ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରେ ସ୍ୱଚ୍ଛ ଭାରତ ଅଭିଯାନ ଦେଶବ୍ୟାପୀ ପାଳନ କରାଯାଉଛି। ଏହି ଅବସରରେ ସ୍ବଚ୍ଛତା ଅଭିଯାନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍ବୋଧନ ଦେଇଛନ୍ତି। ଦେଶବାସୀଙ୍କ ସହଯୋଗରେ ସ୍ବଚ୍ଛତା ଅଭିଯାନକୁ ୧୦ ବର୍ଷ ପୂରିଲା, ସ୍ବଚ୍ଛ ଭାରତ ମିଶନ ସ୍ମରଣୀୟ ହୋଇ ରହିବ ବୋଲି ମୋଦି କହିଛନ୍ତି। ଆଜିକାଲି ବିବାହ, ବ୍ରତଘର କାର୍ଯ୍ୟକ୍ରମରେ ସ୍ବଚ୍ଛତାର ସନ୍ଦେଶ ଦେଖିବାକୁ ମିଳୁଛି। ସ୍ବଚ୍ଛତା ଦିଗରେ ଦେଶବାସୀଙ୍କ ତ୍ୟାଗ ଓ ଭାବନାକୁ ପ୍ରଣାମ ଜଣାଉଛି।
ସ୍ବଚ୍ଛତା ଅଭିଯାନରେ ଶୌଚାଳୟକୁ ବହୁ ଲୋକ ଗୁରୁତ୍ବ ଦେଇଛନ୍ତି। ପ୍ଲାଷ୍ଟିକ ବନ୍ଦ ପରେ ଜନସାଧାରଣଙ୍କ ସହଯୋଗ ଅତୁଳନୀୟ। ଝୋଟ ବ୍ୟାଗ ଓ କାଗଜ ପ୍ଲେଟ ପ୍ରସ୍ତୁତ କରି ଲୋକେ ସହଯୋଗ କରିଛନ୍ତି। ଏହି ଅଭିଯାନ କେବଳ ଗୋଟିଏ ଦିନ ନୁହେଁ, ପିଢ଼ିପିଢ଼ି ଧରି ଚାଲିବା ଦରକାର। ଏ ଶତାଦ୍ଦୀର ସ୍ବଚ୍ଛ ଭାରତ ସବୁଠୁ ବଡ଼ ଓ ସଫଳ ଜନ ସଂକଳ୍ପ ହୋଇପାରିଛି। ୨୧ ଶତାଦ୍ଦୀର ସ୍ବଚ୍ଛ ଭାରତ ମିଶନ ସର୍ବଦା ସ୍ମରଣୀୟ ହୋଇ ରହିବ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।