ଲୋକସଭା ପବ୍ଲିକ ଆକାଉଣ୍ଟ କମିଟିର ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ । ପବ୍ଲିକ ଆକାଉଣ୍ଟ ସଂସଦୀୟ କମିଟିରେ ଉଭୟ ସଦନ ରାଜ୍ୟସଭା ଓ ଲୋକସଭାରେ ମୋଟ୍ ୧୫ ଜଣ ସଦସ୍ୟ ନିର୍ବାଚିତ ହୋଇଥିବା ବେଳେ ସେଥିମଧ୍ୟରୁ ଓଡିଶାରୁ ଏକମାତ୍ର ସାସଂଦ ଭାବେ ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ ସ୍ଥାନ ପାଇଥିବା ସୂଚନା ମିଳିଛି। ୨୦୨୫ ଏପ୍ରିଲ ୩୦ରେ ସରିବ ଏହି କମିଟିର କାର୍ଯ୍ୟକାଳ ।ଅନ୍ୟପଟେ ସାଂସଦ ଅପରାଜିତା ଷଡ଼ଙ୍ଗୀ ନିଜ ସୋସିଆଲ ମିଡ଼ିଆରେ ଏ ସଂପର୍କରେ ପୋଷ୍ଟ କରି ଲେଖିଛନ୍ତି ପବ୍ଲିକ୍ ଆକାଉଣ୍ଟ ପାର୍ଲାମେଣ୍ଟାରୀ କମିଟିର ଅଂଶ ହୋଇଥିବାରୁ ମୁଁ କୃତଜ୍ଞ ।
ଆଜିଠୁ ୩ଦିନିଆ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’
ଯୋଗଦେବେ ୨୦୦୦ ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଭୁବନେଶ୍ୱର(ଓଡ଼ିଶା ୱେୟାର): ଶିଶୁ ଦିବସ ଉପଲକ୍ଷେ ଆଜିଠୁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ...