ଆଜିକାଲି ଅଧିକାଂଶ ଯୁବପିଢିଙ୍କର ଅନେକ ସମସ୍ଯା ଦେଖାଯାଉଛି। ସେଥତ୍ମଧ୍ୟରୁ ରହଛି ମୋଟାପଣ ବା ଚର୍ବି ସମସ୍ଯା ସେଥତ୍ରୁ ମୁକ୍ତି ପାଇଁ ଅନେକ ଯୁବପିଢ଼ୀ ବ୍ଯାୟାମ କରନ୍ତି ଏବଂ ଜିମ୍ ଯାଆନ୍ତି କିନ୍ତୁ ଏଥିରୁ କିଛି ଫାଇଦା ମିଳେନାହିଁ । ଓଜନ କମ୍ ବା ଚର୍ବି କମାଇବାର ପ୍ରମୁଖ ଭାବେ ସହାୟତା କରିଥାଏ । ଡାଏଟ୍ ଓଜନ କମାଇବାକୁ ଡାଏଟର କିଛି ପରିବର୍ତ୍ତନ କରିବା ମଧ୍ୟ ଆବଶ୍ଯକତା ଏଥିପାଇଁ ଆପଣଙ୍କୁ ଅଧିକ କ୍ଯାଲୋରୀଯୁକ୍ତ , ଫାଷ୍ଟଫୁଡ ଓ ତେଲ ଜିନିଷ ସେବନ ବନ୍ଦ କରିବାକୁ ପଡ଼ିବ ସୁସ୍ଥ ଡାଏଟକୁ ଆପଣାଇ ଆପଣ ଓଜନ ଏବଂ ପେଟର ଚର୍ବି କମ୍ କରିପାରିବେ ।
ଗ୍ରୀନ ମଟର:
ଏବେ ଚାଲିଛି ଶୀତଦିନ ଶୀତଦିନରେ ମାର୍କେଟରେ ବହୁ ପରିମାଲରେ ଗ୍ରୀନ ମଟର ମିଳେ । ଏହାକୁ ଆପଣ ଡାଏଟରେ ସାମିଲ କରିପାରିବେ । ଏହା ଓଜନ କମ୍ ଓ ପେଟରୁ ଚର୍ବି କମାଇବାରେ ସାହାଯ୍ଯ କରିଥାଏ । ଏଥରେ ଭିଟାମିନ ସି, ପ୍ରୋଟିନ, ମ୍ଯାଗ୍ନେସିଅମ, ପୋଟାସିଅମ ଏବଂ ଆଇରନ ଭଳି ତତ୍ତ୍ୱ ରହିଛି ଯାହା ଅ।ପଣଙ୍କ ପେଟର ଚର୍ବି କମ୍ କରିବାରେ ସହାୟକ ହୋଇଥାଏ ।
ପିନଟ୍ ବଟର:
ଶୀତ ଦିନରେ ଓଜନ କମ୍ କରିବା ପାଇଁ ଆପଣ ପିନଟ୍ ବଟରକୁ ନିଜ ଡାଏଟରେ ସାମିଲ କରିପାରିବେ । ପିନଟ ବଟରରେ ପ୍ରୋଟିନ ଓ ଫାଇବରର ଭଲ ମାତ୍ରା ରହିଥାଏ ଯାହାଦ୍ୱାରା ଓଜନ କମ୍ ହୋଇଥାଏ । ପିନଟ୍ ବଟର ସେବନ କଲେ ହାଡ଼ ମଜଭୁତ୍ତ ମଧ୍ୟ ହୋଇଥାଏ।
ଗୋଲମରିଚ:
ଏଥିରେ ଔଷଧୀୟ ଗୁଣ ଭରପୂର ରହିଛି ଯାହା ମେଟାବୋଲିଜିମକୁ ବଢାଇଥାଏ । ଗୋଲମରିଚରେ ପୋଟାସିୟମ, ଆଇରନ, ମ୍ଯାଗନେସିୟମ, ମାଙ୍ଗାନିଜ, ଜିଂକ, କ୍ରୋମିୟମ, ଭିଟାମିନ-ଏ, ସି, ଏବଂ ଅନ୍ଯ ପୋଷକ ତତ୍ତ୍ବ ରହିଥାଏ ଏହାକୁ ସେବନ କରିବା ଦ୍ୱାରା ଇମ୍ଯୁନିଟି ମଜବୁତ ହୁଏ ଏବଂ ଓଜନ କମ୍ ହୁଏ ମୋଟାପଣରୁ ରକ୍ଷା ପାଇବା ପାଇଁ ଗୋଲମରିଚ ଆପଣଙ୍କ ପାଇଁ ଲାଭକାରୀ ହୋଇଥାଏ । ଏଥିପାଇଁ ଗୋଟିଏ ପାତ୍ର ରେ ପାଚିଲା ଫଳ ସହ ଏକ ଚାମଚ ଗୋଲମରିଚ ପାଉଡ଼ର ମିଶାଇ ସେବନ କରନ୍ତୁ । ନିୟମିତ ଏହା ସେବନ କରିବା ଦ୍ବାରା ଆପଣଙ୍କର ଓଜନ କମ ହୋଇଥାଏ ଏହାସହିତ ଆପଣ ସାଲାଡ଼,ଦହି, ଏବଂ ହର୍ବାଲ ଚା ସହିତ ମଧ୍ୟ ଏହାକୁ ମିଶାଇ ସେବନ କରିପାରିବେ।