ଭୁବନେଶ୍ବର (ଓଡ଼ିଶା ୱେୟାର): ରସିକିଆ ନକଲି ଡାକ୍ତର ରମେଶ ସ୍ବାଇଁ ଓ ତାଙ୍କ ମ୍ୟାନେଜର ବିଶ୍ଵରଂଜନ ଦାସଙ୍କୁ ୫ଦିନିଆ ରିମାଣ୍ଡରେ ନେବାକୁ ଏସଡିଜେଏମ କୋର୍ଟ ଅନୁମତି ଦେଇଛନ୍ତି। ରମେଶଙ୍କର ମୁଖ୍ୟ ସହଯୋଗୀ ବିଶ୍ବରଞ୍ଜନ ଗିରଫ ହେବା ପରେ ଦୁଇ ଜଣଙ୍କୁ ମୁହାଁମୁହିଁ ଜେରା କରିବାକୁ ପୁଲିସ ଯୋଜନା କରିଛି। ବିଶ୍ବରଂଜନଙ୍କୁ କମିସନରେଟ୍ ପୁଲିସ ଗିରଫ କରିବା ପରେ ତାଙ୍କଠାରୁ ଅନେକ ତଥ୍ୟ ମିଳିଛି। ତେବେ ସେ କେତେ ସତ ବା ମିଛ କହିଛି, ଜଣାପଡ଼ିନାହିଁ। ତେଣୁ ଉଭୟଙ୍କୁ ମୁହାଁମୁହିଁ ଜେରା କରିବା ପାଇଁ ମହିଳା ଥାନା ପୁଲିସ ଉଭୟଙ୍କୁ ୭ଦିନିଆ ରିମାଣ୍ଡରେ ଆଣିବାକୁ କୋର୍ଟରେ ଆବେଦନ କରିଥିଲା। ଉଭୟଙ୍କୁ ମୁହାଁମୁହିଁ ଜେରା କରିବା ପରେ ଅନେକ ରହସ୍ୟର ଗୁମର ଫିଟିବ ବୋଲି ଆଶା କରାଯାଉଛି।
ଆଜିଠୁ ୩ଦିନିଆ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’
ଯୋଗଦେବେ ୨୦୦୦ ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଭୁବନେଶ୍ୱର(ଓଡ଼ିଶା ୱେୟାର): ଶିଶୁ ଦିବସ ଉପଲକ୍ଷେ ଆଜିଠୁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ...