିନୋଟି ସ୍ଥାନ ନବମ ସ୍ଥାନକୁ ଉନ୍ନୀତ ହୋଇଥିବାବେଳେ ଶାମି ପ୍ରଥମ ଇନିଂସରେ ପାଞ୍ଚଟି ଓ୍ୱିକେଟ୍ ନେଇଛନ୍ତି ଏହି ପ୍ରଦର୍ଶନ ସହିତ ଶାମି ୧୭ତମ ସ୍ଥାନରେ ପହଞ୍ଚିବା ପାଇଁ ଦୁଇଟି ସ୍ଥାନ ହାସଲ କରିଛନ୍ତି । ଦକ୍ଷିଣ ଆଫ୍ରିକା ପାଇଁ ଅଧିନାୟକ ତଥା ଓପନର୍ ଡିନ୍ ଏଲଗାର ଦ୍ୱିତୀୟ ଇନିଂସରେ ୭୭ ସ୍କୋର କରିବା ପରେ ଦୁଇଟି ସ୍ଥାନକୁ ଉନ୍ନିତ ହେଇ ୧୪ ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ଟେମ୍ବା ବାଭୁମା ୧୬ ଟି ସ୍ଥାନକୁ ଡେଇଁଲେ ଏବଂ ୫୨ଏବଂ ୩୫ ର ସ୍କୋର ସହିତ ୩୯ତମ ସ୍ଥାନରେ ରହିଲେ ।
ICC Test batsman ranking:
1) Labuschagne – 915
2) Root – 900
3) Williamson – 879
4) Smith – 877
5) Rohit – 789
6) Warner – 780
7) Karunaratne – 754
8) Babar – 750
9) Kohli – 747
10) Head – 731