ନୂଆଦିଲ୍ଳୀ : ଅନେକ ସମୟରେ ସ୍ୱରା ଭାସ୍କର ଏମିତି ବିବାଦୀୟ ମନ୍ତବ୍ୟ ଦେଇଥାନ୍ତି ଯାହାକୁ ନେଇ ଅନେକ ସମୟରେ ଝଡ ସୃଷ୍ଟି ହୋଇଥାଏ । ଏହା ସହ ସେ ଲୋକଲୋଚନକୁ ଆସିଥାନ୍ତି । ଏବେ ପାକିସ୍ତାନ ରାଜନୀତିରେ ଉଠିଥିବା ଝଡ ଭିତରେ ପାକିସ୍ତାନୀ ସୁପ୍ରିମ କୋର୍ଟ ସେଠାକାର ନ୍ୟାସନାଲ ଆସେମ୍ବଲକୁ ରଦ୍ଦ କରିଛନ୍ତି । ସୁପ୍ରିମ କୋର୍ଟ ନିଜ ଫଇସଲା ଶୁଣାଣି କରିଛନ୍ତି । କହିଛନ୍ତି ଡେପୁଟି ସ୍ପିକର କାସିମ ଖାନ ସୁରିଙ୍କ ଦ୍ୱାରା ବିପକ୍ଷରେ ଅବିଶ୍ୱାସ ପ୍ରସ୍ତାବକୁ ବିନା ମତଦାନରେ ଖାରଜ କରିବା ସହ ନ୍ୟାସନାଲ ଆସେମ୍ବିଲ୍ ଭାଙ୍ଗିବାକୁ ଅସାମ୍ବିଧାନିକ ବୋଲି କୁହାଯାଇଛି । ପାକିସ୍ତାନ ସୁପ୍ରିମକୋର୍ଟଙ୍କ ଏହି ଫଇସଲା ଉପରେ ବଲିଉଡ ଅଭିନେତ୍ରୀ ସ୍ୱରା ଭାସ୍କର ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି ।
ସ୍ୱରା ଭାସ୍କର ନିଜ ଟ୍ୱିଟରରେ ଲେଖିଛନ୍ତିକି, “ଏମିତି ଲାଗୁଛି ଯେମିତି ପାକିସ୍ତାନ ସୁପ୍ରିମ କୋର୍ଟ ନିଜ ଦେଶ ତଥା ନାଗରିକ ମାନଙ୍କ ପାଇଁ ଛିଡା ହୋଇଛନ୍ତି । ନା କି ତାଙ୍କ ସରକାରଙ୍କ ପାଇଁ । ତେବେ କଣ ଏହା ସମ୍ଭବ । ସ୍ୱରାଙ୍କ ଏହି ଟ୍ୱିଟ ଉପରେ ଏବେ ଲୋକମାନେ ବି ନିଜ ନିଜ ପ୍ରତିକ୍ରିୟା ରଖିଛନ୍ତି ।” ଶହଜାଦ ହମିଦ ନାମକ ଜଣେ ୟୁଜର ଲେଖିଛନ୍ତିକି, ଆଶା କରାଯାଉଛିକି ପାକିସ୍ତାନର ସର୍ବୋଚ୍ଚ ନ୍ୟାୟାଳୟ, ଭାରତର କିଛି ନ୍ୟାୟାଧୀଶଙ୍କୁ ଲୋକତାନ୍ତ୍ରିକ ଓ ସାମ୍ବିଧାନିକ ମାନଦଣ୍ଡ ବନେଇ ରଖିବା ପାଇଁ ପ୍ରେରିତ କରିପାରେ ।
ଏହାକୁ ନେଇ ଆଉ ଜଣେ ୟୁଜର ଲେଖିଛନ୍ତିକି, ଆପଣମାନେ ଜାଣିଛନ୍ତି କେଉଁ କୋର୍ଟ କାହା ପାଇଁ କଣ କାମ କରୁଛି । ଏହାକୁ ନେଇ ଅନ୍ୟ ଜଣେ ସ୍ୱରାଙ୍କୁ ଆକ୍ଷେପ କରି ଟ୍ୱିଟ କରିଛନ୍ତିକି, ଆପଣ କାହିଁକି ଚାଲିଯାଉ ନାହାନ୍ତି ? କିଛି ବର୍ଷ ସେଠି ରହିକି କାଟିକି ତ ଆସନ୍ତୁ । ପାକିସ୍ତାନ ନ ଯାଇ ଆପଣ କାହିଁକି ଏଠି ରହି ବ୍ୟସ୍ତ ହେଉଛନ୍ତି । କହିରଖିବା ଉଚିତ ହେବକି