ପୁରୀ (ଓଡ଼ିଶା ୱେୟାର) : ପୁରୀ ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣାରେ ତଦନ୍ତ ଆରମ୍ଭ ହୋଇଛି । ୪୩ଟି ଚୁଲି ଭଙ୍ଗାଯାଇଥିବା ନେଇ ସିଂହଦ୍ୱାର ଥାନାରେ ଏତଲା ଦେଇଛି ଶ୍ରୀମନ୍ଦିର ପ୍ରଶାସନ । ତଦନ୍ତ ପାଇଁ ଅନ୍ତରୀଣ କମିଟି ଗଠନ ହୋଇଛି । ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସୁଆର, ମହାସୁଆର ନିଯୋଗ, ପରିଚାଳନା କମିଟି ସଦସ୍ୟଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆଲୋଚନା କରାଯାଇଛି । ନିଯୋଗ ପକ୍ଷରୁ ଶ୍ରୀମନ୍ଦିର ସୁପରଭାଇଜରଙ୍କ ନିକଟରେ ଲିଖିତ ଅଭିଯୋଗ ପରେ ଏହି ବୈଠକ ବସିଥିଲା । ଆଇପିସିର ଦଫା ୪୨୭, ୨୯୫, ଶ୍ରୀମନ୍ଦିର ପ୍ରଶାସନର ଆଇନ ୩୦(କ), ୪(ବି)ରେ ମାମଲା ରୁଜୁ ହୋଇଛି ।
ତଦନ୍ତ ପାଇଁ ୫ ଜଣିଆ କମିଟି ଗଠନ କରାଯାଇଛି । ସିସିଟିଭି କ୍ୟାମେରା ଫୁଟେଜକୁ ଯାଞ୍ଚ କରାଯାଉଛି । ସବୁ ଦିଗରୁ ତଦନ୍ତ ଚାଲିଛି । ଏଭଳି ସମ୍ବେଦନଶୀଳ ଘଟଣାରେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁରୀ ଏସ୍ପି କେ. ବିଶାଲ ସିଂ କହିଛନ୍ତି । ଗତକାଲି ସକାଳେ ସୁଆରମାନେ ରୋଷ କାର୍ଯ୍ୟ ପାଇଁ ଯିବା ବେଳେ ଚୁଲି ଭଙ୍ଗା ଯାଇଥିବା ଦେଖିଥିଲେ । ଶ୍ରୀମନ୍ଦିର ଇତିହାସରେ ରୋଷ ଚୁଲି ଭଙ୍ଗାଯିବା ଘଟଣା ପ୍ରଥମ । ରୋଷଶାଳାରେ ୨୪୨ଟି ପଞ୍ଜିକୃତ ଚୁଲି ଥିବା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଚୁଲି ଭଙ୍ଗା ଯାଇଥିଲେ ମଧ୍ୟ ଏହାକୁ ତୁରନ୍ତ ମରାମତି କରାଯାଇ ମହାପ୍ରସାଦ ପ୍ରସ୍ତୁତି କାର୍ଯ୍ୟ କରାଯାଇଥିଲା । ଶ୍ରୀମନ୍ଦିର ଓ ସେବାୟତଙ୍କ ଛଡ଼ା ରାତିରେ ଅନ୍ୟ କେହି ଶ୍ରୀମନ୍ଦିର ରୋଷଘରକୁ ଯିବାର ଅନୁମତି ନାହିଁ l ଏହାସତ୍ତ୍ୱେ ଚୁଲା ଭାଙ୍ଗିବା ଘଟଣା ସୁରକ୍ଷା ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଆଜିଠୁ ୩ଦିନିଆ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’
ଯୋଗଦେବେ ୨୦୦୦ ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଭୁବନେଶ୍ୱର(ଓଡ଼ିଶା ୱେୟାର): ଶିଶୁ ଦିବସ ଉପଲକ୍ଷେ ଆଜିଠୁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ...