ଓ୍ବାସିଂଟନ : ଋଷିଆର ସମ୍ଭାବ୍ୟ ୟୁକ୍ରେନ ଆକ୍ରମଣକୁ ନେଇ ସମଗ୍ର ବିଶ୍ବରେ ଚିନ୍ତା ବଢିବାରେ ଲାଗିଛି । ଏହି ସଂକଟର ଅବସାନ ପାଇଁ ଆମେରିକା ଓ ପାଶ୍ଚାତ୍ୟ ଦେଶସମୂହଙ୍କ ଉଦ୍ୟମ ସତ୍ତ୍ବେ କିଛି ଅଗ୍ରଗତି ହେବା ଭଳି ଲାଗୁନାହିଁ । କାରଣ ୟୁକ୍ରେନ ସୀମାରେ ଏବେ ବି ଋଷିଆର ୧ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି । ଏ ପରିପ୍ରେକ୍ଷୀରେ ଭାରତ ଓ ଅନ୍ୟ ମିତ୍ର ରାଷ୍ଟ୍ରଙ୍କ ସହଯୋଗ ଲୋଡ଼ିଛି ଆମେରିକା । ହ୍ବାଇଟହାଉସ୍ ମୁଖପାତ୍ର ଜେନ ସାକି କହିଛନ୍ତି, “ ଉତ୍ତେଜନା ହ୍ରାସ ପାଇଁ ଯେକୌଣସି ପ୍ରକାରର ଉଦ୍ୟମକୁ ଆମେ ସ୍ବାଗତ କରିବୁ । ଏଥିପାଇଁ ଆମେ ଭାରତ ସମେତ ଆମ ପ୍ରମୁଖ ମିତ୍ର ରାଷ୍ଟ୍ରଙ୍କ ଯୋଗାଯୋଗରେ ଅଛୁ । ତେବେ କେବଳ ଭାରତୀୟ ଅଧିକାରୀଙ୍କ ପାଇଁ ଆମର କୌଣସି ସ୍ବତନ୍ତ୍ର ଅନୁରୋଧ ନାହିଁ ।
ହାପି ବର୍ଥଡେ କୋହଲି; ୩୬ ବର୍ଷରେ ପାଦ ଦେଲେ ବିରାଟ କୋହଲି
ହାପି ବର୍ଥଡେ କିଙ୍ଗ୍ କୋହଲି । ୩୬ ବର୍ଷରେ ପାଦ ଦେଲେ ବିରାଟ କୋହଲି । କ୍ରିକେଟ ଜଗତର ସେ କିଙ୍ଗ । ୧୯୮୮ ନଭେମ୍ୱର ୮ରେ...