ପୁରୀ,(ଓଡ଼ିଶା ୱେୟାର): ଆଜି ମହାପ୍ରଭୁଙ୍କ ଅଧରପଣା ନୀତି । ରଥ ଉପରେ ମଧ୍ୟାହ୍ନ ଧୂପ ପରେ ନୀତି ବଢି ଅଧରପଣା ଭୋଗ ପରେ ହାଣ୍ଡି ଭଙ୍ଗାଯିବାର ପରମ୍ପରା ରହିଛି । ୯ଟି ହାଣ୍ଡି ଆବଶ୍ୟକ ଥିବାପେଳେ ପ୍ରତି ରଥରେ ୩ଟି ଅଧର ଚୁମ୍ବିତ ହାଣ୍ଡି ରଥ ଉପରେ ଶ୍ରୀବିଗ୍ରହଙ୍କ ସମ୍ମୁଖରେ ରଖାଯାଏ । ସେଥିରେ କେଶର, ଲହୁଣୀ, ଛେନା, ସର, କ୍ଷୀର, ମିଶ୍ରି, କର୍ପୁର ଭଳି ଅନେକ ଦ୍ରବ୍ୟ ପଡି ପ୍ରସ୍ତୁତ ହୋଇଥାଏ ଅଧର ପଣା।
ସୁଆର ସେବାୟତମାନେ ପଣା ପ୍ରସ୍ତୁତ କରିଥିବାବେଳେ ପୂଜାପଣ୍ଡା ସାମନ୍ତ ପଣା ଲାଗି କରିଥାନ୍ତି । ବିଶ୍ୱାସ ରହିଛି ଏହି ପଣା ଲାଗି ହେଲେ ଅନେକ ଅତୃପ୍ତ ଆତ୍ମା ତୃପ୍ତ ହୋଇଥାନ୍ତି । ପଣାରେ ଲାଗୁଥିବା ସମସ୍ତ ସାମଗ୍ରୀ ଓ ହାଣ୍ଡି ବଡ ଓଡ଼ିଆ ମଠ ଓ ରାଘବଦାସ ମଠ ଯୋଗାଇଥାନ୍ତି । ସିଂହଦ୍ୱାର ନିକଟସ୍ଥ ଛାଉଣୀ ମଠର କୂଆରୁ ଅଧରପଣା ପାଇଁ ପାଣି ଆସିଥାଏ ।
ଆଜିଠୁ ୩ଦିନିଆ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’
ଯୋଗଦେବେ ୨୦୦୦ ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଭୁବନେଶ୍ୱର(ଓଡ଼ିଶା ୱେୟାର): ଶିଶୁ ଦିବସ ଉପଲକ୍ଷେ ଆଜିଠୁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ...